ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଶା ତାଜା ନ୍ୟୁଜ୍ (୨୨ ଅକ୍ଟୋବର ଶୁକ୍ରବାର ) ନୂଆଗାଁ :- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କରୋନା ନୀତି ନିୟମ ପାଳନ ପୂର୍ବକ ଆଗାମୀ ୨୫ ତାରିଖ ସୋମବାର ଦିନ ଅଷ୍ଟମ ଶ୍ରେଣୀ ଖୋଲିବାକୁ ଯାଉଛି । ଏଭଳି ସ୍ଥିତି ରେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ପଣ୍ଡା ଭର୍ଚୁଆଲ ମିଟିଂ ମାଧ୍ୟମରେ ୧୩ ଟି କ୍ଳଷ୍ଟର ସି ଆର୍ ସି ସି ଓ ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ଅଷ୍ଟମ ଶ୍ରେଣୀ ଖୋଲିବା ନିମନ୍ତେ ବିଦ୍ୟାଳୟରେ ଶିକ୍ଷକ ,ଅଭିଭାବକ ମାନଙ୍କୁ ନେଇ ପ୍ରସ୍ତୁତି ବୈଠକ କରିବା ପାଇଁ ପରାମର୍ଶ ଦେଇଥିଲେ ।

ସିମିଳି ସାହି କ୍ଲଷ୍ଟର ରେ ଥିବା ରାମେଶ୍ବର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସି ଆର୍ ସି ସି ନିମେଇ ଚରଣ ସାହୁ , ପ୍ରଧାନ ଶିକ୍ଷକ ଅରୁଣ କୁମାର ପ୍ରଧାନ ପରିଚାଳନା କମିଟି ର ସଦସ୍ୟ ଓ ଅଷ୍ଟମ ଶ୍ରେଣୀ ଛାତ୍ର ,ଛାତ୍ରୀ ମାନଙ୍କ ଅଭିଭାବକ ମାନଙ୍କୁ ୮ମ ଶ୍ରେଣୀ ଛାତ୍ର ଛାତ୍ରୀ ବିଦ୍ୟାଳୟ ଆସିବା ପାଇଁ ସରକାରଙ୍କ ତରଫରୁ କରାଯାଇଥିବା ବିଭିନ୍ନ ନୀତି ନିୟମ ସମ୍ପର୍କରେ ବୁଝାଇଥିଲେ ।

ବିଦ୍ୟାଳୟର ସମସ୍ତ ଶିକ୍ଷକ ,ଶିକ୍ଷୟତ୍ରୀ ,ପରିଚାଳନା କମିଟି ର ସଭାପତି ,ସଦସ୍ୟ ଏବଂ ଅଭିଭାବକ ମାନେ ଉପସ୍ଥିତ ଥିଲେ । ସେହିପରି ଭାବେ ସିମି ଳି ସାହି ଏବଂ ଜାକେଡ଼ା ଆଶ୍ରମ ବିଦ୍ୟାଳୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହିପରି ଭାବେ ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ୮ ମ ଶ୍ରେଣୀ ଥିବା ବିଦ୍ୟାଳୟ ଗୁଡିକରେ ସି ଆର୍ ସି ସି ମାନଙ୍କ ତତ୍ତ୍ଵାବଧାନରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।