“ସେବା ହିଁ ଧର୍ମ” ସଙ୍ଗଠନ ପକ୍ଷରୁ ବାଲିଗୁଡ଼ାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୧୧ ଅକ୍ଟୋବର ସୋମବାର ) କନ୍ଧମାଳ :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର “ସେବା ହିଁ ଧର୍ମ ସଙ୍ଗଠନ” ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଦସ୍ୟଙ୍କ ସମେତ ଅଞ୍ଚଳର ଯୁବକ, ଯୁବତୀ ଏଥିରେ ଯୋଗଦେଇ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି ଶିବିରରେ ୨୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିବା ଜଣାପଡ଼ିଛି । ଏହି ଶିବିରରେ ବାଲିଗୁଡ଼ା ଏସଡିପିଓ ମନୋଜ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହ ଫିତା କାଟି ଆନୁଷ୍ଠାନିକ ଭାବେ ଶିବିରର ଶୁଭାରମ୍ଭ କରିଥିଲେ ।

ଏଥିସହିତ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ, ବାଲିଗୁଡ଼ା ନଗର ବିଜେଡ଼ି ସଭାପତି ତଥା ବରିଷ୍ଠ ଆଇନଜୀବି ସେଖ୍ ସାଦିକ୍ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିବାବେଳେ ଉପଖଣ୍ଡ ଚିକିତ୍ସାଳୟର ସ୍ବାସ୍ଥକର୍ମୀମାନେ ରକ୍ତ ସଂଗ୍ରହ କାର୍ଯ୍ୟ କରିଥିଲେ । ସଙ୍ଗଠନର ସମସ୍ତ ସଦସ୍ୟ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ । ବାଲିଗୁଡ଼ାର ସେବା ହିଁ ଧର୍ମ ସଙ୍ଗଠନର ଯୁବକ ମାନେ ବିଭିନ୍ନ ସମୟରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ରୋଗୀମାନଙ୍କୁ ସ୍ବେଚ୍ଛାକୃତ ଭାବେ ରକ୍ତ ଯୋଗାଇ ଅନେକ ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି । ରକ୍ତ ଭଣ୍ଡାରରେ ରକ୍ତାଭାବ ଦୁର କରିବାପାଇଁ ଏହା ଆମର ଏକ ପ୍ରୟାସ ବୋଲି କହିଛନ୍ତି ସଂଘର ସଦସ୍ୟମାନେ । ( ରିପୋର୍ଟ -ସଞ୍ଜୟ କୁମାର ପାଣିଗ୍ରାହୀ )