ମହେନ୍ଦ୍ରଗିରି ପୌରପାଳିକା ସରକାରୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ଓ ଛାତ୍ରୀ ଙ୍କ ଦ୍ଵାରା ସ୍ଵର୍ଣ୍ଣ ଉତ୍ସବ ପ୍ରସ୍ତୁତି ବୈଠକ ଅନଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଅକ୍ଟୋବର ରବିବାର ) ପାରଳାଖେମୁଣ୍ଡି :- ଆଜି ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରସ୍ତାବିତ ସୁବର୍ଣ୍ଣ ଜୟନ୍ତୀ ମୋହଉତ୍ସବ ନିମନ୍ତେ ପ୍ରସ୍ତୁତି ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇସାରିଛି । ଆଗାମୀ ଡ଼ିସେମ୍ବର୧୨ ତାରିଖ ୨୦୨୧ ରବିବାର ଦିନ ଏହି ଉତ୍ସବଟି ପାଳନ କରାଯିବ । ଏହି ଅବସରରେ ଏକ “ସ୍ମରଣିକା” ମଧ୍ୟ ଉନ୍ମୋଚନ ହେବ । ପ୍ରାକ୍ତନ ଶିକ୍ଷକ/ଶିକ୍ଷିକା ମାନଙ୍କୁ ଏବଂ ବହୁମୁଖୀ ପ୍ରତିଭାଧର ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ସହ ଉପଢୈIକନ ପ୍ରଦାନ କରାଯିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଏକାଙ୍କିକା,ନୃତ୍ୟ, ପ୍ରତିଯୋଗିତା ରଖାଯାଇଛି ।

ଏ ସମସ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟ ଶିକ୍ଷକ କର୍ମଚାରୀ ମାନଙ୍କ ସହ ପୁରୁଣା ଛାତ୍ର ଛାତ୍ରୀ ମାନେ ପ୍ରମୁଖ ଭୂମିକା ନେଇଛନ୍ତି । ପୁରାତନ ଛାତ୍ର ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ର ଗଜପତିର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ପୁରାତନ ଛାତ୍ର ଭାଗବତ ପାଢ଼ୀ,ଲିଙ୍ଗରାଜ ଦାସ,ବାବୁଲି ରାଜଗୁରୁ,ବେଣୁମାଧବ ପାଢ଼ୀ, ୱାଇ ସିବା ରାଓ,ଉମାଚରଣ ରାଉତ,ରଘୁନାଥ ବରାଡ, ଲଳିତ ନାୟକ, ସତ୍ୟନାରାୟଣ ମହାରଣା ପ୍ରଭୃତି ଯୋଗଦାନ କରି ପ୍ରସ୍ତାବିତ କାର୍ଯ୍ୟକ୍ରମ ବିଭିନ୍ନ ଦାୟୀତ୍ବ ଗ୍ରହଣ କରିଥିଲେ ।   ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )