ଦାରିଙ୍ଗବାଡିର କଂଗ୍ରେସ ଗଡ଼ରେ ବିଜେଡିର ମିଶ୍ରଣ ପର୍ବ

ଓଡ଼ିଶା ତାଜା ନ୍ୟୁଜ୍ (୦୬ ଅକ୍ଟୋବର ବୁଧବାର) ବାଲିଗୁଡା :- ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେହି ହାରରେ ବୃଦ୍ଧି ହେବାରେ ଲାଗିଛି । ଏନେଇ ପ୍ରତ୍ୟେକ ଦଳ ସେମାନଙ୍କ ଶକ୍ତି ପ୍ରଦର୍ଶନ ସହ ଲୋକଙ୍କ ନିକଟତର ହେବାକୁ ଲାଗିଛନ୍ତି । ଦାରିଙ୍ଗବାଡି ବ୍ଲକରେ ବିଜେଡି କଂଗ୍ରେସ ଗଡ଼ରେ ପ୍ରବେଶ କରି ପତିଆର ବଢାଇବାରେ ଲାଗିଛି । କଂଗ୍ରେସ ଗଡ଼ କୁହାଯାଉଥିବା ଦାରିଙ୍ଗବାଡି ବ୍ଲକର ଗୁମିକିଆ ଓ ବୁଡ଼ାଗୁଡ଼ା ପଞ୍ଚାୟତରେ ବିଜେଡିର ମିଶ୍ରଣ ପର୍ବରେ ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି ।

ଏହି ମିଶ୍ରଣ ପର୍ବରେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନ, ଯୁବ ସଭାପତି ରଞ୍ଜନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ରାଜ୍ୟ ସରକାର ଓ ବିଧାୟକଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଓ ଲୋକାଭିମୁଖୀ କାର୍ଯ୍ୟଶୈଳୀକୁ ଦେଖି ଗୁମିକିଆ ଓ ବୁଡ଼ାଗୁଡ଼ା ପଞ୍ଚାୟତର ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଥିବା ଜଣାପଡିଛି । ଏହି ମିଶ୍ରଣ ପର୍ବରେ ବିଜେଡି କର୍ମୀ ସାଧୁ ନାୟକ, ପଠାଣି ସାହୁ, ଧର୍ମେନ୍ଦ୍ର ପ୍ରଧାନ, ଇନ୍ଦ୍ର ପ୍ରଧାନ ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।