Home ଓଡ଼ିଶା ଟ୍ରେନ ଦୁର୍ଘଟଣାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବା ପାଇଁ ପ୍ରଶାସନକୁ ନିବେଦନ କଲେ ପରିବାର ଲୋକ by Proprietor by Abhimanyu Maharana 3 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୦୬ ଅକ୍ଟୋବର ବୁଧବାର) ବାଲିଗୁଡା :- ନିଜ ଗାଁରେ କାମ ନ ମିଳିବାରୁ ଦାଦନ ଖଟିବାକୁ କେରଳ ଯାଇଥିଲେ । ହେଲେ ସେଠାରେ ଟ୍ରେନ ଦୁର୍ଘଟଣାରେ ଚାଲିଗଲା ଜୀବନ । ଶବ ଆଣିବାକୁ ପରିବାର ଲୋକଙ୍କ ପାଖରେ ନାହିଁ ଅର୍ଥ । ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିସୁବାଡ଼ି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୁଃଖ ଦାୟକ ଘଟଣା । ଏହି ଗ୍ରାମର ଲକ୍ଷ୍ମୀକାନ୍ତ ପ୍ରଧାନଙ୍କ ୨୨ ବର୍ଷୀୟ ପୁଅ ରମାକାନ୍ତ ପ୍ରଧାନ ଦାଦନ ଖଟିବାକୁ କେରଳର ତ୍ରିଶୁର ଅଂଚଳକୁ ଗତ ୨୦୧୯ ମସିହାରେ ଯାଇଥିଲା । ପରିବାର ପ୍ରତିପୋଷଣ ପାଇଁ ଘରକୁ ଟଙ୍କା ମଧ୍ୟ ପଠାଉଥିଲା । ହେଲେ ପରିବାର ଲୋକ ବୁଧବାର ଦିନ ଖବର ପାଇଲେ , ପୁଅ ରମାକାନ୍ତ ପ୍ରଧାନର ଶବ କେରଳ ସ୍ଥିତ କୋରାଟେ ପୋଲିସ ଷ୍ଟେସନ ଅଂଚଳର ଏକ ରେଳ ଲାଇନ ଉପରେ ପଡ଼ିରହିଛି । ଶବକୁ ରେଳ ପୋଲିସ ଜବତ କରି ଦାରିଙ୍ଗବାଡ଼ି ଥାନାକୁ ସୂଚନା ଦେଇଥିଲା । ଏ ନେଇ କୋରାଟେ ପୋଲିସ ଷ୍ଟେସନରେ ଅପମୃତ୍ୟୁ ମାମଲା ନଂ ୮୨୮/୨୧ ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ନେବାକୁ ପରିବାର ଲୋକଙ୍କୁ ଜଣାଇଦେବାକୁ ରେଳବାଇ ପୋଲିସ ଦାରିଙ୍ଗବାଡ଼ି ଥାନାକୁ କହିଥିଲେ । ଦାରିଙ୍ଗବାଡ଼ି ପୋଲିସ ରମାକାନ୍ତଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ସହ ସ୍ଥାନୀୟ ତହସିଲଦାର ଓ ବିଡ଼ିଓଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ସୂଚନା ଦେଇଥିବା ଥାନା ଅଧିକାରୀ କୌଶିକ ମାଝୀ ପ୍ରକାଶ କରିଛନ୍ତି । ତେବେ ବର୍ତ୍ତମାନ ପରିବାର ଲୋକଙ୍କ ପାଖରେ ଟଙ୍କା ନ ଥିବା ଯୋଗୁଁ ସେମାନେ ଏତେ ଦୂରରୁ ପୁଅର ଶବ ଆଣିବାକୁ ସକ୍ଷମ ନୁହନ୍ତି । ଏଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପୁଅର ଶବ ଆଣିଦେବାକୁ ପରିବାର ଲୋକଙ୍କ ସମେତ ଅଞ୍ଚଳ ବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ନବୀନ ସରକାର କୁଶାସନର କିର୍ତ୍ତୀମାନ ସ୍ଥାପନ କରିଛନ୍ତି : ପୁରନ୍ଦର ମିଶ୍ର by Proprietor by Abhimanyu Maharana May 18, 2024 ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପକ୍ଷରୁ ୬୮ତମ ରେଳ ସପ୍ତାହ ପୁରସ୍କାର ବିତରଣ ଉତ୍ସବ-"ରେଳ ସେବା ପୁରସ୍କାର-୨୦୨୩"ଆୟୋଜିତ by Proprietor by Abhimanyu Maharana May 18, 2024 खोरधारोड मंडल द्वारा ६८वां रेल सप्ताह पुरस्कार समारोह-"रेल सेवा पुरस्कार"-२०२३. ६५रेलवे कर्मचारियों को रेल सेवा पुरस्कार-२०२३से सम्मानित किया गया by Proprietor by Abhimanyu Maharana May 18, 2024 ବିଶାଳ ଶୋଭାଯାତ୍ରାରେ ନାମାଙ୍କନ ପତ୍ର ଦାଖଲ କଲେ ନିଆଳିର କଂଗେସ ବିଧାୟକ ପ୍ରାର୍ଥୀ ଜ୍ୟୋତି ରଞ୍ଜନ ମଲ୍ଲିକ by Proprietor by Abhimanyu Maharana May 18, 2024 ଓଡିଶାର ପୁର୍ବତନ ମନ୍ତ୍ରୀ ତଥା ଅବିଭକ୍ତ କୋରାପୁଟ ଜିଲ୍ଲାର ଜଣେ ଟାଣୁଆ ନେତା ଡମ୍ବରୁଧର ଉଲ୍ଲାକା ଙ୍କ ବିୟୋଗ by Proprietor by Abhimanyu Maharana May 18, 2024 ଖପ୍ରାଖୋଲ ବ୍ଲକ ସ୍ତରୀୟ ଲକ୍ଷେଘର ଗଣ୍ଡାସମାଜ ର ନୂତନ କର୍ମକର୍ତ୍ତା ଚୟନ by Proprietor by Abhimanyu Maharana May 18, 2024