ମୋବାଇଲ୍ ଟାୱାର ନଥିବା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପଞ୍ଚାୟତ ବାସୀ

ଓଡ଼ିଶା ତାଜା ନ୍ୟୁଜ୍ (୨୭ ସେପ୍ଟେମ୍ୱର ସୋମବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗୁ ମୀ ପଞ୍ଚାୟତ ଅଧିନରେ ଥିବା ଡିମିରିପଲ୍ଲୀ ଗ୍ରାମ ରେ ମୋବାଇଲ ଟାୱାର ନଥିବା ଯୋଗୁଁ ପଞ୍ଚାୟତ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବଣ ଜଙ୍ଗଲ ଘେରା ପ୍ରାକୃତିକ ପରିବେଶ ମଧ୍ୟରେ ଗୁମି ପଞ୍ଚାୟତ ଅବସ୍ଥିତ।ଗୁ ମୀ , ଡି ମିରି ପଲ୍ଲୀ ଦେଇ ନୂଆଗାଁ _ବାହାଡ ଝୋଲା ପି ଡବ୍ଲୁ ଡି ରାସ୍ତା ସଂଯୋଗ ହୋଇଥିବା ସହ ଓଡ଼ଗାଁ ଓ ନୂଆଗାଁ ବ୍ଲକ୍ କୁ ଯାତାୟାତ ପାଇଁ ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି।କିନ୍ତୁ ଯେତେବେଳେ ବଣ ଜଙ୍ଗଲ ମଧ୍ୟ ଦେଇ ଯାତ୍ରୀ ମାନେ ଏହି ପଞ୍ଚାୟତ ନିକଟବର୍ତ୍ତୀ ହୁଅନ୍ତି ସେତେବେଳେ ନେଟୱର୍କ ନଥିବା ଯୋଗୁଁ ଯୋଗାଯୋଗ ରୁ ବଞ୍ଚିତ ହୋଇଥାନ୍ତି।

ଏହାର ଫାଇଦା ଅଧିକାଂଶ ସମୟରେ ଦୁର୍ବୃତ୍ତ ମାନେ ନେଇଥାନ୍ତି। ଗୁମୀ ପଞ୍ଚାୟତ ଅଧିନରେ ଥିବା ଡିମିରି ପଲ୍ଲୀ, ବରକୋଳା , ଓସମ ସ୍କା, କଲିଆ ଆଦି ଗ୍ରାମର ଛାତ୍ର ଛାତ୍ରୀ ନେଟୱର୍କ ନଥିବା ଯୋଗୁଁ ଅନଲାଇନ ଶିକ୍ଷା ଗ୍ରହଣ ରୁ ବଞ୍ଚିତ ହେଉଛନ୍ତି। ଡି ମିରି ପଲ୍ଲୀ ଠାରେ ଦୁଇଟି ଆଶ୍ରମ ବିଦ୍ୟାଳୟ ,ଉପ ସ୍ୱାସ୍ଥ୍ୟକେନ୍ଦ୍ର, ଆଦି ଥିବା ସତ୍ବେ ନେଟୱର୍କ ଅସୁବିଧା ଯୋଗୁଁ ଛାତ୍ର ଛାତ୍ରୀ , ଲୋକମାନେ ବିଭିନ୍ନ ସେବାରୁ ବଞ୍ଚିତ ହେଉଛନ୍ତି।ଏହି ପଞ୍ଚାୟତ ରେ ହାତୀ ଉପଦ୍ରବ ଲାଗିରହିଥିବା ବେଳେ ଲୋକମାନେ ହାତୀ ଉପଦ୍ରବ ସମ୍ପର୍କରେ ନେଟୱର୍କ

ଅସୁବିଧା ଯୋଗୁଁ ଜଣାଇବା କଷ୍ଟ ସାଧ୍ୟ ହେଉଛି।କୌଣସି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ହଠାତ୍ ଅସୁବିଧାର ସମ୍ମୁଖୀନ ହେଲେ ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ ଲୋକମାନେ ବଞ୍ଚିତ ହେଉଛନ୍ତି।ଜରୁରୀକାଳୀନ ପରିସ୍ଥିତିରେ ମୋବାଇଲ ଦ୍ଵାରା କଲ୍ କରି ବିଭିନ୍ନ ସେବା ପାଇବାରୁ ଲୋକମାନେ ବଞ୍ଚିତ ହେଉଛନ୍ତି।ତେବେ ଏହି ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟିଦେଇ ମୋବାଇଲ ଟାୱାର ନିର୍ମାଣ ପାଇଁ ବ୍ୟବସ୍ଥା କରାଇଲେ ପଞ୍ଚାୟତ ବାସୀ ଉପକୃତ ହେବେ ବୋଲି ପଞ୍ଚାୟତ ବାସୀ କହିଛନ୍ତି।