ଶିକ୍ଷଣ ଫଳାଫଳ ସମ୍ପର୍କିତ ଶିକ୍ଷଣ କାର୍ଯ୍ୟ ପ୍ରଦର୍ଶନ

ଓଡ଼ିଶା ତାଜା ନ୍ୟୁଜ୍ (୨୬ ସେପ୍ଟେମ୍ବର ରବିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ସମ୍ପଡ଼ା କ୍ଲଷ୍ଟର ସି ଆର୍ ସି ସି ନରେନ୍ଦ୍ର କୁମାର ବେହେରା ଙ୍କ ତତ୍ତ୍ଵାବଧାନରେ ମଣ୍ଡଳ ସ୍ତରୀୟ ଶିକ୍ଷଣ ଫଳାଫଳ ସମ୍ପର୍କିତ ଶିକ୍ଷଣ କାର୍ଯ୍ୟ ପ୍ରଦର୍ଶନ କାର୍ଯ୍ୟକ୍ରମ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ସମ୍ପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଦିପ୍ତିମୟୀ ମହାପାତ୍ର ଭାଷା ଏବଂ କପାଗାଡୁ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ ଗଣିତ ବିଷୟରେ ଶିକ୍ଷଣ ଫଳାଫଳ ସମ୍ପର୍କିତ ଶିକ୍ଷଣ କାର୍ଯ୍ୟ ପ୍ରଦର୍ଶନ କରିଥିଲେ। ଶିକ୍ଷଣ କାର୍ଯ୍ୟ ପ୍ରଦର୍ଶନ ଉଚ୍ଚ କୋଟୀର ଥିବାରୁ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା ୨୯ ଜଣ ଶିକ୍ଷକ ଏବଂ ସି ଆର୍ ସି ସି ନରେନ୍ଦ୍ର କୁମାର ବେହେରା ପ୍ରଶଂସା କରିଥିଲେ।

ସେହିପରି ଭାବେ ନାସ୍ ପ୍ରସ୍ତୁତି ସହ ଏବଂ ଆଗାମୀ ଦିନରେ କନ୍ଧ ଖାଲମଡ଼ା ପ୍ରାଥମିକ ବିଦ୍ୟାଳୟରେ ସିମିଳି ସାହି କ୍କଷ୍ଟର୍ ର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ହେବାକୁ ଥିବା ଶିକ୍ଷଣ ଫଳାଫଳ ସମ୍ପର୍କିତ ଶିକ୍ଷଣ କାର୍ଯ୍ୟ ପ୍ରଦର୍ଶନ ପାଇଁ ଭର୍ଚୁଆଲ ମିଟିଂ ଅନୁଷ୍ଠିତ ହୋଇଥିଲା।ସି ଆର୍ ସି ସି ନିମାଇ ଚରଣ ସାହୁ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଭର୍ଚୁଆଲ ମିଟିଂ ରେ କ୍ଲଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଅଂଶଗ୍ରହଣ କରି ନାସ୍ ପ୍ରସ୍ତୁତି ଏବଂ ଶିକ୍ଷଣ କାର୍ଯ୍ୟ ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ।ଆଗାମୀ ଦିନରେ ହେବାକୁ ଥିବା ନାସ ପରୀକ୍ଷା ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଛାତ୍ର ଛାତ୍ରୀ ମାନଙ୍କୁ ପୂର୍ଣ୍ଣ ମାତ୍ରାରେ ପ୍ରସ୍ତୁତି କରିବା ପାଇଁ ସି ଆର୍ ସି ସି ପରାମର୍ଶ ଦେଇଥିଲେ।