ରୋଟାରୀ ଫିଜିଓଥେରାପି ଚିକିତ୍ସା ଶିବିର

ଓଡ଼ିଶା ତାଜା ନ୍ୟୁଜ୍ (୨୬ ସେପ୍ଟେମ୍ବର ରବିବାର ନୟାଗଡ :- ନୟାଗଡ ରୋଟାରୀ କ୍ଲବ ଆନୁକୂଲ୍ୟରେ ଏକ ଫିଜିଓଥେରାପି ଚିକିତ୍ସା ଶିବିର ଖଣ୍ଡପଡା ବ୍ଲକର ଶିଖରପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରେ ୫୦ରୁ ଉର୍ଦ୍ଧ୍ବ ରୋଗୀ ଯୋଗଦେଇ ଫିଜିଓଥେରାପି କସରତ ଶିଖିବା ସହ ଫିଜିଓଥେରାପିଷ୍ଟ ଅଭିଳାଷ ଦାସ ଓ ସହଯୋଗୀ ନମିତା ନନ୍ଦଙ୍କ ପରାମର୍ଶ ନେଇଥିଲେ ।

ନୟାଗଡ଼ ରୋଟାରୀ କ୍ଲବର ସଭାପତି ଧିରେନ୍ଦ୍ର କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ଏହି ଶିବିର ର ପରିଚାଳନାରେ ସହଯୋଗ କରିଥିଲେ ରୋଟାରିଆନ ଆରିଫ ଖାନ୍, ପ୍ରବିର ପୃଷ୍ଟି, ଲକ୍ଷ୍ମୀ ନାରାୟଣ ରଥ ଓ ଆର.ସି.ସି. ଶିଖରପୁର ର ଯୁବ ସମାଜ ସେବୀ ମାନେ । ସ୍ଥାନୀୟ ଗ୍ରାମବାସୀମାନେ ଏପରି ଚିକିତ୍ସା ଶିବିରକୁ ଆଗାମୀ ଦିନ ମାନଙ୍କରେ ଜାରି ରଖିବା ପାଇଁ ଅନୁରୋଧ କରିଥିଲେ । (ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼)