ପ୍ରଶାସନ ର ଦୃଷ୍ଟି ଆଢ଼ୁଆଳରେ ବିପଦ ସଙ୍କୁଳ ଦାଶରଥି ସେତୁ

ତାଜା ନ୍ୟୁଜ୍ (୨୫ ସେପ୍ଟେମ୍ୱର ଶନିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଉଦୟପୁର ଗ୍ରାମ ରାଜ୍ୟ ତଥା ଦେଶ ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହି ଗ୍ରାମରେ ପ୍ରଖ୍ୟାତ ସଂଗ୍ରାହକ,ସାରସ୍ଵତ ସାଧକ ତଥା ଦଶ ପଇସାର ରାଜା ଦାସିଆ ଅଜା ଙ୍କ ସଂଗ୍ରହାଳୟ ଅବସ୍ଥିତ । ଏହି ସଂଗ୍ରହାଳୟ ଦେଖିବା ପାଇଁ ରାଜ୍ୟ ,ଦେଶ ତଥା ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଆସିଥାନ୍ତି । ଖୋର୍ଦ୍ଧା – ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ରୁ ଉଦୟପୁର ପଞ୍ଚାୟତ ଯିବାକୁ ହେଲେ ଅତିକ୍ରମ କରିବାକୁ ପଡ଼େ ଦାଶରଥି ସେତୁ । ଉଦୟପୁର ପଞ୍ଚାୟତ ର ଉଦୟପୁର, ସିକର ଗୋଛା,ଜିଗିନି ପଡ଼ା, ଆଙ୍ଗିଶୀଙ୍ଗି, କୋସଳାଙ୍ଗ,ଆଦି ଗ୍ରାମ ର ଶହ ଶହ ଲୋକ ଦାଶରଥି ସେତୁ ଦେଇ ବିଭିନ୍ନ କାର୍ଯ୍ୟରେ ନୂଆଗାଁ ବ୍ଲକ୍ କୁ ଆସିଥାନ୍ତି ।

୨୩ ବର୍ଷ ପୂର୍ବେ ନିର୍ମିତ ହୋଇଥିବା ଏହି ସେତୁ ୧୯୯୮ ମସିହା ସେପ୍ଟେମ୍ବର ମାସରେ ଉଦ୍ଘାଟିତ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହି ସେତୁ ଟି ବିପଦ ସଙ୍କୁଳ ଅବସ୍ଥାରେ ରହିଛି ।ସେତୁ ର ଦୁଇ ପାର୍ଶ୍ଵ ରୁ ମାଟି ଖସିଯିବା ସହ କଂକ୍ରିଟ ଉଠି ରଡ଼ ଦେଖାଯିବା ସହ ଖାଲ ଖମା ହୋଇଯାଇଛି । ଏଥିପ୍ରତି ଆର୍ ଡି ବିଭାଗ ର ଦୃଷ୍ଟି ନ ପଡ଼ିବା ପରିତାପର ବିଷୟ ପାଲଟିଛି । ୨୩ ବର୍ଷ ପୂର୍ବେ ନିର୍ମିତ ହୋଇଥିବା ଏହି ସେତୁ ମରାମତି ନ ହେବା ଯୋଗୁଁ ଆଜି ବିପଦ ପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି ।

ଯଦି ଖୁବ୍ ଶୀଘ୍ର ନୂତନ ପୋଲ ନିର୍ମାଣ ପାଇଁ ପ୍ରଶାସନ ବ୍ୟବସ୍ଥା ନ କରେ ତେବେ ଆଦମୀ ଦିନରେ ଏହି ସେତୁ ଭାଙ୍ଗିଯିବା ସହ ଉଦୟପୁର ପଞ୍ଚାୟତ ଯାତାୟାତ ପାଇଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯିବ ଏଥିରେ ଦ୍ଵିମତ ନାହିଁ । ନୂଆଗାଁ ବ୍ଲକ୍ ସଦର ମହକୁମା ଠାରୁ ମାତ୍ର ୩ କିମି ଦୂର ବିପଦ ସଙ୍କୁଳ ଦାଶରଥି ସେତୁ ପ୍ରତି ପ୍ରଶାସନ ର ଦୃଷ୍ଟି ନ ପଡ଼ିବା ଜନସାଧାରଣ ଙ୍କ ମନରେ ଗଭୀର ଆଘାତ ସୃଷ୍ଟି ହୋଇଛି । ଏହି ସମସ୍ୟା ପ୍ରତି ଜିଲ୍ଲାପାଳ ସ୍ଵତନ୍ତ୍ର ଦୃଷ୍ଟି ଦେଇ ନୂତନ ପୋଲ ନିର୍ମାଣ କରିବା ଦିଗରେ ପଦକ୍ଷେପ ନେବାକୁ ଜନସାଧାରଣ ରେ ଦାବୀ ହେଉଛି ।