ଯନ୍ତ୍ରୀ ଓ ନେତା ଗିରଫ : ଯୁବତୀଙ୍କୁ ନିଶାସକ୍ତ କରି ଅନୈତିକ ସମ୍ପର୍କ ରଖିବା ଅଭିଯୋଗ

ଆମେ ନେଲୁ ଉଡ଼ନ୍ତା କିଳା – ଯନ୍ତ୍ରୀ ଓ ନେତା ଗିରଫ 

1. ସୋନପୁର ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ – ଶଶୀକାନ୍ତ ସେଠୀ

 2. ପୂର୍ବତନ ନଗର ବିଜେପି ସଭାପତି – ଗଣେଶ ସାହୁ

ଓଡ଼ିଶା ତାଜା ନ୍ୟୁଜ୍ (୨୧ ସେପ୍ଟେମ୍ବର ମଙ୍ଗଳବାରସୋନପୁର :- ଗତକାଲି ସଂଧ୍ୟାରେ ଦୁଇ ଅଭିଯୁକ୍ତ ସୁବଳୟା ଅଞ୍ଚଳର ଜଣେ ୨୧ବର୍ଷିୟୀ ଯୁବତୀଙ୍କୁ କିଛି ଟଙ୍କା ଦେଇ ଯନ୍ତ୍ରୀଙ୍କ ଗୋକର୍ଣ୍ଣେଶ୍ୱର ପଡାସ୍ଥିତ ଭଡାଘରରେ ମଦ୍ୟାପନ କରାଇ ଅନୈତିକ ସମ୍ପର୍କ ରଖିଥିଲେ । ଜଣେ ଯୁବତୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗରେ ସୋନପୁର ପୁଲିସ ଜନୈକ ଯନ୍ତ୍ରୀ ଓ ନେତାଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସୋନପୁର ମଝିପଡାର ପୂର୍ବତନ ନଗର ବିଜେପି ସଭାପତି ଗଣେଶ ସାହୁ (୪୮) ଏବଂ ସୋନପୁର ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଶଶୀକାନ୍ତ ସେଠୀ (୪୨) । ପରେ ଉକ୍ତ ଯୁବତୀଙ୍କୁ ବାଇକ୍‌ରେ ଆଣି ନିଶାସକ୍ତ ଅବସ୍ଥାରେ ସୋନପୁରର ଏକ ହୋଟେଲ ସମ୍ମୁଖରେ ଛାଡି ଦେଇଥିଲେ ।

ଉକ୍ତ ଯୁବତୀ ଜଣକ ସେଠାରେ ନିଶାଶକ୍ତ ଅବସ୍ଥାରେ ପାଟିତୁଣ୍ଡ କରିଥିଲେ । ପୁଲିସ ଖବର ପାଇ ତାକୁ ସେଠାରୁ ଉଦ୍ଧାର କରି ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ପ୍ରକାଶ ଯେ, କିଛିଦିନ ପୂର୍ବରୁ ଯନ୍ତ୍ରୀ ଜଣକ ସମ୍ବଲପୁରର ଏକ ବସ୍‌ରେ ଯାଉଥିବା ବେଳେ ଉକ୍ତ ଯୁବତୀଙ୍କ ସହ ପରିଚୟ ହୋଇଥିଲା । ପରେ ଯନ୍ତ୍ରୀ ଜଣ ଉକ୍ତ ଯୁବତୀଙ୍କୁ ଆଣି ସୋନପୁରସ୍ଥିତ ଭଡ଼ାଘରେ ରଖିଥିଲେ । ଗତକାଲି ଉଭୟ ଯନ୍ତ୍ରୀ ଶ୍ରୀ ସେଠୀ ଏବଂ ଗଣେଶ ସାହୁ ଯୁବତୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ପୁଲିସ ସୂତ୍ରରୁ ପ୍ରକାଶ । ଏନେଇ ପୁଲିସ ଏକ ମାମଲା ରୁଜୁ କରିଥିବା ବେଳେ ଆଇଆଇସି ପୁଷ୍ପେନ୍ଦୁ ସାଗର ଘଟଣାର ତଦନ୍ତ କରୁଛନ୍ତି ।