ରାଜ୍ୟରେ ୩ କରୋନା ଆକ୍ରାନ୍ତ ଚିହ୍ନଟ ।

ବାଲେଶ୍ୱର, ଭଦ୍ରକ ,ରିପୋର୍ଟ / ଦୀପ୍ତିମାନ୍ ପତି (ଓଡିଶା ତାଜା ନ୍ୟୁଜ୍‌ ) ଭଦ୍ରକ , ବୁଧବାର ,ଏପ୍ରିଲ 22.4.2020 :- ରାଜ୍ୟରେ ୩ କରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ୱେବସାଇଟ ରେ ଏହି ସୂଚନା ଦିଆଯାଇଛି । ନୂଆ ପଜିଟିଭ୍ କେସ୍ ସମ୍ପର୍କରେ ଅନ୍ୟ କିଛି ସୂଚନା ଦିଆଯାଇ ନଥିଲେ ମଧ୍ୟ ସେମାନେ ଭଦ୍ରକରୁ ବୋଲି ଜଣାପଡ଼ିଛି ଏବେ ଏମାନଙ୍କୁ ମିଶାଇ ଭଦ୍ରକରେ ଆକ୍ରାନ୍ତ ଙ୍କ ସଂଖ୍ୟା ୧୧ କୁ ବୃଦ୍ଧି ପାଇଛି । ମୋଟ ରାଜ୍ୟରେ କରୋନା ଆକ୍ରାନ୍ତ ୮୨ କୁ ଛୁଇଁଲା । ଭଦ୍ରକ ବାସୁଦେବପୁର ରୁ ଲଗାତାର ୩ ଦିନ ଧରି କରୋନା ଆକ୍ରାନ୍ତ ଙ୍କ ପଜିଟିଭ୍ ରିପୋର୍ଟ ଆସୁଛି । ଆକ୍ରାନ୍ତ ମାନଙ୍କ ର ପଶ୍ଚିମବଙ୍ଗ ଲିଙ୍କ ଥିବାରୁ ରାଜ୍ୟସରକାର ଙ୍କ ଚିନ୍ତା ବଢାଇଛି ରାଜ୍ୟ ରେ ୮୨ ଆକ୍ରାନ୍ତ ମଧ୍ୟରୁ ୫୧ ଜଣ ଚିକିସ୍ଚିତ ଓ ୩୦ ଜଣ ସୁସ୍ଥ ହୋଇଥିବା ବେଳେ ଜଣ ଙ୍କ ର ମୃତ୍ୟୁ ହୋଇଛି ।