ନମିତା ଙ୍କୁ ଆର୍ଥିକ ପୁରସ୍କାର

ଓଡ଼ିଶା ତାଜା ନ୍ୟୁଜ (୧୦ ସେପ୍ଟେମ୍ବର ଶୁକ୍ରବାର ବରଗଡ଼ :-  ବରଗଡ଼ ର ସୁନା ଝିଅ ନମିତା ପ୍ରଧାନ ଙ୍କୁ ଆଜି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ବରଗଡ଼ ମାରୁତି ଏନକ୍ଲେଭଠାରେ ଓଡ଼ିଶା ମାଷ୍ଟର ଆଥଲେଟିକ ଏସୋସିଏସନ ପକ୍ଷରୁ ଆୟୋଜିତ ସମର୍ଦ୍ଧନା ସଭା ରେ ସର୍ଦାର ପ୍ରୀତମ ସିଂ ସଭାପତିତ୍ବ କରିଥିଲେ। ସଭାରେ ଓଡ଼ିଶା ମାଷ୍ଟର ଆଥଲେଟିକ ଏସୋସିଏସନ ର ସଭାପତି କେଶବ ଚନ୍ଦ୍ର ମିଶ୍ର ମମତା ପ୍ରଧାନ ଙ୍କୁ ୩୦ ହଜାର ଟଙ୍କା ର ଚେକ୍ ପୁରସ୍କାର ପ୍ରଦାନ କରିଥିଲେ। ସଭାରେ ନମିତା ଙ୍କ ପ୍ରଶିକ୍ଷକ ଶିବ ମିଶ୍ରଙ୍କୁ ମଧ୍ୟ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା ।

ଏଥିରେ ବରଗଡ଼ ମହିଳା ସମିତି, ବରଗଡ଼ ଚେମ୍ବର ଅଫ କମର୍ସ, ଜିଲ୍ଲା କ୍ରୀଡ଼ା ସ°ସଦ, ସାମ୍ବାଦିକ ସଂଘ ବରଗଡ଼ ପ୍ରମୁଖ ର ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଶେଷରେ ଓଡ଼ିଶା ମାଷ୍ଟର୍ସ ଆଥଲେଟିକ ଏସୋସିଏସନ ର ସମ୍ପାଦକ ଶିବ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଥିବା ରାଜ୍ୟ ସିନିୟର୍ ଓପନ ଆଥଲେଟିକ ମିଟରେ ନମିତା ପ୍ରଧାନ ୮୦୦ ଏବଂ ୧୫୦୦ ମିଟର ଦୈ।ଡ ପ୍ରତିଯୋଗିତା ରେ ବରଗଡ଼ ଜିଲ୍ଲା ର ପ୍ରତିନିଧିତ୍ଵ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। (ସତ୍ୟ ନାରାୟଣ ପ୍ରଧାନ)