ଓଲଟିଲା ଆଳୁ ଵୋଝାଇ ଟ୍ରକ ମାନବିକତା ଭୂଲି ଗଲେ ଲୋକେ

୧୬ ନମ୍ବର ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳୁଛି ଆଳୁ ବସ୍ତା ଗୁଡିକୁ ଲୋକମାନେ ବୋହି ନେଇ ଯାଉଥିବା ଭଳି ଅମାନବିକତାର ପରିଚୟ । ଯାହା ଆଜି ସାଧାରଣ ରେ ଚର୍ଚ୍ଚା 

ଓଡ଼ିଶା ତାଜା ନ୍ୟୁଜ୍ (୭ ସେପ୍ଟେମ୍ବର ମଙ୍ଗଳବାର ) ଛତିଆ :- ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ନିକଟ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳୁଛି । ସକାଳ ପ୍ରୟ ୫.୩୦ ସମୟରେ ଚଣ୍ଡିଖୋଲ ନିକଟସ୍ଥ ଛତିଆ ଏସ, ଆର ପେଟ୍ରୋଲ ପମ୍ପ ନିକଟରେ WB33-C2930 ନମ୍ବର୍ ଥିବା ଏକ ଆଳୁ ବୋଝେଇ ଟ୍ରକ କଟକ ଅଭିମୁଖେ ଯାଉଥିବା ବେଳେ ରାସ୍ତା ରେ

ସିମେଣ୍ଟ ଅନଲୋଡ଼ କରି ଠିଆହୋଇ ଥିବା ଏକ ଟ୍ରକ ଯାହାର ନମ୍ବର୍ OD-04-H0488 ପଛ ପଟୁ ଧକ୍କା ଦେଇଥିଲା,ଫଳରେ 16 ନମ୍ୱର ଜାତୀୟ ରାଜପଥରେ ଆଳୁ ବୋଝେଇ ଟ୍ରକ ଟି ଓଲଟି ପଡିଥିବା ବେଳେ, ଅନ୍ୟ ଟ୍ରକ ଟି ରାସ୍ତା ତଳକୁ ଖସି ପଡିଥିବା ଦେଖିବାକୁ ମିଳିଛି ।

ଏହି ଖବର ପାଇ ବଡ ଚଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି, ଟ୍ରକ ର ଆହତ ଡ୍ରାଇଭର ଙ୍କୁ ଚିକିତ୍ସା ପାଇଁ ବଡଚଣା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିବା ଦେଖିବାକୁ ମିଳିଛି । ତେବେ ଆଳୁ ବସ୍ତା ଗୁଡିକୁ ଲୋକମାନେ ବୋହି ନେଇ ଯାଉଥିବା ଭଳି ଅମାନବିକତାର  ପରିଚୟ । ଦେଖିବାକୁ ମିଳୁଛି । ଯାହା ଆଜି ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଥିଲା ।(ଛତିଆ ରିପୋର୍ଟ ଚନ୍ଦ୍ରଶେଖର ପୃଷ୍ଟି)