ପିପିଲି ଉପନିର୍ବାଚନ ପାଇଁ ଆଦର୍ଶ – ଆଚରଣବିଧି ଲାଗୁ

ଓଡ଼ିଶା ତାଜା ନ୍ୟୁଜ୍ (୬ ସେପ୍ଟେମ୍ବର ସୋମବାରଭୁବନେଶ୍ୱର,ପିପିଲି :-  ମହାମାରୀ କୋଭିଡ୍‌-୧୯ ଯୋଗୁଁ ସ୍ଥଗିତ ଥିବା ୧୧୦- ପିପିଲି ଉପନିର୍ବାଚନ ନିମନ୍ତେ ଭାରତ ନିର୍ବାଚନ ଆୟୋଗ ଗତ ୦୪/୦୯/୨୦୨୧ରେ ପୁନଃବିଜ୍ଞପ୍ତି ପ୍ରକାଶ କରିଛନ୍ତି । ବିଭିନ୍ନ ରାଜନୈତିକ ଦଳ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ପରାମର୍ଶ କ୍ରମେ ନିର୍ବାଚନ ଆୟୋଗ ପିପିଲି ଉପନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି କରିଛନ୍ତି ।

ଏଥି ସହିତ ତା.୦୪/୦୯/୨୦୨୧ରିଖଠାରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ରାଜନୈତିକ ଦଳ, ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀ ଓ ସମଗ୍ର ପୁରୀ ଜିଲ୍ଲାରେ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି ବୋଲି ନିର୍ବାଚନ ଆୟୋଗ ତାଙ୍କ ପ୍ରେସ୍‌ ନୋଟ୍‌ ସଂଖ୍ୟା ଊଈଔ/Pକ୍ତ/୭୭/୨୦୨୧, ଛଟ୍ଟଛ ୦୪.୦୯.୨୦୨୧ରେ ବିଜ୍ଞପ୍ତି ଜାରି କରିଛନ୍ତି । ତଦନୁସାରେ ତା. ୩୦/୦୯/୨୦୨୧ରିଖ(ଗୁରୁବାର) ଦିନ ଭୋଟ ଗ୍ରହଣ କରାଯିବ ।

ସେହିପରି ତା. ୦୩/୧୦/୨୦୨୧ରିଖ ଦିନ (ସକାଳ ୭ ଘଟକାରୁ ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ) ଭୋଟ ଗଣତି ହୋଇ ତା, ୦୫/୧୦/୨୦୨୧ରିଖ ଦିନ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ଉପନିର୍ବାଚନରେ କୋଭିଡ୍‌-୧୯ର ବିସ୍ତୃତ ନିର୍ଦ୍ଦେଶାବଳୀକୁ ସବୁସ୍ତରରେ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଜାରି କରିଛନ୍ତି ।