ମହାନଦୀରେ ବୁଡ଼ି ବାଳିକାର ମୃତ୍ୟୁ

ଓଡ଼ିଶା ତାଜା ନ୍ୟୁଜ୍ (୫ ସେପ୍ଟେମ୍ବର ରବିବାରବାଙ୍କୀ :- ବାଙ୍କୀ ବ୍ଲକ ଅନ୍ତର୍ଗତ ବନ୍ଦାଳ ଗ୍ରାମ ପଞ୍ଚାୟତର ତେନ୍ତୁଳିଆ ଗ୍ରାମର ଗଣେଶ୍ୱର ନାୟକଙ୍କ ୧୧ ବର୍ଷ ର ଝିଅ ସସ୍ମିତା  ନାୟକ ମହାନଦୀରେ ସକାଳେ ଗାଧୋଉଥିବା ବେଳେ ଗୋଡ ଖସିଯିବାରୁ ମହାନଦୀ ପାଣି ରେ ବୁଡି ବେହୋସ ହୋଇଥିଲେ । ଉକ୍ତ ସ୍ଥାନରେ ଗାଧୋଇ ଥିବା ଲୋକେ ଓ ଗ୍ରାମ ଲୋକମାନେ

ପହଁରି ତାଙ୍କୁ ମହାନଦୀରୁ ଉଦ୍ଧାର କରି ନିକଟସ୍ଥ ତିଗିରିଆ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ସସ୍ମିତା କୁ ଆଠଗଡ଼ ଡାକ୍ତରଖାନାକୁ ନେଇଥିଲେ  । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।