ବି.କେ.ବିଦ୍ୟାପୀଠର ପ୍ରାକ୍ତନ ଛାତ୍ର ସ୍ୱର୍ଗତ ନରସିଂହ ମହାପାତ୍ରଙ୍କ ସ୍ମୃତି ସଭା

ଓଡ଼ିଶା ତାଜା ନ୍ୟୁଜ୍ (୫ ସେପ୍ଟେମ୍ବର ରବିବାରବାଙ୍କୀ :- ଉପଲକ୍ଷେ ବି.କେ.ବିଦ୍ୟାପୀଠର ପ୍ରାପ୍ତନ ଛାତ୍ର ତଥା ଗୋପାଳପୁର ସ୍କୁଲର ଶିକ୍ଷକ ସ୍ୱର୍ଗତ ନରସିଂହ ମହାପତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସଭା  ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠ ପ୍ରାଙ୍ଗଣରେ ରବିବାର ଆୟୋଜନ  ହୋଇଥିଲା । ଏହି ସଭାରେ  ବି.କେ.ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଦେବାଶିଷ ହାଜେରା ଅଧ୍ୟକ୍ଷତା କରିଥିଲେ । ବରିଷ୍ଠ ଶିକ୍ଷକ ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ସ୍ୱାଗତ ଭାଷଣ ଦେଇ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି ଓ ଶିକ୍ଷାବିତ୍ ପଦ୍ମଶ୍ରୀ ରଜତ କୁମାର କର ମୁଖ୍ୟବକ୍ତା ଭାବରେ ଯୋଗଦେଇ ସ୍ୱର୍ଗତ ନରସିଂହ ମହାପାତ୍ରଙ୍କ ସ୍ମୃତିଚାରଣ କରିଥିଲେ ।

ପୂର୍ବତନ ନଗରପାଳ ସୁବାସ ଚନ୍ଦ୍ର ମିଶ୍ର , ବାଙ୍କୀ କଲେଜର ପୂର୍ବତନ ଅଧ୍ୟକ୍ଷ ଅମରେନ୍ଦ୍ର ମିଶ୍ର, ବରିଷ୍ଠ ଆଇନଜୀବୀ ବିଭୂଧେନ୍ଦ୍ର ଦାଶ, ଅବସରପ୍ରାପ୍ତ ଶିକ୍ଷକ କାହ୍ନୁଚରଣ ସାହୁ, ପ୍ରେସକ୍ଲବ ସଭାପତି ବଳଭଦ୍ର ପଣ୍ଡା, ଉପସଭାପତି ସମରେନ୍ଦ୍ର ମହାପାତ୍ର ଅତିଥି ଭାବେ ଯୋଗଦେଇ ଗୁରୁଦିବସର ମହତ୍ୱ ବୁଝାଇବା ସହିତ ସ୍ୱର୍ଗତ ନରସିଂହ ମହାପାତ୍ରଙ୍କ ଗୁଣଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗତ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ସ୍ୱପ୍ନଜିତ ପଣ୍ଡା, ନରାୟଣ ମନ୍ତ୍ରୀ, ଶୁଭମ୍ ବେହେରା, ଆଶିକ୍ ତ୍ରିପାଠୀ ଏବଂ ଗୋପାଳପୁର ପ୍ରାଇମେରି ସ୍କୁଲର କୃତିତ୍ୱ ହାସଲ କରିଥିବା ବିଭୂନା ବେହେରା, ମୋନାଲିସା ବେହେରା, ଶୁଭଜ୍ଞାନୀ ସାହୁ, ରୋଜାଲିନ ସ୍ୱାଇଁ, ଦିବ୍ୟରଞ୍ଜନ ସ୍ୱାଇଁ, ଅମିତ କୁମାର ସ୍ୱାଇଁଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । 

ପଣ୍ଡିତ ନଗେନ୍ଦ୍ର କୁମାର ମହାପାତ୍ର ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୋ ସ୍କୁଲ ସଭାପତି ଆଇନଜୀବି ବକ୍ସି ସୁଧାଂଶୁ ରଞ୍ଜନ ପଟ୍ଟନାୟକ, ଓକିଲ ସଂଘ ଉପସଭାପତି ସନ୍ତୋଷ କୁମାର ରଣା, ସାମ୍ବାଦିକ  ଗୌତମ ମିଶ୍ର, ଗୌରାଙ୍ଗ ବେହେରା,  ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ପାଢ଼ୀଙ୍କ ସମେତ ବହୁ ବ୍ୟକ୍ତି ଯୋଗଦେଇଥିଲେ ।