ଆଦର୍ଶ ବିଦ୍ୟାଳୟରେ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ସମ୍ପର୍କରେ ଅଭିଯୋଗ ଆଣିଲା ବିଜେପି

ଓଡ଼ିଶା ତାଜା ନ୍ୟୁଜ୍ (୩ ସେପ୍ଟେମ୍ବର ଶୁକ୍ରବାର )ବାଙ୍କୀ :- ଡମପଡା ବ୍ଲକରେ ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନା ( ମନରେଗା ) ଯୋଜନାର ଦୁର୍ନୀତିର ଚେର ଦିନକୁ ଦିନ ଲମ୍ବିବାରେ ଲାଗିଛି।ଡମପଡା ବ୍ଲକର ମନରେଗା ଦୁର୍ନିତି ପ୍ରଥମେ ତାଳବସ୍ତ ଓ ପରେ ପରେ କୁସପଙ୍ଗି ,ଦୁଲଣl ପୁର ,ପାଥପୁର ପଞ୍ଚାୟତ ପରେ ଏବେ ନୂତନ ଭାବେ ଯୋଡି ହୋଇଛି ଗୋବିନ୍ଦପୁର ପଞ୍ଚାୟତ। ବାଙ୍କୀ – ଡମପଡା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ସ୍ଥିତ ଆଦର୍ଶ ବିଦ୍ୟାଳୟରେ ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନା (ମନରେଗା)

ରେ ଉର୍ଣ୍ଣତି କରଣ ଓ ବୃକ୍ଷରୋପଣ କାର୍ଯ୍ୟରେ ଅନିୟମିତତା କରାଯାଇଥିବା ନେଇ ଅଭିଯୋଗ ଆଣିଲା ବାଙ୍କୀ ବିଜେପି। ବିଜେପିର ଅଭିଯୋଗ ମୁତାବକ  ବିଦ୍ୟାଳୟର ଉର୍ଣ୍ଣତି କରଣ ଓ ସୌନ୍ଦର୍ଯ୍ୟ କରଣ ନିମନ୍ତେ କେନ୍ଦ୍ର ଓ ରାଜ୍ୟ  ସରକାର କୋଟି କୋଟି ଟଙ୍କା ର ଅନୁଦାନ ପ୍ରଦାନ କରୁଥିଲେ ମଧ୍ୟ ବିଦ୍ୟାଳୟ ମାନଙ୍କରେ ସେଭଳି ଆଖି ଦୃଶିଆ କାର୍ଯ୍ୟ ହେଉନଥିବା ଜଣାପଡିଛି ।ଡମପଡା ଶିକ୍ଷା ବିଭାଗ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତରେ ଥିବା ଆଦର୍ଶ ବିଦ୍ୟାଳୟ କୁ ପଞ୍ଚାୟତ ପକ୍ଷରୁ ମନରେଗା ଯୋଜନାରେ ଲ୍ୟାଣ୍ଡ ଡେଭଲମେଣ୍ଟ ଓ ବୃକ୍ଷରୋପଣ ନାମରେ   ୨୦୨୧ ମସିହାରେ 

ଲ୍ୟାଣ୍ଡ ଡେଭଲମେଣ୍ଟ ନାମରେ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୮୮  ହଜାର ଟଙ୍କା କାର୍ଯ୍ୟଦେଶରୁ ସମ୍ପୂର୍ଣ୍ଣ ବିଲ କରାଯାଇଥିବା ବେଳେ  ଦ୍ୱିତୀୟ ପର୍ଯ୍ୟାୟରେ ୪ ଲକ୍ଷ ୭୬ ହଜାର ଟଙ୍କା କାର୍ଯ୍ୟଦେଶରୁ  ୨ ଲକ୍ଷ ୫୫ ହଜାର ଟଙ୍କା ବିଲ ଜବକାର୍ଡ ଧାରୀ ଙ୍କ ନାମରେ ଉଠାଣ କରି ଅଳ୍ପ କିଛି ମୋରମ ପକାଇ ଠିକାଦାର ବିଲ ଉଠାଇ ନେଇଥିବା ଅଭିଯୋଗ ହୋଇଛି ବିଜେପି । ସେହିପରି ଉକ୍ତ ଆଦର୍ଶ ବିଦ୍ୟାଳୟରେ ବୃକ୍ଷରୋପଣ ନାମରେ  ୧ ଲକ୍ଷ ୨୪ ହଜାର  ଟଙ୍କାର କାର୍ଯ୍ୟଦେଶରୁ  ୨୨ ହଜାର ଟଙ୍କା ର ବିଲ ଜବ କାର୍ଡ ଧାରୀଙ୍କ ନାମରେ ଟଙ୍କା ଉଠାଯାଇଥିବା ବେଳେ ଉକ୍ତ ବିଦ୍ୟାଳୟ

ପରିସରରେ ବୃକ୍ଷ ରୋପଣ କରାନଯାଇନାହିଁ। ଆଦର୍ଶ ବିଦ୍ୟାଳୟ କୁ ଶିକ୍ଷା କ୍ଷେତ୍ରରେ ବ୍ଲକ ସ୍ତରରେ ଏକ ମଡେଲ କରିବା ପାଇଁ ଓ ସେଠାରେ ଉନ୍ନତ ମାନର ଶିକ୍ଷା ପ୍ରଦାନ ପାଇଁ ରାଜ୍ୟ ସରକାର ପରିକଳ୍ପନା କରିଥିଲେ । ରାଜ୍ୟ ର ସମସ୍ତ ବ୍ଲକ ରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ କରିବା ସହ ସରକାରୀ ବିଦ୍ୟାଳୟ ରେ କପରି ପିଲା ଉନ୍ନତ ମାନର ଶିକ୍ଷା ପାଇ ପାରିବେ ସେହି ଉଦ୍ୟଶ ରେ ଆଦର୍ଶ ବିଦ୍ୟାଳୟ ର ମାନ କୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ଏକ କ୍ୟାବିନେଟ ପାହ୍ୟା ର ପରାମର୍ଶ ଦାତା ମଧ୍ୟ ନିଯୁକ୍ତି କରିଛନ୍ତି ଓ ବିଦ୍ୟାଳୟ ର ସୁନ୍ଦର କରଣ ପାଇଁ ଅନୁଦାନ କରିଥିଲେ ବି ଡମପଡା ବ୍ଲକ ଗୋବିନ୍ଦପୁର ଆଦର୍ଶ ବିଦ୍ୟାଳୟ ରେ ତାହାର ନଗ୍ନ ରୂପ ଦେଖିବାକୁ

ମିଳିଛି।ଏଠାରେ ବୃକ୍ଷ ରୋପଣ ଠାରୁ ଆରମ୍ଭ କରି ଲ୍ୟାଣ୍ଡ ଡେଭଲମେଣ୍ଟ ପର୍ଯ୍ୟନ୍ତ ସବୁଠାରେ ଦୁର୍ନୀତି ର ଗନ୍ଧ ବାରିହେଉଛି ବୋଲି ବାଙ୍କୀର ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ କୃଷକ ମୋର୍ଚା କାର୍ଯ୍ୟକରିଣୀ ସଦସ୍ୟ ଶୁଭ୍ରାଂଶୁ ମୋହନ ପାଢ଼ୀ ଅଭିଯୋଗ କରିଛନ୍ତି।ଆଗାମୀ ଦିନରେ ଉକ୍ତ ଆଦର୍ଶ ବିଦ୍ୟାଳୟର ମନରେଗା ଯୋଜନାରେ ହୋଇ ଥିବା କାର୍ଯ୍ୟର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହିତ ଉକ୍ତ କାର୍ଯ୍ୟରେ ଲିପ୍ତ ଥିବା କର୍ମଚାରୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି ।ଯଦି ଏହାର ତଦନ୍ତ କରନଯାଏ ତେବେ ବିଜେପି ରାଜରାସ୍ତାକୁ ଓଲ୍ହାଇବେ ବୋଲି ବାଙ୍କୀର ବରିଷ୍ଠ ବିଜେପି ନେତା ଶ୍ରୀ ପାଢ଼ୀ ଚେତାବନୀ ଦେଇଛନ୍ତି । ଏଭଳି ଘଟଣା ସମ୍ପର୍କରେ ବିଦ୍ୟାଳୟର ପ୍ରିନ୍ସପାଲ ଙ୍କୁ

ପଚାରିବାରୁ କହିଲେ ଏଭଳି ଘଟଣା କାର୍ଯ୍ୟ ସମ୍ପର୍କରେ କୌଣସି ଖବର ପଞ୍ଚାୟତ  ପକ୍ଷରୁ ମିଳିନାହିଁ କିମ୍ବା ପଞ୍ଚାୟତ ପକ୍ଷରୁ କି କାର୍ଯ୍ୟ କରାଯାଇଛି ସେ ବିଷୟରେ କୌଣସି ସୂଚନା ଆମେ ଜାଣିନାହୁଁ।ଏ ସମ୍ପର୍କରେ ପଞ୍ଚାୟତ ର ପିଇଓ ଙ୍କୁ ପଚାରିବାକୁ ଚେଷ୍ଟା କରିଥିବା ବେଳେ ଯୋଗା ଯୋଗ ସମ୍ଭବ ହୋଇନପାରିନଥିଲା ତାଙ୍କ ଫୋନ ନେଟୱର୍କ ବାହାରେ ଥିଲା ଜି.ଆର .ଏସ ବିନୟ ଗୋଛାୟତ ଙ୍କୁ ପଚାରିବାରୁ କହିଲେ ଉକ୍ତ ବିଦ୍ୟାଳୟ ଅଳ୍ପ କିଛି କାର୍ଯ୍ୟ ହୋଇଛି ସମ୍ପୂର୍ଣ୍ଣ କାର୍ଯ୍ୟ ହୋଇ ନାହିଁ ଜିଆରଏସ ସୂଚନା ଦେଇଛନ୍ତି।ଏ ସମ୍ପର୍କରେ ସରପଞ୍ଚ ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିବାରୁ ସେ କହିଲେ ବିଦ୍ୟାଳୟ ର ପୁର୍ବ ଅବସ୍ଥା ଏକଦମ ନଷ୍ଟ ଥିଲା ଲାଣ୍ଡ ଅତ୍ୟନ୍ତ ଖରାପ ଥିଲା ତାକୁ ସଠିକ ଭାବେ କାର୍ଯ୍ୟ କରିଛୁ କୋଭିଡ ସମୟ ରେ ଆମେ ବି କାର୍ଯ୍ୟ କରିଛୁ ଏହା ବିଜେପି ର ମିଥ୍ଯା ଅଭିଯୋଗ ଓ ରାଜନୈତିକ ଚାଲ।