ଉତ୍ତର ଭୁବନେଶ୍ଵରରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଓ ମିଶ୍ରଣ ପର୍ବ ଆୟୋଜନ

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅଗଷ୍ଟ ରବିବାର) ଭୁବନେଶ୍ୱର,ରିପୋର୍ଟ ଅଭିମନ୍ୟୁ :- ଓଡିଶା ମୋ ପରିବାର ତରଫରୁ ଭୁବନେଶ୍ୱର ୱାର୍ଡ ନମ୍ବର-୮ ଚନ୍ଦ୍ରଶେଖରପୁର ସାଇ ଜ୍ୟୋତି କନଭେନସନରେ ପୂର୍ବତନ କର୍ପୋରେଟର ମୋନାଲିସା ସାହୁ ଓ ଜିଲ୍ଲା ବିଜେଡ଼ି ଉପସଭାପତି ଶ୍ରୀ ମନୋଜ କୁମାର ସାହୁଙ୍କ ସହଯୋଗରେ “ଜୀବନବିନ୍ଦୁ ରକ୍ତଦାନ” ଶିବିର ଆୟୋଜନ କରାଯାଇଛି। ଏହି ଶିବିରରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ , ଓଡ଼ିଶା ମୋ ପରିବାର ର ସହ-ଅଧକ୍ଷ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ,

ଜୀବନ ବିନ୍ଦୁ ସଂଯୋଜକ ଡ଼ଃ ପ୍ରକାଶ ତ୍ରିପାଠୀ, ନବ କିଶୋର ବେହେରା, ଅଶ୍ଵିନୀ ସୁନ୍ଦରାୟ, ବିଜେଡ଼ି ସମ୍ପାଦକ ଶ୍ରୀ ଅମରେଶ ଜେନା, ଦୁର୍ଗା ସାମନ୍ତରାୟ, ସମୀର ପ୍ରଧାନ ଅତିଥି ଭାବେ ଯୋଗଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ଓ ବିଜେଡ଼ି ଶ୍ରୀ କଞ୍ଜେଷ୍ଟର ଜେନା, ବିଜେଡ଼ି ଉପଡେଷ୍ଟା ଶ୍ରୀ ସମରେନ୍ଦ୍ର ସାହୁ, ଯୁବ ବିଜେଡ଼ି ନେତା ଶ୍ରୀ ଅକ୍ଷୟ ସ୍ବାଇଁ, ଚିତ ରଞ୍ଜନ ଦାସ ଓ ସ୍ଥାନୀୟ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ,

ଯୁବକ ଓ ଛାତ୍ର ଓ ମହିଳାମାନେ ଯୋଗଦେଇ ରକ୍ତ ଦାତାମାନଙ୍କୁ ଉତ୍ସାହିତ କରିଥିଲେ। ତତ୍ ସହିତ ୱାର୍ଡ ନମ୍ବର ୧୪ ବିଜେପି ନେତା ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ୧୦୦ ରୁ ଉର୍ଦ୍ଧ ବିଜେପି କର୍ମୀ ଓ ମହିଳା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନରେ ଆସ୍ଥା ପ୍ରକଟ କରି ଅତିଥି ମାନଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗଦାନ କଲେ ।

 

ମନ୍ତ୍ରୀ ଓ ବିଧାୟକମାନେ ବିଜୁ ଜନତାଦଳର ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସେମାନଙ୍କୁ ବିଜୁ ଜନତା ଦଳକୁ ସ୍ବାଗତ କରିବା ସହିତ ବିଜୁ ଜନତା ଦଳକୁ ଆଗାମୀ ଦିନରେ ଅଧିକରୁ ଅଧିକ ମଜବୁତ୍ କରିବାକୁ ଶପଥ ପାଠ କରାଇଥିଲେ । ଶେଷରେ ୨୨୦ ରୁ ଉର୍ଦ୍ଧ୍ବ ୟୁନିଟ ରକ୍ତ ସଂଗୃହୀତ ହୋଇଛି ବୋଲି ସଂଯୋଜକ ଡ଼ଃ ପ୍ରକାଶ ତ୍ରିପାଠୀ ଜଣାଇଛନ୍ତି।