୧୭ ଏପ୍ରିଲ, ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ରାଶିଫଳ

ଭୁବନେଶ୍ୱର, ରିପୋର୍ଟ ( ଓଡିଶା ତାଜା ନ୍ୟୁଜ୍‌ ) ଶୁକ୍ରବାର, ଏପ୍ରିଲ 17.4.2020 :- ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ :- ଜଗନ୍ନାଥଙ୍କର ଆଶୀର୍ବାଦରେ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ଉତ୍ସାହ ଦେଖାଯିବ । ମନରେ ଫୂର୍ତ୍ତି ଏବଂ ସତେଜ ଅନୁଭବ କରିବେ । ପାରିବାରିକ ବାତାବରଣ ଖୁସି ଓ ଆନନ୍ଦ ପୂର୍ଣ୍ଣ ରହିବ। ମିତ୍ରମାନଙ୍କ ସହିତ ଆନନ୍ଦରେ ସମୟ କାଟିବେ । ମାତାଙ୍କ ତରଫରୁ ଲାଭ ହେବ । ଯାତ୍ରାର ଯୋଗ ଅଛି । ଧନ ଲାଭ, ଉତ୍ତମ ଭୋଜନ ଏବଂ ଭେଟ-ଉପହାର ମିଳିବାରରୁ ଆପଣ ଆନନ୍ଦିତ ରହିବେ ।

ବୃଷ :- କ୍ରୋଧ ଏବଂ ହତାସାର ଭାବନା ନିଜର ମନ ଉପରେ ପ୍ରଭାବ ନପକାଉ ସେଥିପାଇଁ ଚେଷ୍ଟା କରିବେ । ଶାରୀରିକ ସ୍ଵାସ୍ଥ୍ୟ ଟିକେ ଖରାପ ହୋଇପାରେ, ଖାଦ୍ୟ-ପାନୀୟ ଉପରେ ଧ୍ୟାନ ଦିଅନ୍ତୁ । ଘର-ପରିବାରର ଚିନ୍ତା ସାଥିରେ ଖର୍ଚ୍ଚ ମାମଲାରେ ମଧ୍ୟ ଆଜି ଚିନ୍ତିତ ରହିବେ । ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ପରିଶ୍ରମ ବ୍ୟର୍ଥ ହେବା ପରି ଲାଗିବ ।

ମିଥୁନ :- ପରିବାରରେ ଖୁସି ଏବଂ ଆନନ୍ଦର ମାହୌଲ ରହିବ । ଚାକିରି ଏବଂ ବ୍ୟବସାୟରେ ଆପଣଙ୍କୁ ଲାଭର ସମାଚାର ମିଳିବ । ଉଚ୍ଚ ଅଧିକାରୀ ଆପଣଙ୍କଠାରୁ କାର୍ଯ୍ୟଗୁଡ଼ିକର ପ୍ରଶଂସା ମିଳିବ । ବୈବାହିକ ଯୋଗ ଅଛି । ମହିଳା ମିତ୍ରମାନଙ୍କର ବିଶେଷ ଲାଭ ହେବ । ଦାମ୍ପତ୍ୟଜୀବନରେ ମାଧୁର୍ଯ୍ୟର ଆନନ୍ଦ ନେବେ । ସନ୍ତାନମାନଙ୍କ ତରଫରୁ ଶୁଭ ସମାଚାର ମିଳିବ ।

କର୍କଟ : – ଘରସଜ୍ଜା ଉପରେ ବିଶେଷ ଧ୍ୟାନ ଦେବେ । ନୂଆ ଘରପାଇଁ ଦ୍ରବ୍ୟ କିଣିବାର ସଂଭାବନା ଅଛି । ବ୍ୟାପାରିମାନଙ୍କ ଏବଂ ଚାକିରି କରୁଥିବା ଲୋକମାନଙ୍କର ଲାଭ ତଥା ପଦୋନ୍ନତିର ଆଶା ରଖିପାରନ୍ତି । ପାରିବାରିକ ସୁଖ-ଶାନ୍ତିର ବାତାବରଣ ରହିବ । ସରକାରୀ ଲାଭ ମିଳିବ । ଆପଣଙ୍କ ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ । ଆର୍ଥିକ ଲାଭ ହେବ । ଆଜି ସମସ୍ତ କାର୍ଯ୍ୟ ସୁସ୍ଥତା ଏବଂ ସରଳତାପୂର୍ବକ ସମ୍ପୂର୍ଣ୍ଣ ହେବ ।

ସିଂହ :- ଆଜି ସ୍ଵଭାବରେ ଉଗ୍ରତା ଏବଂ କ୍ରୋଧ ରହୁଥିବା କାରଣରୁ ଆପଣଙ୍କ କାମ କରିବାରେ ମନ ଲାଗିବ ନାହିଁ । ବାଦ-ବିବାଦରେ କୌଣସି ଅସନ୍ତୋଷର ବାତାବରଣ ହୋଇପାରେ । ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ପଡ଼ିବ । ଚାକିରି କ୍ଷେତ୍ରରେ ଅବରୋଧ ଆସିବାରୁ ନିର୍ଦ୍ଧାରିତ କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରିବେ ନାହିଁ । ଧାର୍ମିକ ଯାତ୍ରାର ଆୟୋଜନ ହେବ ।

କନ୍ୟା :- ଆଜି ନୂଆ କାର୍ଯ୍ୟ ହାତକୁ ନେବା ହିତକର ନୁହେଁ । ବାହରର ଖାଦ୍ୟ ଖାଆନ୍ତୁ ନାହିଁ । କ୍ରୋଧକୁ ନିୟନ୍ତ୍ରଣରେ ରଖିବା ପାଇଁ ମୌନ ବ୍ରତ ଅଧିକ ଭଲ ପ୍ରମାଣିତ ହେବ । ଧନ ଖର୍ଚ୍ଚ ହୋଇପାରେ । ଶତ୍ରୁ ଆପଣଙ୍କ କ୍ଷତି କରିପାରନ୍ତି, ଏହାର ଧ୍ୟାନ ରଖିବେ । ନିଆଁ ଏବଂ ପାଣିକୁ ଦେଖିକରି ଚାଲିବେ । ସରକାର ବିରୋଧୀ କିମ୍ବା ଅନୈତିକ ପ୍ରବୃତ୍ତିଗୁଡ଼ିକରୁ ସମସ୍ୟା ସୃଷ୍ଟି ହୋଇପାରେ, ଏହାର ଧ୍ୟାନ ରଖିବେ ।

ତୁଳା :- ପ୍ରଣୟ, ରୋମାନ୍ସ, ମନୋରଞ୍ଜନ ଏବଂ ମଉଜ-ମସ୍ତୀରେ ଭରପୂର ରହିବ ଆଜିର ଦିନ । ସାର୍ବଜନିକ ଜୀବନରେ ଆପଣ ମହତ୍ତ୍ୱ ପ୍ରାପ୍ତ କରିବେ । ଯଶ ଏବଂ କୀର୍ତ୍ତିରେ ବୃଦ୍ଧି ହେବ । ଭାଗିଦାରୀ ସହିତ ଲାଭ ହେବ । ସୁନ୍ଦର ବସ୍ତ୍ର କିମ୍ବା ବସ୍ତ୍ରାଭୂଷଣ କ୍ରୟ କରିବେ । ଦାମ୍ପତ୍ୟସୁଖ ଏବଂ ବାହନସୁଖ ଭଲ ମିଳିବ । ମିତ୍ରମାନଙ୍କ ସହିତ ଯାତ୍ରା କରିବେ । ଜଗନ୍ନାଥଙ୍କର ଆଶୀର୍ବାଦ ଆପଣଙ୍କ ସହିତ ଅଛି ।

ବିଚ୍ଛା :- ପାରିବାରିକ ଶାନ୍ତିର ମାହୌଲ ଆପଣଙ୍କ ମନକୁ ସ୍ଵସ୍ଥ ରଖିବ । ନିର୍ଦ୍ଧାରିତ କାମରେ ସଫଳତା ମିଳିବ । ଚାକିରିରେ ସାଥୀ କର୍ମଚାରିମାନଙ୍କର ସହଯୋଗ ମିଳିବ । ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଏବଂ ଶତ୍ରୁମାନଙ୍କ ଚାଲ ନିଷ୍ଫଳ ହେବ । ମାମୁଁ ଘର ପକ୍ଷରୁ ଲାଭ ହେବ । ଆର୍ଥିକ ଲାଭ ହେବ । ଆଶ୍ଚର୍ଯ୍ୟ କାର୍ଯ୍ୟରେ ଖର୍ଚ୍ଚ ହୋଇପାରେ ।

ଧନୁ :- କାର୍ଯ୍ୟରେ ଅସଫଳତା ହତାସ ସୃଷ୍ଟି କରିପାରେ । ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖିବେ । ପେଟ ସମ୍ବନ୍ଧୀତ ରୋଗରେ ଯନ୍ତ୍ରଣା ହୋଇପାରେ । ବାଦ-ବିବାଦ କିମ୍ବା ଚର୍ଚ୍ଚାରେ ପଡ଼ି ସମସ୍ୟା ସୃଷ୍ଟି ହୋଇପାରେ । ସନ୍ତାନମାନଙ୍କ ମାମଲାରେ ଚିନ୍ତା ସୃଷ୍ଟି ହେବ । ଆର୍ଥିକ ଲାଭ ହେବ, ପ୍ରେମୀ ସହିତ ଆନନ୍ଦର ସମୟ କାଟିବେ ।

ମକର :- କୌଟୁମ୍ବିକ କ୍ଲେଶ ଆପଣଙ୍କ ମନକୁ ବ୍ୟଥିତ କରିପାରେ । ମାତାଙ୍କର ସ୍ଵାସ୍ଥ୍ୟ ଚିନ୍ତା ସୃଷ୍ଟି ହୋଇପାରେ । ସାର୍ବଜନିକ ଜୀବନରେ ଅପଯଶ କିମ୍ବା ଅପକୀର୍ତ୍ତି ଆପଣଙ୍କ ମାନ-ପ୍ରତିଷ୍ଠାକୁ ହାନି ପହଁଚାଇପାରେ । ପର୍ଯ୍ୟାପ୍ତ ଆରାମ ଏବଂ ନିଦ ନ ମିଳିବାରରୁ ସ୍ଵାସ୍ଥ୍ୟ ଖରାପ ହୋଇପାରେ । ମହିଳା ବର୍ଗଙ୍କୁ କ୍ଷତି ହେବାର ଭୟ ହୋଇପାରେ ।

କୁମ୍ଭ :- ଆଜି ଆପଣଙ୍କ ମନ ବହୁତ ଆସ୍ୱସ୍ତି ଅନୁଭବ କରିବ । ଶାରୀରିକ ସୁସ୍ଥତା ଆପଣଙ୍କ ଉତ୍ସାହ ବୃଦ୍ଧି କରିବ । ପଡ଼ୋଶୀମାନଙ୍କ ଏବଂ ଭାଇ-ଭଉଣୀମାନଙ୍କ ସହିତ ଅଧିକ ମେଳ-ମିଳାପ ରହିବ । ଘରେ ମିତ୍ରମାନଙ୍କ ଆଗମନ ଆନନ୍ଦଦାୟୀ ରହିବ । ପ୍ରିୟ ବ୍ୟକ୍ତିଙ୍କ ସହିତ ଏବଂ ଭାଗ୍ୟ ବୃଦ୍ଧିର ଯୋଗ ଅଛି ।

ମୀନ :- ଆପଣଙ୍କ ଖର୍ଚ୍ଚ ଯୋଗୁଁ ଅତିରିକ୍ତ କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖିବାପାଇଁ ଉପଦେଶ । କାହା ସହିତ ଯୁକ୍ତି ହେବାର ଆଶଂକା ଅଛି । ଆର୍ଥିକ ମାମଲାରେ କିମ୍ବା ଆଦାନ-ପ୍ରଦାନରେ ସାବଧାନ ରହିବେ । ପାରିବାରିକ ସଦସ୍ୟମାନଙ୍କ ସହିତ ଝଗଡ଼ା ହୋଇପାରେ । ନକାରାତ୍ମକ ବିଚାର ମନ ଉପରେ ରହିବ । ଖାଦ୍ୟ-ପେୟପ୍ରତି ଦାୟିତ୍ୱହୀନତାଯୋଗୁଁ ସ୍ଵାସ୍ଥ୍ୟ ଖରାପ ହେବାର ଆଶଂକା ଅଛି ।