ପୁଦିନା ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ…

ଭୁବନେଶ୍ୱର , (ଓଡିଶା ତାଜା ନ୍ୟୁଜ୍‌) ପୁଦିନା, ଗୁରୁବାର, ଏପ୍ରିଲ 16.4.2020 :–

ଏହାକୁ ସେବନ କରିବା ଦ୍ବାରା ଶରୀରକୁ ଥଣ୍ଡା ମିଳିବା ସହ ଆହୁରି ଅନେକ ଲାଭ ମଧ୍ୟ ମିଳିଥାଏ । – ପୁଦିନା ହଜମ ପ୍ରକ୍ରିୟାକୁ ସଠିକ୍ ରଖେ । – ଆଜମା ରୋଗୀଙ୍କ ପାଇଁ ଏହା ବହୁତ ଲାଭଦାୟକ । – ଥଣ୍ଡା କାଶ ଦୂର କରିବାରେ ପୁଦିନା ଉପକାରୀ । – ନାକ, ଗଳା ଏବଂ ଫୁସଫୁସରେ ସମସ୍ୟା ଥିଲେ ପୁଦିନା ତାହା ଦୂର କରେ । – ପୁଦିନା ମୁଣ୍ଡବିନ୍ଧାରୁ ମୁକ୍ତି ଦେଇଥାଏ । – ମିଣ୍ଟ ବାମ ଏବଂ ମିଣ୍ଟ ତେଲ ମୁଣ୍ଡବିନ୍ଧାରୁ ଆରାମ ଦେଇଥାଏ ।

– ପାଟିର ଦୁର୍ଗନ୍ଧ ଦୂର କରିବାରେ ପୁଦିନା ସାହାଯ୍ୟ କରେ । – କେବଳ ସେତିକି ନୁହେଁ, ଓଜନ ହ୍ରାସ କରିବାରେ ମଧ୍ୟ ପୁଦିନା ବହୁତ ଲାଭଦାୟକ । – ପୁଦିନା ମଧ୍ୟ ମସ୍ତିଷ୍କ ପାଇଁ ବହୁତ ଲାଭଦାୟକ । – ପୁଦିନା ସେବନ ଦ୍ୱାରା ମୁହଁର କଳା ଦାଗ ଓ ବ୍ରଣ ମଧ୍ୟ ଦୂର ହୋଇଥାଏ । – ପୁଦିନା ଚିନ୍ତା ଏବଂ ଅବସାଦରୁ ମୁକ୍ତି ଦେଇଥାଏ । – ଗରମ ଦିନରେ ଶରୀରକୁ ସୁସ୍ଥ ରଖେ ।