ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଓ ବିଶାଳ କବି ସମ୍ମିଳନୀ

ଓଡ଼ିଶା ତାଜା ନ୍ୟୁଜ (୨୨ ଅଗଷ୍ଟ ରବିବାର ) ପଦ୍ମପୁର :- ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସିର୍ଜିନା ସାହିତ୍ୟ ଏବଂ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସ୍ଵଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ଓ ଏକ ବିଶାଳ କବି ସମ୍ମିଳନୀ ଧୁମ୍ ଧାମ ରେ ପଦ୍ମପୁର ର ବୁବୁଡ଼ା ସ୍ଥିତ ମାଉସୀ ମା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ଯ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି, ଅଧ୍ୟାପକ ଦୁର୍ଗାଶିଷ ପଟ୍ଟନାୟକ ମୁଖ୍ୟ ବକ୍ତା ଏବଂ ଶ୍ରୀ ଡ଼ଃ ପ୍ରମୋଦ କୁମାର ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନ ର ସଭାପତି ଶ୍ରୀ ରାଜୁ ଘିବେଲା ଓ ସଂପାଦକ ଶ୍ରୀ ରାଜେନ୍ଦ୍ର କୁମାର ମହାନ୍ତି ଙ୍କ ଅନୁମୋଦନ କ୍ରମେ ସୋନପୁର ଜିଲ୍ଲା ର ଯୁବ କବି ଶ୍ରୀ ରାଧା ମୋହନ ପୂଜାହାରୀଙ୍କୁ ଅନୁଷ୍ଠାନ ଉପ ସଭାପତି ଘୋଷିତ କରା ଯାଇଥିଲା ।

ଏହି ଉତ୍ସବ ରେ ଶତାଧିକ କବି କବୟିତ୍ରୀ ଉପସ୍ଥିତ ରହି ସ୍ବରଚିତ କବିତା ପାଠ କରିଥିଲେ । ସମସ୍ତଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା । କବି ଭୀଷ୍ମଦେବ ସାହୁ ମଞ୍ଚ ପରିଚାଳନା କରିଥିଲେ । ଶେଷରେ କବି ଶଙ୍କର ଶତପଥୀ ଧନ୍ୟବାଦ ଜ୍ଞାପନ କରିଥିଲେ ।ସିର୍ଜିନା ମେହେର ସମ୍ମାନ ଶ୍ରୀ ଶେଷ ଦେବ ମେହେରଙ୍କୁ ଉପଢୌକନ ଓ ମାନପତ୍ର ଦେଇ ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ କୁମାର ପୁରୋହିତ ସମ୍ମାନିତ କରିଥିଲେ । ଶ୍ରୀ ଶୁକଦେଵ ସାହୁଙ୍କୁ ମଧ୍ୟ ସମ୍ମାନିତ କରା ଯାଇଥିଲା। ଶ୍ରୀ ଶଙ୍କର ଶତପଥୀ,ନାଟ୍ୟକାର ଅଶୋକ କୁମାର ବହିଦାର,ଡ଼ ଅବନୀ କାନ୍ତ ସାହୁ, ଭୀଷ୍ମଦେଵ ସାହୁ,ସୁରଜ ସାହୁ,ଭଗବାନ ମଲ୍ଲିକ,ଚନ୍ଦନ ସାହୁ,ପୌଳସ୍ତ୍ୟ ସାହା ପ୍ରମୁଖ ଯୋଗଦାନ କରିଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)