କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାର କର୍ମଚାରୀ ଙ୍କ ମହାନତା ଯୋଗୁଁ ଶିଶୁର ଜୀବନ ବଞ୍ଚିଗଲା

ଓଡ଼ିଶା ତାଜା ନ୍ୟୁଜ (୨୧ ଜୁଲାଇ ବୁଧବାର ) କନ୍ଧମାଳ :- କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଳକରୁ ଆସିଥିବା ମୋତି ମାଝୀ ନାମକ ୧ବର୍ଷର ଶିଶୁକୁ ଜରୁରୀ ‘ଏ’ ପଜିଟିଭ ରକ୍ତର ଆବଶ୍ୟକତା ହେଉଥିବା ବେଳେ, ରକ୍ତଭଣ୍ଡାରରେ କୈାଣସି ଗୃପର ରକ୍ତନଥିବା ଓ ପରିସ୍ଥିତିକୁ ହୃଦୟଙ୍ଗମ କରି ଡ୍ୟୁଟିରେ ଥିବା ଟେକ୍ନିସିଆନ୍‌ ସୁଜିତ କୁମାର ସାହୁ ନିଜେ ରକ୍ତଦାନ କରି ସମାଜକୁ ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିବା ସହିତ ଛୁଆଟି ପାଇଁ ଦେବଦୂତ ସାଜିଥିଲେ । ଏହାକୁ ନେଇ ରକ୍ତଭଣ୍ଡାର ଅଧିକାରୀ ଖୁସି ବ୍ୟକ୍ତ କରିବା ସହିତ ,

ରକ୍ତଭଣ୍ଡାର କର୍ମଚାରୀଙ୍କ ପାଇଁ ଏହା ପ୍ରେରଣାର ଉତ୍ସ ବୋଲି କହିଥିଲେ । ମୋଟିଭେଟର ସୁକାନ୍ତ କୁମାର ବେହେରା ଏହିଭଳି କର୍ମଚାରୀଙ୍କ ସହିତ କାମ କରୁଥିବାରୁ ନିଜକୁ ଗର୍ବିତ ଅନୁଭବ କରୁଥିବା ବ୍ୟକ୍ତ କରିଥିଲେ । ବୁଦ୍ଧିଜୀବୀ ମହଲରେ ଏଥିପାଇଁ ଅନେକ ପ୍ରଶଂସା କରାଯାଇଛି । ଆମେ ଯଦିଓ ରକ୍ତଦାନ ଏମିତି କରିବୁ ତେବେ ଅନ୍ୟମାନେ ଏହାକୁ ଦେଖି ନିର୍ଭିକ ଓ ସ୍ୱତଃ ପ୍ରବୃତ୍ତ ଭାବରେ ରକ୍ତ ଦେବାକୁ ଆଗ୍ରହ ପ୍ରକାଶ କରିବେ ବୋଲି ଶ୍ରୀ ସାହୁ ମତପ୍ରକାଶ କରିଛନ୍ତି ।
( ରିପୋର୍ଟ – ସଞ୍ଜୟ କୁମାର ପାଣିଗ୍ରାହୀ )