ସିଂହଦ୍ୱାରରୁ ଧିରେ ଧିରେ ଧାଡ଼ି ପହଣ୍ଡିରେ ସେବାୟତଙ୍କ ହାତରେ ବାହାରି ଆସୁଛନ୍ତି ବଡ଼ ଠାକୁର ବଳଭଦ୍ର

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜୁଲାଇ ସୋମବାର ) ପୁରୀ :- ଆଜି ମହାପ୍ରଭୁଙ୍କର ଘୋଷଯାତ୍ରା । ଅଣସରରୁ ବାହାରିବା ପରେ  ଜନ୍ମବେଦି କଥା ମନେପଡ଼ିଛି ମହାପ୍ରଭୁଙ୍କର ଆଉ ମାଉସୀ ଘର ପୋଡ଼ ପିଠା । ସେଥିପାଇଁ ତ ଘରେ ମହାଲକ୍ଷ୍ମୀଙ୍କୁ ଛାଡ଼ି ଭାଇ ବଳଭଦ୍ର ଏବଂ ଭଉଣୀ ଶୁଭଦ୍ରାଙ୍କୁ ଧରି ବାହାରିଛନ୍ତି ମହାପ୍ରଭୁ । ଜନ୍ମବେଦିକୁ  ଯିବେ ନଟିଆ ଠାକୁର ନଟବର । ବଡ଼ଦାଣ୍ଡରେ ପ୍ରସ୍ତୁତ ୩ ରଥ ।

ପଥବି ତା ଛାତି ଉପରେ ରଥକୁ ଗଡ଼ାଇବା ପାଇଁ ପୁରା ପ୍ରସ୍ତୁତ ହୋଇ ରହିଛି । ଧାଡ଼ି ପହଣ୍ଡିରେ ରଥ ଉପରକୁ ଛୁଟିଆସିବେ ରତୁର୍ଦ୍ଧାମୂର୍ତ୍ତି । ପ୍ରଥମେ ସୁଦର୍ଶନ ତାପରେ ବଡ଼ ଠାକୁର ବଳଭଦ୍ର ଏବଂ ତାପରେ ଭଉଣୀ ସୁଭଦ୍ରା, ସର୍ବଶେଷରେ ଟାହିଆ ଦୋହଲାଇ ଆସିବେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ।

ଧାଡ଼ି ପହଣ୍ଡିରେ ରଥକୁ ଆସୁଛନ୍ତି ଚତୁର୍ଦ୍ଧାପୂର୍ତ୍ତି । ପ୍ରଥମେ ସୁଦର୍ଶନଙ୍କ ପରେ ଆରମ୍ଭ ହୋଇଛି ବଳଭଦ୍ରଙ୍କର ପହଣ୍ଡି । ସିଂହଦ୍ୱାରରୁ ଧିରେ ଧିରେ ଧାଡ଼ି ପହଣ୍ଡିରେ ସେବାୟତଙ୍କ ହାତରେ ବାହାରି ଆସୁଛନ୍ତି ବଡ଼ ଠାକୁର ବଳଭଦ୍ର ।