କୋରେନା ରେ ବାପା ମା ମୃତକ ପରିବାର କୁ ସହାୟତା ର ହାତ ବଢ଼େଇଲା ରାଏମନ ଫାଉଣ୍ଡେସନ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଜୁଲାଇ ଶନିବାର ) ପାଟଣାଗଡ଼ :- ଭାଗ୍ୟର ବିଡମ୍ବନା ! କେତେବେଳେ କିଏ କଣ ହେବ କେହି କହି ପାରିବେ ନାହିଁ ।କିଏ ଜାଣିଥିଲା ଏମିତି ଝଡ଼ ଆସି ଗୋଟିଏ ପରିବାର କୁ ଦୁଃଖ ଆଜାଡ଼ି ଦେବ । ବାପା, ମା ଙ୍କୁ କୋରେନା ନେଇଗଲା ଆର ପାରିକି । ପିଲା ଛୁଆ ଙ୍କୁ ଛାଡି ଚାଲିଗଲେ ବାପା ମା ,ସତରେ କଣ ସ୍ଵର୍ଗରେ ଥାଇ ଏମାନଙ୍କ କଥା ବୁଝିବ । ବର୍ତ୍ତମାନ ତିନି ଅନାଥ ଙ୍କ ସବୁ ବୋଝ ବୃଦ୍ଧ ଅଜା ଆଇ ଙ୍କ ଉପରେ । ଏମିତି ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବେଳପଡା ବ୍ଲକ ସୁଲେକେଲା ଗ୍ରାମର ଭାଗବତ ପଡ଼ାରେ ।

କୋରେନା ମହାମାରୀ ରେ ବାପା ସଞ୍ଜୟ ରାଉତ (୪୦) ମା ରୁଖ ରାଉତ (୩୫) ଆର ପାରିକୁ ଚାଲିଯିବା ପରେ ଏବେ ଅସହାୟ ,ବେସାହାରା ,ଅନାଥ ହେଇଗଲେ ଝିଅ କୁମାରୀ ରାଜେଶ୍ୱରୀ ରାଉତ(୧୫), କୁମାରୀ ପୂଜା ରାଉତ(୧୨), ପୁଅ ନାରାୟଣ ରାଉତ(୧୦) । ଏମିତି ଦୁଃଖଭରା ସମୟରେ ମୃତକ ପରିବାର କୁ ସମବେଦନା ଓ ସହଯୋଗ ର ହାତ ବଢ଼େଇଛନ୍ତି ରାଏମନ ଫାଉଣ୍ଡେସନ ଟିଟିଲାଗଡ଼। ଫାଉଣ୍ଡେସନ ର ଅଧକ୍ଷ୍ୟା ଶ୍ରୀମତୀ ରଞ୍ଜୁ ରାଏମନ ଉପସ୍ଥିତ ରହି ବେସାହାରା ପରିବାର କୁ ସମବେଦନା ଜଣେଇ କିଛି ଆର୍ଥିକ ସହାୟତା ଦେବା ସହ ସରକାର ତିନି ଅନାଥ ପୁଅ ଝିଅ ଙ୍କ ଥଇଥାନ କରିବା ପର୍ଯ୍ୟନ୍ତ ମାସିକ ୧୦୦୦ ଟଙ୍କା ଆକାରେ ଆର୍ଥିକ ସହାୟତା ରାଶି ଦେବା ଓ ବିଭିନ୍ନ ସରକାରୀ ଯୋଜନା ରେ ତଥା ଆର୍ଶିବାଦ ଯୋଜନାରେ ସାମିଲ କରିବା ପାଇଁ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓ ପ୍ରତିଶ୍ରୁତି ଦେଇଥିଲେ ।

ଆଜିର ଏହି ମହତ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ରାଏମନ ଫାଉଣ୍ଡେସନ ଅନ୍ୟତମ ସଦସ୍ୟ ଶ୍ରୀ ଷ୍ଟିଫେନ ରାଏମନ,କୋଶଲ ରାଜ୍ୟ ସଂମନ୍ଵୟ ସମିତି ର ଶ୍ରୀ ବନମାଳୀ ନାଏକ,ସିପୁନ ଖମାରୀ,ଗିରିରାଜ ଭୋଇ,ସେବୀକା ରାଜହଂସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବେସାହାରା ପରିବାର କୁ ସରକାର ପୋଷ୍ୟ ଭାବେ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି । (ଗୋରେଖନାଥ ବରିହା)