ଗଞ୍ଜାମ ଜିଲ୍ଲା ପ୍ରଶାସନର ସଫଳ ପଦକ୍ଷେପ ହିଞ୍ଜିଳିରେ ଅନଲାଇନ ପ୍ଲାଟଫର୍ମରେ ଅଭିଯୋଗ”ମୋ ନିବେଦନ”ଆରମ୍ଭ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଜୁଲାଇ ଶନିବାର ) ହିଂଜିଳିକାଟୁ :- ରାଜ୍ୟ ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ଵ ପ୍ରଥମେ ଆରମ୍ଭ ହୋଇଛି ଅନଲାଇନ ପ୍ଲାଟଫର୍ମରେ ଜନ ଅଭିଯୋଗ ପ୍ରତିକାର ବ୍ୟବସ୍ଥା”ମୋ ନିବେଦନ”।ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ୫ ଟି ପଦ୍ଧତି ଆଧାରରେ ଜିଲ୍ଲାବାସୀଙ୍କୁ ବିଭିନ୍ନ ପ୍ରକାର ସାମାଜିକ ଅଭିଯୋଗର ସମୟାନୁବର୍ତ୍ତୀ ସମାଧାନ ବ୍ୟବସ୍ଥା ସ୍ୱରୂପ ଏକ ନୂତନ ପଦକ୍ଷେପକୁ ସର୍ବ ପ୍ରଥମେ ଆରମ୍ଭ କରିଥିଲା ଗଞ୍ଜାମ ଜିଲ୍ଲା ପ୍ରଶାସନ ।ରାଜ୍ୟରେ ପ୍ରଥମ ଜିଲ୍ଲା ଗଞ୍ଜାମରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉଦ୍ୟମ କ୍ରମେ ଆରମ୍ଭ ହୋଇଥିଲା”ମୋ ନିବେଦନ”ନାମକ ଏକ ଜନ ଆଦୃତ ଅଭିଯୋଗ ପ୍ରତିକାର ବ୍ୟବସ୍ଥା।ଜିଲ୍ଲାରେ ଏହାର ସଫଳତା ଓ ବାସ୍ତବତାକୁ ଉପଲବ୍ଧି କରି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ପୁଣି ଥରେ ଉପଯୋଗ ଓ କାର୍ଯ୍ୟକାରୀ କରାଯାଇଛି।ଗତ ଜୁନ ୨୬ ତାରିଖରୁ ଜିଲ୍ଲାରେ ପ୍ରଥମ କରି ଅନଲାଇନ ପ୍ଲାଟଫର୍ମରେ ମୋ ନିବେଦନ କାର୍ଯ୍ୟକାରୀ ହେବା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ। ମାସର ପ୍ରତି ଶନିବାର ପଞ୍ଚାୟତ ସ୍ତରରେ ଏବଂ ପ୍ରତି ସୋମବାର ବ୍ଳକ ସ୍ତରରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରିବା ପାଇଁ ବିଡ଼ିଓ, ତହସିଲଦାର ଓ ପୌର ପ୍ରଶାସନକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ପରିପ୍ରେକ୍ଷୀରେ ଶନିବାର ଦ୍ଵିତୀୟ ପର୍ଯ୍ୟାୟରେ ବିଡ଼ିଓ ସୁବ୍ରତ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ହିଞ୍ଜିଳି ବ୍ଳକର ବେଲଗାଁ,ଦୁର୍ବନ୍ଧ, ଦୟାପଲ୍ଲୀ ଓ କଞ୍ଚୁରୁ ଆଦି ୪ ଟି ପଞ୍ଚାୟତରେ ଆରମ୍ଭ ହୋଇଥିଲା ଅନ ଲାଇନରେ ମୋ ନିବେଦନ କାର୍ଯ୍ୟକ୍ରମ।ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସାମାଜିକ ନିରାପତ୍ତା, ଖାଦ୍ୟ ସୁରକ୍ଷା, ଆବାସ ଯୋଜନା, ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ସହାୟତା ପାଣ୍ଠି ଭଳି ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାରେ ଜଣ ଅନ ଲାଇନରେ ମୋ ନିବେଦନରେ ଅଭିଯୋଗ କରିଥିଲେ।ଏଥି ମଧ୍ୟରୁ ବେଲଗାଁରେ ୩୭,ଦୁର୍ବନ୍ଧରେ ୫୮, ଦୟାପଲ୍ଲୀରେ ୧୬ ଓ କଞ୍ଚୁରୁରେ ୩୨ ଜଣ ଆବେଦନକାରୀ ଖାଉଟି କାର୍ଡ, ଆବାସ ଗୃହ,ବାର୍ଦ୍ଧକ୍ୟ ଭତ୍ତା ଓ ଅନ୍ୟାନ୍ୟ ଆର୍ଥିକ ସହାୟତା ପାଇଁ ସର୍ବମୋଟ ୧୪୩ ଜଣ ଅଭିଯୋଗ କରିଥିଲେ।ବ୍ଳକ କାର୍ଯ୍ୟାଳୟ ପକ୍ଷରୁ ବିଡ଼ିଓ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡା, ଏବିଡ଼ିଓ ଅରୁଣ କୁମାର ପ୍ରଧାନ, ଗଣ୍ଡଳା ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ ଓ ଯୋଗାଣ ନିରୀକ୍ଷକ ପୁରଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଦୁର୍ବନ୍ଧ ପଞ୍ଚାୟତରେ ପିଇଓ ରାଜେନ୍ଦ୍ର କୁମାର ପଟ୍ଟନାୟକ,ଜିପିଇଓ ପ୍ରଶାନ୍ତ କୁମାର ରଥ,ସନ୍ତୋଷିନୀ ମହାରଣା, ପ୍ରଶାନ୍ତ ସାହୁ,ସରପଞ୍ଚ ରଞ୍ଜୁ ବେହେରା,ରାମହରି ଶର୍ମା, ଦୟାପଲ୍ଲୀରେ ପିଇଓ ଇ.ଶଙ୍କର ରାଓ,ହିସାବ ଅଧିକାରୀ ଦିବ୍ୟସିଂହ ନାୟକ,ସିପି ଦଣ୍ଡପାଣି ଦାଶ,କଞ୍ଚୁରୁରେ ପିଇଓ ପ୍ରତାପ କୁମାର ସାହୁ ଓ ବେଲଗାଁରେ ପିଇଓ ବି.ହରି,ଜିଆରଏସ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।ଆବେଦନ ହୋଇଥିବା ୧୪୩ ଟି ଅଭିଯୋଗ ମଧ୍ୟରୁ ୨୨ଟି ସମାଧାନ ହୋଇଥିଲା ବେଳେ ଅବଶିଷ୍ଟ ୧୨୧ ଟି ଅଭିଯୋଗର କ୍ଷେତ୍ରୀୟ ଅନୁସନ୍ଧାନ ଓ ପ୍ରକୃତ ପର୍ଯ୍ୟବେକ୍ଷଣ ହୋଇ ସମାଧାନ କରାଯିବ ବୋଲି ବିଡ଼ିଓ ଶ୍ରୀ ଜେନା ସୂଚନା ଦେଇଛନ୍ତି ।  (ରିପୋର୍ଟ ଶୁସାନ୍ତ ପ୍ରଧାନ )