ରୋଭର ରେଞ୍ଜର ସ୍ୱେଚ୍ଛାସେବୀଙ୍କ ଦ୍ୱାରା ନିଜ ନିଜ ବାଡିବଗିଚାରେ ଚାରାରୋପଣ

ଓଡ଼ିଶା ତାଜା ନ୍ୟୁଜ (୮ ଜୁଲାଇ ଗୁରୁବାର ) ବାଙ୍କୀ :-  ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ରୋଭର ରେଞ୍ଜର ବିଭାଗର ସ୍ୱେଚ୍ଛାସେବୀମାନେ ନିଜ ନିଜ ବାଡି ବଗିଚାରେ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ଚାରା ରୋପଣ କରିଥିଲେ । ମହାମାରୀ କରୋନା ଯୋଗୁଁ ମହାବିଦ୍ୟାଳୟରେ ଶିକ୍ଷାଦାନ ଓ ସମୂହ ବନମହୋତ୍ସବ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ଏହି ପରିପ୍ରେକ୍ଷୀରେ ରୋଭର ଲିଡର ଭୂପତି ଭୂଷଣ ପ୍ରଧାନ , ରେଞ୍ଜର ଲିଡର୍ସ ଅଧ୍ୟାପିକା ଦେବସ୍ମୀତା ରାଉତ ଓ ବରିଷ୍ଠ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ରଙ୍କ ପରାମର୍ଶରେ ସମସ୍ତ ସ୍ୱେଚ୍ଛାସେବୀ ଜୁଲାଇ ପ୍ରଥମ ସପ୍ତାହରେ ବନମହୋତ୍ସବ ପାଳନ

ଅବସରରେ ନିଜ ନିଜ ବାଡିବଗିଚାରେ ବିଭିନ୍ନ ପ୍ରକାରର ଔଷଧିୟ ବୃକ୍ଷ ଓ ଫଳ ଚାରା ରୋପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜଗବନ୍ଧୁ କରଣ, ସୁବ୍ରତ ମହାନ୍ତି, ବାଦଲ ସାହୁ, ଶଙ୍କର ଦଳେଇ, କୃଷ୍ଣ ମୁରାରୀ ମହାପାତ୍ର, ଅଙ୍କିତ ଜେନା, ଅର୍ଘରୂପା ସାମନ୍ତରାୟ, ସୀମା ଧଳ, ସରସ୍ୱତୀ ମହାପାତ୍ର, ଶୁଭଲକ୍ଷ୍ମୀ ଓ ଜଗଦିଶ ପ୍ରମୁଖ ସ୍ୱେଚ୍ଛାସେବୀମାନେ ନିଜ ନିଜ ବାଡିବଗିଚାରେ ଚାରା ରୋପଣ କରିବା ସହ ସ୍ଥାନୀୟ ଅଞ୍ଚଳରେ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ ।  (ରିପୋର୍ଟ ଗୌତମ ମିଶ୍ର )