ବାଙ୍କୀ ଉପଜିଲ୍ଲାପାଳ ଙ୍କ ପଦୋଉନ୍ନତି

ଓଡ଼ିଶା ତାଜା ନ୍ୟୁଜ (୮ ଜୁଲାଇ ଗୁରୁବାର ) ବାଙ୍କୀ :- ରାଜ୍ୟ ପ୍ରଶାସନ ରେ କାର୍ଯ୍ୟରତ ୫ଜଣ ଓଡ଼ିଶା ପ୍ରଶାସନିକ ସେବା (ଓ.ଏ. ଏସ)ଅଧିକାରି ଙ୍କ ପଦଉନ୍ନତି ହୋଇଛି।ଏହି ଅଧିକାରୀ ମାନେ ଓ.ଏ. ଏସ (ବର୍ଗ-କ-ବରିଷ୍ଠ ବର୍ଗ ରୁ ଓ.ଏ. ଏସ ସୁପରଟାଇମ ସ୍କେଲ କୁ ପଦୋଉନ୍ନତି ପାଇଛନ୍ତି।ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଏହି ପଦୋଉନ୍ନତି ପାଇଁ ନିଜ ବିଭାଗ ତଥା ରାଜ୍ୟ ସରକାର ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ବାଙ୍କୀ ଉପଜିଲ୍ଲାପାଳ ଭାବେ ସେ କାର୍ଯ୍ୟ କରି ଶ୍ରୀ ଜେନା କୋଭିଡ ପ୍ରଥମ ଓ ଦ୍ଵିତୀୟ ଲହର କୁ ସଠିକ ଭାବେ ପରିଚଳନା କରି ଥିବାରୁ ବାଙ୍କୀ ଉପଖଣ୍ଡ ରେ କୋଭିଡ ସଂକ୍ରମଣ ଆୟତା ଧୀନ ରହିଛି।ଆଜି ଶ୍ରୀ ଜେନା ପଦୋଉନ୍ନତି ସୂଚନା ପାଇ ବାଙ୍କୀ ର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକା ଙ୍କୁ ଦର୍ଶନ କରି ଆଶ୍ରିବାଦ ଭିକ୍ଷା କରି ବାଙ୍କୀ କୁ କରୋନା ମୁକ୍ତ ପାଇଁ ପ୍ରାର୍ଥନା କରିଥିଲେ। (ରିପୋର୍ଟ ଗୌତମ ମିଶ୍ର )