ବାଙ୍କୀ ତାଲୁକ ଆଇନ ସେବା କମିଟିପକ୍ଷରୁ ମହିଳା ମହାବିଦ୍ୟାଳୟ ରେ ୭୨ତମ ବନ ମହୋତ୍ସବସପ୍ତାହ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୦୮ ଜୁଲାଇ ଗୁରୁବାର ବାଙ୍କୀ :- ବାଙ୍କୀ ତାଲୁକ ଆଇନ ସେବା କମିଟି ପକ୍ଷରୁ ରାଣୀ ଶୁକଦେଇ ମହିଳା ମହାବିଦ୍ୟାଳୟ ପ୍ରାଙ୍ଗଣ ରେ ୭୨ତମ ବନମହୋତ୍ସବ ଉଦଯାପନ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତାଲୁକ ଆଇନ ସେବା କମିଟି ର ଅଧ୍ୟକ୍ଷ ତଥା ସିନିୟର ଡିଭିଜନ ସିଭିଲ ଜର୍ଜ ଦୀପଙ୍କର ପଟ୍ଟନାୟକ ଓ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶର୍ମିଷ୍ଠା ଶୁଭଦର୍ଶୀନି ମହାନ୍ତି ଯୋଗ ଦେଇ ଚାରା ରୋପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ମହିଳା କଲେଜ ର ଭାରପ୍ରାପ୍ତ ଅଧ୍ୟକ୍ଷ ବନାନୀ ପଟ୍ଟନାୟକ,

ବାଙ୍କୀ ଓକିଲ ସଙ୍ଘ ର ସମ୍ପାଦକ ବିଶ୍ୱରଞ୍ଜନ ପଣ୍ଡା ,ବାଙ୍କୀ ଓକିଲ ସଙ୍ଘ ର ଉପସଭାପତି ତଥା ସରକାରୀ ଓକିଲ ସନ୍ତୋଷ କୁମାର ରଣା,ସରକାରୀ ଓକିଲ ସନ୍ତୋଷ କୁମାର ମିଶ୍ର ,ବାଙ୍କୀ ବନ ବିଭାଗ କର୍ମଚାରୀ ସବିତା ବେହେରା,ବାଙ୍କୀ କୋଟ କର୍ମଚାରୀଏବଂ ମହିଳା ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପିକା ଓ କର୍ମଚାରୀ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସହଯୋଗ କରିଥିଲେ।