ଢ°ସର ଗ୍ରାମରେ ଟ୍ରାନ୍ସଫର୍ମର ୨ଦିନ ଅଚଳ ଫଳରେ ୩୦୦ପରିବାର ଅନ୍ଧାର ରେ ,ଗ୍ରାମବାସୀ କଲେ ରାସ୍ତାରୋକ, ବିଧାୟକ ଙ୍କ ହସ୍ତକ୍ଷେପ ପରେ ନୂତନ ଟ୍ରାନ୍ସଫର୍ମର ବସିଲା

ଓଡ଼ିଶା ତାଜା ନ୍ୟୁଜ (୧ ଜୁଲାଇ ଗୁରୁବାର )ବାଙ୍କୀ :- ଗତ କାଲି ମଧ୍ୟାହ୍ନ ରେ ବିଜୁଳି ଘଡଘଡି ମାରି ଢ°ସର ଗ୍ରାମରେ ଏକ ଟ୍ରାନ୍ସଫର୍ମର ପୋଡି ଯାଇଥିଲା ଯାହାଫଳରେ ୩୦୦ପରିବାର ଲୋକେ ଦୁଇ ଦିନ ହେବ ଅନ୍ଧାର ରେ ଅଛନ୍ତି।ଗ୍ରାମ ର ବହୁ ଜନସାଧାରଣ ବିଦୁତ ଲାଇନ ନଥିବା ଖବର ବିଦୁତ ବିଭାଗ କୁ ସୂଚନା ଦେଲେ ମଧ୍ୟ ଢ°ସର ବିଦୁତ ଦାଇତ୍ୱ ରେ ଥିବା କନିଷ୍ଠ ଯନ୍ତ୍ରୀ ନିହାର କାନ୍ତ ନାୟକ ଘଟଣା କୁ ଏତେ ଗୁରୁତର ସହ ନେଇନଥିଲେ ବାରମ୍ବାର ବିଭିନ୍ନ ଲୋକେ ଖୋଦ ପୂର୍ବତନ ସରପଞ୍ଚ ଯୋଗେଶ ପଣ୍ଡା ଫୋନ କଲାପରେ ବାଧ୍ୟ ହୋଇ ଗୋଟିଏ ପୁରୁଣା ଟ୍ରାନ୍ସଫର୍ମର ଏକ ଗାଡ଼ିରେ ଘଟଣା ସ୍ଥଳକୁ ପଠେଇଥିଲେ।ପୋଡି ଯାଇଥିବା ଟ୍ରାନ୍ସଫର୍ମର କୁ କାଢି ଗାଡ଼ିରେ ଆଣିଥିବା ଟ୍ରାନ୍ସଫର୍ମର କୁ ବସେଇ ଥିଲେ ମାତ୍ର ତାହା କାର୍ଯ୍ୟକାରୀ ହୋଇନଥିଲା ପୁରୁଣା ଅକାମି ଟ୍ରାନ୍ସଫର୍ମର କହିଁକି ଆଣିକି ଆସିଛ ବୋଲି ଗ୍ରାମବାସୀ ବିଦୁତ ବିଭାଗ କର୍ମଚାରୀ ଙ୍କୁ

ପଚାରିଲେ।ବିଦୁତ ବିଭାଗ ର ଏହି ପରି ଖାମଖିଆଲ ନୀତି ଦେଖି ଓ ନୂତନ ଟ୍ରାନ୍ସଫର୍ମର ଲଗେଇବା ପାଇଁ ଦାବି କରି କିଛି ବ୍ୟକ୍ତି ଢ°ସର ବାଙ୍କୀ ରାସ୍ତା ଅବରୋଧ କରିଥିଲେ।ଘଟଣା ସ୍ଥଳରୁ ପୂର୍ବତନ ସରପଞ୍ଚ ଶ୍ରୀ ପଣ୍ଡା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଙ୍କୁ ଏ ଘଟଣା ସମ୍ପର୍କରେ ଅବଗତ କରେଇଥିଲେ ଗ୍ରାମବାସୀ ରାସ୍ତା ରୋକ କରିଥିବା ଘଟଣା ମଧ୍ୟ ବିଧାୟକ ଙ୍କୁ ଅବଗତ କରେଇ ବାଙ୍କୀ ପୋଲିସ ଙ୍କୁ ମଧ୍ୟ ଶ୍ରୀ ପଣ୍ଡା ଏ ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।ବାଙ୍କୀ ବିଧାୟକ ତୁରନ୍ତ ବାଙ୍କୀ ଇଲେଟ୍ରି ଅଧିକାରୀ ସୋମ୍ୟ ରଞ୍ଜନ ମହାପାତ୍ର ଙ୍କୁ ଢ°ସର ରେ ଏକ ନୂତନ ଟ୍ରାନ୍ସଫର୍ମର ବସେଇବାକୁ ନିର୍ଦେଶ ଦେଇଥିଲେ ଓ କାଲି ଠାରୁ ଲୋକେ ଅସହ୍ୟ ଗରମ ଓ ଗୁଳୁ ଗୁଳୁ ରେ ନାନା ହଇରାଣ ଭୋଗୁଛନ୍ତି ତେଣୁ ତୁରନ୍ତ ନୂତନ ଟ୍ରାନ୍ସଫର୍ମର ଉକ୍ତ ସ୍ଥାନରେ ଲଗେଇ ଆଜି ସନ୍ଧ୍ୟା ୯ଟା ଭିତରେ ବିଦୂତ ସଂଯୋଗ ପାଇଁ କହିଥିଲେ।ଏହା ପରେ ବାଙ୍କୀ ବିଧାୟକ ଶ୍ରୀ ତ୍ରିପାଠୀ

ବାଙ୍କୀ ପୋଲିସ ଙ୍କୁ ଘଟଣା ସ୍ଥାନ ରେ ପହଞ୍ଚି ଧାରଣା ରେ ବସିଥିବା ଲୋକଙ୍କୁ ବୁଝେଇ ରାସ୍ତା ରୋକ ରୁ ହଟେଇ ବା ପାଇଁ କହିଥିଲେ।ସଙ୍ଗେ ସଙ୍ଗେ ବିଦୁତ ବିଭାଗ ଏକ ନୂତନ ଟ୍ରାନ୍ସଫର୍ମର ଉକ୍ତ ସ୍ଥାନରେ ସ୍ଥାପିତ କରିବା ସହ ତାକୁ ଚାର୍ଜ ରେ ବସେଇଥିଲେ ରାତି ୯ଟା ରେ ବିଦୁତ ସଂଯୋଗ ଦିଆ ଯିବ ବୋଲି ପ୍ରକାଶ କରିଥିଲେ।ଘଟଣା ସ୍ଥଳରେ ବାଙ୍କୀ ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ ଏସାଇ ସୂର୍ଯ୍ୟଅଂଶୁ ପାଢ଼ୀଓ ପୋଲିସ ର ଏକଦଳ ଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝେଇବା ଓ ବିଦୁତ ବିଭାଗ କୁ ସହଯୋଗ କରିବାକୁ କହିବା ପରେ ରାସ୍ତା ରୋକ କରିଥିବା ଲୋକେ ରାସ୍ତା ରୋକ ରୁ ଉଠିଥିଲେ।ପୋଲିସ ର ଉପସ୍ଥିତି ରେ ନୂତନ ଟ୍ରାନ୍ସଫର୍ମର ଲଗାଯାଇଥିଲା।       ରିପୋର୍ଟ ଗୌତମ ମିଶ୍ର