କୁଶପଙ୍ଗି ଗ୍ରାମ ପଞ୍ଚାୟତ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍ ଘୋଷିତ

ଓଡ଼ିଶା ତାଜା ନ୍ୟୁଜ (୨୯ ଜୁନ୍‌ ମଙ୍ଗଳବାର)ବାଙ୍କୀ :- କୁସୁପଙ୍ଗି ଗ୍ରାମ ପଞ୍ଚାୟତରେ କରୋନା ସଂକ୍ରମଣ ବୃଦ୍ଧି ପାଇ ୨୦ଜଣ ବ୍ୟକ୍ତି ଆଜି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ଫଳରେ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ନିର୍ଦ୍ଦେଶନାମା ନମ୍ବର ୧୭୯୭ ତା ୨୮.୦୬.୨୧ମୁତାବକ କୁଶପଙ୍ଗି ଗ୍ରାମ ପଞ୍ଚାୟତର ୧୨ନମ୍ବର ୱାର୍ଡ ଠାରୁ ୧୯ନମ୍ବର ୱାର୍ଡ ପର୍ଯ୍ୟନ୍ତ ନିଷିଦ୍ଧା ଅଞ୍ଚଳ ଭବେ ଘୋଷଣା କରାଯାଇଛି । ଯାହା ଫଳରେ ସେ ଅଞ୍ଚଳକୁ କୌଣସି ନୂତନ ବ୍ୟକ୍ତି ଆସିପାରିବେନି କିମ୍ବା ସେ ଅଞ୍ଚଳର କୌଣସି ବ୍ୟକ୍ତି ବାହାରକୁ ଯାଇ ପାରିବେ ନାହିଁ । ସେ ଅଞ୍ଚଳର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ । ଡମପଡ଼ା ବ୍ଲକର ଏମ.ଆଇ. ସେ ଅଞ୍ଚଳର ଜନସାଧାରଣଙ୍କୁ ଅତ୍ୟାବଶ୍ୟକ ଜିନିଷ ଯୋଗାଇବା ସହିତ କଣ୍ଟେନମେଣ୍ଟ୍ ଜୋନ ପାଇଁ ବ୍ୟାରିକେଡ୍ ନିର୍ମାଣ

କରିବେ । ଡମପଡ଼ା ତହସିଲଦାର ସେ ଅଞ୍ଚଳର ଆଇନଶୃଙ୍ଖଳା କାର୍ଯ୍ୟକୁ ତଦାରଖ କରିବେ । ଡମପଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ କଣ୍ଟାକ୍ଟ୍ ଟ୍ରେସିଂ କାର୍ଯ୍ୟ କରିବା ସହିତ ଏ ସମସ୍ତ କାର୍ଯ୍ୟର ତଦାରଖ କରିବେ ବୋଲି ଉପଜିଲ୍ଲାପାଳ ନିର୍ଦ୍ଦେଶନାମାରେ ପ୍ରକାଶ କରିଛନ୍ତି । ଡମପଡ଼ା ବ୍ଲକ ବି.ଡି.ଓ ସମସ୍ତ କାର୍ଯ୍ୟର ତଦାରଖ କରିବା ସହିତ ଆଇନଶୃଙ୍ଖଳା ରକ୍ଷା ପାଇଁ ବାଙ୍କୀ ପୋଲିସ ସହାୟତା ପ୍ରଦାନ କରିବେ ବୋଲି ଉପଜିଲ୍ଲାପାଳ କହିଥିଲେ । କୁଶୁପଙ୍ଗି ଗ୍ରାମ ପଞ୍ଚାୟତ ସରପଞ୍ଚ ପୁଷ୍ପଲତା ପରିଡା ଓ ସରପଞ୍ଚଙ୍କ ପ୍ରତିନିଧି ଅସୀତ୍ କୁମାର ଜେନା, ସମିତି ସଭ୍ୟ ଅଜିତ୍ କୁମାର ଜେନା ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଏହି ଅଞ୍ଚଳର ଲୋକମାନେ କୋଭିଡର ନିୟମମାନି ଚଳିବା ସହିତ ନିଜକୁ କରୋନା ମୁକ୍ତ କରିବା ପାଇଁ ଉଦ୍ୟମ କରିବା ଉଚିତ ।             ରିପୋର୍ଟ ଗୌତମ ମିଶ୍ର