ବାଙ୍କୀ ଉପଖଣ୍ଡରେ ୨୬ ଜଣ କରୋନା ପଜିଟିଭ୍ ଚିହ୍ନଟ ,୧୪୮୨ଜଣଙ୍କୁ କରୋନା ଟିକା କରଣ

ଓଡ଼ିଶା ତାଜା ନ୍ୟୁଜ (୨୭ ଜୁନ୍‌ ରବିବାରବାଙ୍କୀ :-ଆଜି ବାଙ୍କୀ ଉପଖଣ୍ଡର ବିଭିନ୍ନ ଚିକିତ୍ସାଳୟରେ ୨୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଉପଖଣ୍ଡ ଚିକିତ୍ସାଳୟରେ ୮୬ ଜଣଙ୍କର ଆଣ୍ଟିଜେନ୍ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା ସେଥି ମଧ୍ୟରୁ ୧୧ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୯ ଜଣଙ୍କର ଆର୍ଟିପିସିଆର ସ୍ୱାବ୍ ସଂଗ୍ରହ  ସ୍ୱାବ୍ ସଂଗ୍ରହ କରାଯାଇ କଟକ ପରୀକ୍ଷା ପାଇଁ ପଠାଯାଇ ଥିଲା  । ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଓ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ରେ ,ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ବିଭିନ୍ନ ଗ୍ରାମ ରେ ଏଏନେମ ଆଜି ବୁଲି ଓ ସ୍ୱାବ ସଂଗ୍ରହ ଶିବିର କରି ୨୭୧ ଜଣଙ୍କର ଆଣ୍ଟିଜେନ୍ ସ୍ୱାବ  ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା ସେଥି ମଧ୍ୟରୁ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।୧୧୨ ଜଣଙ୍କ ଠାରୁ ଆର୍ଟିପିସିଆର ସ୍ୱାବ୍ ସଂଗ୍ରହ କରାଯାଇ କଟକ ପରୀକ୍ଷା

ପାଇଁ ପଠାଯାଇ ଥିଲା  । ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓଉପସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆଜି ୮୮ଜଣଙ୍କ ଠାରୁ ଆଣ୍ଟିଜେନ ଆଣ୍ଟିଜେନ୍ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା ସେଥି ମଧ୍ୟରୁ ୪ଭିକରୋନା ପଜିଟିଭ ଚିହ୍ନଟ ହୋଇଛି। ଆଜି ବାଙ୍କୀ ଉପଖଣ୍ଡ ର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ରେ ୧୪୮୨ଜଣଙ୍କୁ କରୋ ଟିକା କରଣ କରାଯାଇଛି।ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟ ରେ ୩୪୫ଜଣଙ୍କୁ ଓ ତୁଳସୀପୁର ସ୍ୱାସ୍ଥ୍ୟ କେନ୍ଦ୍ର ରେ୪୨୦ଜଣଙ୍କୁ କରୋନା ପ୍ରତିଷେଧକ ଟୀକା କରଣ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ବିଶ୍ୱଜିତ ପଣ୍ଡା  ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା ଏହି ଟୀକା କରଣ କାର୍ଯ୍ୟକ୍ରମ କୁ ଫାର୍ମାସିଷ୍ଟ

ଉମାକାନ୍ତ ସ୍ୱାଇଁ ଓ ବରିଷ୍ଠ ସ୍ୱାସ୍ଥ୍ୟ ପରିଦର୍ଶକ ବସନ୍ତ କୁମାର ଦାସ ପରିଚାଳନା କରିଥିଲେ।ସେହିପରି ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଥିବା ଟିକା କରଣ କେନ୍ଦ୍ର ରେ ୩୩୩ ଜଣଙ୍କୁ କରୋନା ପ୍ରତିଷେଧକ ଟୀକା କରଣ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମୃତ୍ୟୁଞ୍ଜୟ ମହାପାତ୍ର ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା ଟୀକା ପ୍ରଦାନ କରାଯାଇଥିଲା। ଏଥିସହ ସୁବର୍ଣ୍ଣପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଜି ୩୮୪ ଜଣଙ୍କୁ କରୋନା ପ୍ରତିଷେଧକ ଟୀକା କରଣ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଅମରେଶ ସାହୁ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା ପୁରୁଷ ସ୍ୱାସ୍ଥ୍ୟ ସୁପ୍ରଭାଇଜର ମାନ ଭଞ୍ଜନ ଦଳେଇ ସହଯୋଗ କରିଥିଲେ।       ରିପୋର୍ଟ ଗୌତମ ମିଶ୍ର