ନୟାଗଡ଼ ଜିଲ୍ଲାରେ ନୂଆ ୧୨୨ ଜଣ କରୋନା ଆକ୍ରାନ୍ତ ; ୧୧୬ ଜଣ ସୁସ୍ଥ – ୨ ଜଣ ମୃତ

ଓଡ଼ିଶା ତାଜା ନ୍ୟୁଜ (୨୪ ଜୁନ୍‌ ଗୁରୁବାର ) ନୟାଗଡ଼ :-  ନୟାଗଡ଼ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପ୍ରତ୍ୟେକ ଦିନ କୋଭିଡ ସ୍ଥିତି ସମୀକ୍ଷା କରି ଆବଶ୍ୟକ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବା ଦ୍ୱାରା ଜିଲ୍ଲାରେ କୋଭିଡ ସଂକ୍ରମଣ ସଂଖ୍ୟାରେ ସୁଧାର ଆସୁଥିବା ଦେଖିବାକୁ ମିଳୁଛି | ମିଳିଥିବା ସର୍ବ ଶେଷ ସୂଚନା ଅନୁଯାୟୀ ଜିଲ୍ଳାରେ ଆଉ ନୂଆ ୧୨୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ସେହିପରି ଜିଲ୍ଲାରୁ ଆଉ ୨ ଜଣ ପୁରୁଷଙ୍କ କରୋନାରେ ଆକ୍ରାନ୍ତ ହୋଇ  ଜୀବନ ଚାଲିଯାଇଛି |

 

ତେବେ ଜିଲ୍ଲାପାଳ ଡ. ପୋମା ଟୁଡୁ ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଅଂଚଳ ଗସ୍ତ କରି କୋଭିଡ ନିରାକରଣ କାର୍ଯ୍ୟକ୍ରମର ବାସ୍ତବ ରୂପାୟନ ଦିଗ ପ୍ରତି ନଜର ରଖୁଛନ୍ତି |ଜିଲ୍ଲାପ୍ରଶାସନ ତରଫରୁ ବାରମ୍ବାର କୋଭିଡ ମାର୍ଗଦର୍ଶିକାର ଅନୁପାଳନ ପାଇଁ ଜିଲ୍ଲାବାସୀଙ୍କୁ ସଚେତନ କରାଯାଉଛି | ଏପଟେ ଜିଲ୍ଲାରେ କୋଭିଡ ଟିକାକରଣକୁ ସୁବ୍ୟବସ୍ଥିତ ଢଙ୍ଗରେ ପରିଚାଳନପାଇଁ ସମସ୍ତ ପ୍ରକାର ଗୁରୁଦାୟିତ୍ୱ ଜିଲ୍ଲାପ୍ରଶାସନ ହାତକୁ ନେଇଛି | ଏଠାରେ ସୂଚନା ଯୋଗ୍ୟ ମୃତ୍ୟୁ ବରଣ କରିଥିବା ୨ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ  ୫୧ ଏବଂ 47ବର୍ଷ ବୋଲି ତଥ୍ୟାଭିଜ୍ଞ ମହଲରୁ ସୂଚନା | (ରିପୋର୍ଟ -ରାମକୃଷ୍ଣ ରଥ)