“ଅଲିମ୍ପିକ୍ ସ୍ୱପ୍ନରେ ଭରତର ଶ୍ରେଷ୍ଠ ସଟ୍‌’ରେ ଅଲିମ୍ପିକ୍‌ ଚାମ୍ପିଆନ୍ ଅଭିନବ ବିନ୍ଦ୍ରାଙ୍କ ସହ ଏକ ସାକ୍ଷାତକାର ; ଆନ୍ତର୍ଜାତିକ ଅଲିମ୍ପିକ୍ ଦିବସ ପାଳନ କରିବା ଲାଗି ଟାଟା ଷ୍ଟିଲ୍ ପକ୍ଷରୁ ୱେବିନାର୍ ଆୟୋଜିତ

ଓଡ଼ିଶା ତାଜା ନ୍ୟୁଜ (୨୪ ଜୁନ୍‌ ଗୁରୁବାର ) ଭୁବନେଶ୍ୱର :-  ଆନ୍ତର୍ଜାତିକ ଅଲିମ୍ପିକ୍ ଦିବସ ୨୦୨୧ ପାଳନ ପରିପ୍ରେକ୍ଷୀରେ ଟାଟା ଷ୍ଟିଲ୍‌ ପକ୍ଷରୁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ, ଅଭିନବ ବିନ୍ଦ୍ରା ଫାଉଣ୍ଡେସନ୍ ଓ ଓଡ଼ିଶା ନାଭାଲ୍ ଟାଟା ହକି ହାଇ ପର୍‌ଫର୍‌ମାନ୍ସ ସେଂଟର ( ଓ ଏନ୍‌ ଟି ଏଚ୍‌ ଏଚ୍‌ ପି ସି ) ର ମିଳିତ ସହଯୋଗରେ “ଅଲିମ୍ପିକ୍ ସ୍ୱପ୍ନରେ ଭାରତର ଶ୍ରେଷ୍ଠ ସଟ୍‌’ ଉପରେ ଏକ ୱେବିନାର୍‌ ଆୟୋଜନ କରାଯାଇଛି । ଏହାର ପ୍ରମୁଖ ବକ୍ତା ଆଉ କେହି ନୁହନ୍ତି ବରଂ ଅଲିମ୍ପିକ୍‌ ସ୍ୱର୍ଣ୍ଣ ପଦକ ବିଜେତା ତଥା ଅଭିନବ ବିନ୍ଦ୍ରା ଫାଉଣ୍ଡେସନ୍ ଟ୍ରଷ୍ଟ (ଏବିଏଫ୍‌ଟି)ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଅଭିନବ ବିନ୍ଦ୍ରା । ଏକ ଉଚ୍ଚ ପ୍ରଦର୍ଶନକାରୀ ହେବା ପାଇଁ ଜଣେ ଆନ୍ତର୍ଜାତିକ ସ୍ତରର ଖେଳାଳୀଙ୍କୁ କ’ଣ କରିବାକୁ ପଡ଼େ, ସବୁ ସମୟରେ ଜଣଙ୍କ ଶ୍ରେଷ୍ଠ ପାଇଁ ନିଜକୁ କିଭଳି ଅନୁପ୍ରାଣିତ କରିବ ଓ କିଭଳି ନିମ୍ନ ସ୍ତରରୁ ପୁଣି ଲମ୍ଫ ପ୍ରଦାନ କରି ଫେରିହେବ ଓ ବିଜୟୀ ହୋଇପାରିବ ସେଭଳି ଅନେକ ନୂଆ ବିଷୟ ଉପରେ ୱେବିନାର୍‌ର ଅଂଶଗ୍ରହଣକାରୀମାନେ ଉପକୃତ ହୋଇଛନ୍ତି । କିଭଳି ଏକ କ୍ରୀଡ଼ା ସଂସ୍କୃତି ଗଠନ କରାଯାଇପାରିବ, ବ୍ୟାପକ କ୍ରୀଡ଼ା ଭିତ୍ତିଭୂମି ବିକଶିତ କରାଯାଇପାରିବ ଓ ତୃଣମୂଳ ସ୍ତରର ପ୍ରତିଭାଙ୍କୁ ହାସଲ କରି ଓ ସେମାନଙ୍କୁ ସମୃଦ୍ଧ କରିହେବ ସେହି ବିଷୟ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଯେତେବେଳେ ସାରା ଦେଶର କ୍ରୀଡ଼ାପ୍ରେମୀମାନେ ବିଶ୍ୱର ସର୍ବବୃହତ୍ କ୍ରୀଡ଼ା କାର୍ଯ୍ୟକ୍ରମ ଟୋକିଓ ଅଲିମ୍ପିକ୍ ଓ ସେଥିରେ ଭାରତୀୟ ମହାଦେଶର ପ୍ରଦର୍ଶନକୁ ଚାହିଁରହିଛନ୍ତି, ବିଶେଷ କରି ସେଭଳି ସମୟରେ ଏହା ବେଶ୍ ପ୍ରାସଙ୍ଗିକ ରହିଛି । ପ୍ୟାନେଲ୍‌ର ସାମିଲ ଥିଲେ ଶ୍ରୀଯୁକ୍ତ ବିଶାଲ କେ ଦେବ, ପ୍ରମୁଖ ସଚିବ, କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ପର୍ଯ୍ୟଟନ ବିଭାଗ, ଓଡ଼ିଶା ସରକାର; ଓ ଶ୍ରୀଯୁକ୍ତ ଚାଣକ୍ୟ ଚୌଧୁରୀ, ଉପସଭାପତି, କର୍ପୋରେଟ୍ ସେବା, ଟାଟା ଷ୍ଟିଲ୍ । ଶ୍ରୀଯୁକ୍ତ ରାଜୀବ ସେଠ୍‌, ପ୍ରୋଜେକ୍ଟ ଡାଇରେକ୍ଟର୍‌, ଓଡ଼ିଶା ନାଭାଲ୍ ଟାଟା ହକି ହାଇ ପର୍‌ଫର୍‌ମାନ୍ସ ସେଂଟର ଓ ମିସ୍ ଦୀକ୍ଷା ତିୱାରୀ, କନ୍‌ସଲ୍‌ଟିଂ ସିନିୟର ଆସୋସିଏଟ୍ ଏଡିଟର, ମାଇଁ ସିଟି ଲିଙ୍କ୍‌ସ ମାଗାଜିନ୍ ଏହି ଆଲୋଚନାର ସହ ସଂଯୋଜନା କରିଥିଲେ । ଶ୍ରୀଯୁକ୍ତ ଅଭିନବ ବିନ୍ଦ୍ରା, ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା, ପ୍ରତିଷ୍ଠାତା, ଏବିଟିପି କହିଛନ୍ତି ଯେ, “ଏହି ମହାମାରୀ ସାରା ବିଶ୍ୱକୁ ଗ୍ରାସିଛି ଓ କ୍ରୀଡ଼ାବିତ୍‌ମାନଙ୍କୁ ଏହି ଆହ୍ୱାନ ଉପରକୁ ଉଠିବାକୁ ହେବ ଏବଂ କ୍ରୀଡ଼ାକୁ ନିଜର ୧୦୦% ଦେବାକୁ ପଡ଼ିବ ।

ପ୍ରତିବନ୍ଧକ ହେଉଛି ଆମ ପ୍ରଶିକ୍ଷଣର ଏକ ଅଂଶ ଓ ତାହାକୁ ଅତିକ୍ରମ କରିବା ଲାଗି ସାହସ ଓ ସଂକଳ୍ପ ଦରକାର । ଆଗାମୀ ଅଲିମ୍ପିକ୍ କ୍ରିଡ଼ା ସାରା ଦୁନିକୁ ଏକ ସୁରକ୍ଷିତ ଭବିଷ୍ୟତର ଆଶା କରିବାପାଇଁ ସହାୟକ ହେବ । ସମାଜ ପାଇଁ କ’ଣ କରିହେବ ସେଥିରେ କ୍ରୀଡ଼ାର ମୂଳ ଶକ୍ତି ଲୁଚି ରହିଛି । ଯୁବବର୍ଗଙ୍କ ଚରିତ୍ର ବିକଶିତ କରିବାରେ ଆମକୁ କ୍ରୀଡ଼ାକୁ ବ୍ୟବହାର କରିବା ଦରକାର । କ୍ରୀଡ଼ା ଆମକୁ କଠିନ ପରିଶ୍ରମ, ଶୃଂଖଳା ଶିଖାଇଥାଏ ଏବଂ କିଭଳି ଜିତିବା ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି କିଭଳି ହାରିବା ମଧ୍ୟ ଶିଖାଇଥାଏ । ସମାଜର ମୂଲ୍ୟବୋଧ ସ୍ଥାନିତ କରି କ୍ରୀଡ଼ା ସମାକକୁ ଆକାର ପ୍ରଦାନ କରିପାରିବ । ଆମକୁ ଖୁସି ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ, ମେଡାଲ୍ ତାହାକୁ ଅନୁସରଣ କରିବ ।’’ ଶ୍ରୀଯୁକ୍ତ ଚାଣକ୍ୟ ଚୌଧୁରୀ, ଉପସଭାପତି, କର୍ପୋରେଟ୍ ସେବା, ଟାଟା ଷ୍ଟିଲ୍‌ କହିଛନ୍ତି ଯେ, “କ୍ରୀଡ଼ାକୁ ଟାଟା ଷ୍ଟିଲ୍‌ର ସହାୟତା ଓ ଉତ୍ସାହ ପ୍ରଦାନ କରିବା ଶତାବ୍ଦୀ ପୁରୁଣା ଏବଂ ଏହା କଂପାନି ସଂସ୍କୃତିର ଅଂଶ ହୋଇ ରହିଛି । ଭାରତୀୟ କ୍ରୀଡ଼ାର ଏହା ହେଉଛି ଅନ୍ୟତମ କର୍ପୋରେଟ୍ ପ୍ରଚାରକ, ଏକ ପରମ୍ପରା ଯାହାକୁ କଂପାନିର ପ୍ରଥମ ଅଧ୍ୟକ୍ଷ ସାର ଦୋରାବ୍‌ଜୀ ଟାଟା ଆରମ୍ଭ କରିଥିଲେ ଯିଏ ୧୯୨୦ରେ ଅନ୍ତରୀପରେ ହୋଇଥିବା ଭାରତର ପ୍ରଥମ ଅଲିମ୍ପିକ୍ ଟିମ୍ ପାଇଁ ପାଣ୍ଠି ଯୋଗାଇ ଥିଲେ । ଟାଟା ଷ୍ଟିଲ୍ ପକ୍ଷରୁ ଫୁଟ୍‌ବଲ୍‌, ଦୌଡ଼କୁଦ, ହକି ଓ ଆରୋହଣ କ୍ରୀଡ଼ା ପାଇଁ ଉତ୍କର୍ଷ ଏକାଡେମି ଗଠନ କରାଯାଇଛି ଓ ବର୍ତମାନ ସୁଦ୍ଧା କ୍ରୀଡ଼ା କ୍ଷେତ୍ରରେ ୧ ପଦ୍ମ ଭୂଷଣ, ୧୧ ପଦ୍ମଶ୍ରୀ, ୧ ଖେଳ ରତ୍ନ, ୬ ଦ୍ରୋଣାଚାର୍ଯ୍ୟ, ୧ ଧ୍ୟାନଚାନ୍ଦ ଓ ୪୨ ଅର୍ଜୁନ ପୁରସ୍କାର ବିଜେତା ସୃଷ୍ଟି କରିଛି । ଟାଟା ଷ୍ଟିଲ୍ ଦୁଇ ଥର ଭାରତ ସରକାରଙ୍କ ଠାରୁ ସମ୍ମାନଜନକ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ହାସଲ କରିଛି । ବହୁ ପ୍ରତିକ୍ଷୀତ ଟୋକିଓ ଅଲିମ୍ପିକ୍ ପାଇଁ ଆମେ ଭାରତୀୟ ମହାଦେଶକୁ ଶୁଭକାମନା ପ୍ରଦାନ କରୁଛୁ ଓ ଆମର ବିଶ୍ୱାସ ରହିଛି ଯେ ସେମାନେ ଦେଶ ପାଇଁ ଅନେକ ଗୌରବ ଆଣିବେ ।’’ ଚଜଋଝଝ ଜଋଖଋଇଝଋ ଶ୍ରୀଯୁକ୍ତ ବିଶାଲ କେ ଦେବ, ପ୍ରମୁଖ ସଚିବ, କ୍ରୀଡ଼ା ଓ ଯୁବ ସେବା ଓ ପର୍ଯ୍ୟଟନ, ଓଡ଼ିଶା ସରକାର କହିଛନ୍ତି ଯେ, “ଟୋକିଓ ଅଲିମ୍ପିକ୍‌ରେ ଭରତର ବଳିଷ୍ଠ ପ୍ରଦର୍ଶନର ଆକଳନ କରାଯାଇଛି । ପୂର୍ବ ସଂସ୍କରଣ ତୁଳନାରେ ସ୍ଥିତି ଭିନ୍ନ ରହିବ, ପ୍ରାଥମିକ କାରଣ ହେଉଛି ଏଥର ଭଲ ବ୍ୟବସ୍ଥା ଠିକ୍ ସ୍ଥାନରେ ଥିବା ବେଳେ ଅଧିକ ଉତ୍ତରଦାୟିତ୍ୱ ସହ ସରକାର ଓ ବିଭିନ୍ନ ଅଂଶୀଦାରମାନଙ୍କ ବିଭିନ୍ନ ସ୍କିମ୍‌, ଅଭିଯାନ ଓ ସହାୟତା ରହିଛି । ଆଗାମୀ ଦିନରେ ଆମମାନଙ୍କୁ ଏକ ବ୍ୟବସ୍ଥା ଗଠନ କରିବାକୁ ପଡ଼ିବ ଏବଂ କ୍ରୀଡ଼ାବିତ୍‌ମାନଙ୍କ ସାମଗ୍ରିକ ବିକାଶ ଓ ପରବର୍ତୀ ଅଲିମ୍ପିକ୍‌ଗୁଡ଼ିକରେ ସେମାନଙ୍କ ଶ୍ରେଷ୍ଠ ସଫଳତା ପାଇଁ ପ୍ରଶିକ୍ଷଣ ବ୍ୟବସ୍ଥାରେ କ୍ରୀଡ଼ା ବିଜ୍ଞାନ ଓ ୱେଲ୍‌ନେସ୍ କାର୍ଯ୍ୟକ୍ରମକୁ ସାମିଲ କରିବାକୁ ପଡ଼ିବ ।’’

“ଏହି ଲକ୍ଷ୍ୟକୁ ନଜରରେ ରଖି ଓଡ଼ିଶା ଏହାର ଅଂଶ ସ୍ୱରୂପ ବ୍ୟବସ୍ଥିତ ପ୍ରତିଭା ଚିହ୍ନଟ ପଥ ସହିତ ଏକ ହାଇ ପର୍‌ଫର୍‌ମାନ୍ସ ସେଂଟର ହବ୍ ବିକଶିତ କରିଛି ଏବଂ ଏହା ସହିତ ଯୋଡ଼ି ହୋଇଛି ଆବଶ୍ୟକ କ୍ରୀଡ଼ା ଭିତ୍ତିଭୂମି, ତୃଣମୂଳ ସ୍ତରରେ ବିକାଶ କାର୍ଯ୍ୟକ୍ରମ ଏବଂ କ୍ରୀଡ଼ା ସହଯୋଗୀଙ୍କ ବିଶେଷତା ଯାହାର ଲକ୍ଷ୍ୟ ହେଉଛି ଭବିଷ୍ୟତର ମେଡାଲ୍ ସମ୍ଭାବନା ପାଇଁ ଏକ ଅନୁକୂଳ ଦୃଶ୍ୟପଟ୍ଟ ସୃଷ୍ଟି କରିବା’’ ବୋଲି ସେ କହିଛନ୍ତି । ଭାରତରେ କ୍ରୀଡ଼ାର ପ୍ରସାର ଲାଗି ଟାଟା ଷ୍ଟିଲ୍ ଜାରି ରଖିଥିବା ନିରନ୍ତର ଉଦ୍ୟମର ଅଂଶ ସ୍ୱରୂପ ଏହି ୱେବିନାର୍ ଆୟୋଜନ କରାଯାଇଛି । ଏହି ୱେବିନାର୍‌ରେ ଭାରତୀୟ ଦୃଷ୍ଟିକୋଣ, ସଂପ୍ରତି ପ୍ରତିଭାବାନ କ୍ରୀଡ଼ାବିତ୍ ଓ ସେମାନଙ୍କ ପାଇଁ ଏକ ଅନୁକୂଳ କ୍ରୀଡ଼ା ପରିବେଶର ଆବଶ୍ୟକତା ଭଳି ବିଷୟ ଉପରେ ଆଲୋକପାତ କରାଯାଇଥିଲା । ଅଂଶଗ୍ରହଣକାରୀ ରାଷ୍ଟ୍ରଗୁଡ଼ିକ ପାଇଁ କୋଭିଡ୍‌-୧୯ ବିପଦ ହୋଇ ରହିଥିବା ବେଳେ କ୍ରୀଡ଼ାବିତ୍‌ଙ୍କ ଶାରିରୀକ ଓ ମାନସିକ ପ୍ରଯୁକ୍ତି ବିଷୟରେ ମଧ୍ୟ ପ୍ୟାନେଲିଷ୍ଟମାନେ ଆଲୋଚନା କରିଥିଲେ । ଟାଟା ଷ୍ଟିଲ୍‌ର ରାଷ୍ଟ୍ର ଗଠନ ଦର୍ଶନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେଉଛି ସ୍ଥାନୀୟ ଭାବେ ଏକ କ୍ରୀଡ଼ା ସଂସ୍କୃତି ଗଠନ କରିବା ଏବଂ ସ୍ଥାନୀୟ ପ୍ରତିଭାମାନଙ୍କୁ ଆଗକୁ ବଢ଼ିବା ଲାଗି ସଠିକ୍ ସୁଯୋଗ ପ୍ରଦାନ କରିବା ଏବଂ ଏଥିପାଇଁ ଟାଟା ଷ୍ଟିଲ୍ ନିରନ୍ତର ଉଦ୍ୟମ ଜାରି ରଖିଛି । ଟାଟା ଷ୍ଟିଲ୍‌ର ରାଷ୍ଟ୍ର ଗଠନ ଦର୍ଶନରେ କ୍ରୀଡ଼ା ହେଉଛି ଏକ ଅବିଚ୍ଛେଦ୍ୟ ଅଙ୍ଗ । ପେସାଦାର କ୍ରୀଡ଼ାବିତ୍‌, ସୌକିନ ଏବଂ ନିଜର କର୍ମଚାରୀମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ପ୍ରବେଶ କରିବା ଏବଂ ଉତ୍କର୍ଷ ହାସଲ କରିବା ଲାଗି ନିରନ୍ତର ଉତ୍ସାହିିତ କରିବା ଓ ତୃଣମୂଳ ସ୍ତରରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିବା ପାଇଁ କର୍ପୋରେଟ୍ ପ୍ରଚାରର ନେତୃତ୍ୱ ନେଇଛି ଟାଟା ଷ୍ଟିଲ୍ । ଟାଟା ଷ୍ଟିଲ୍ ଏହାର ଏକାଡେମି ଓ ତୃଣମୂଳ ସ୍ତରର ଫିଡର୍ କେନ୍ଦ୍ରଗୁଡ଼ିକ ଜରିଆରେ ପେସାଦାର କ୍ରୀଡ଼ାବିତ୍ ସୃଷ୍ଟି କରିବା ଏବଂ ସମୃଦ୍ଧ କରିବାରେ ନିରନ୍ତର ଭାବେ ଜଡ଼ିତ ରହିଛି ।