ମୋଟୋଜିପି ୨୦୨୧ ଅଷ୍ଟମ ରାଉଣ୍ଡ୍‌ରେ ମାର୍କ ମାକ୍ୱେର୍ଜ୍‌ଙ୍କ ବିଜୟ

ଓଡ଼ିଶା ତାଜା ନ୍ୟୁଜ ( ୨୨ ଜୁନ୍, ମଙ୍ଗବାର ) ଭୁବନେଶ୍ୱର :-  ମୋଟୋଜିପି ୨୦୨୧ର ଅଷ୍ଟମ ରାଉଣ୍ଡ୍‌, ମୋଟୋରାଡ୍‌ ଗ୍ରାଣ୍ଡ୍ ପ୍ରିକ୍ସ ଡଚ୍‌ଲ୍ୟାଣ୍ଡ୍‌ରେ ମାର୍କ ମାକ୍ୱେର୍ଜ୍ ବିଜୟୀ ହୋଇଛନ୍ତି । ତାଙ୍କର ଶେଷ ବିଜୟର ୫୮୧ ଦିନ ପରେ ସେ ପ୍ରଥମ ଥର ଲାଗି ପୋଡିୟମ୍ ଫିନିସ୍‌ କରିଛନ୍ତି । ୧୦ ଥର ଜର୍ମାନ ଗ୍ରାଣ୍ଡ୍ ପ୍ରିକ୍ସ ବିଜେତା ମାର୍କ ସାଚେଂରିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଆଲେକ୍ସ ଏସ୍ପାର୍ଗୋଙ୍କ ସହ ତାଙ୍କର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ରେସ୍ ଶେଷ ଆଡକୁ ମିଗୁଏଲ୍ ଓଲିଭିଏରା ତାଙ୍କର ବଡ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଥିଲେ । ୨୦୨୦ ସ୍ପାନିସ୍ ଗ୍ରାଣ୍ଡ୍ ପ୍ରିକ୍ସରେ ଆହତ ହେବାର ୩୩୬ ଦିନ ପରେ ଓଲିଭିଏରାଙ୍କୁ ପଛରେ ପକାଇ ମାର୍କ ବିଜୟୀ ହୋଇଛନ୍ତି । ଜର୍ମାନିରେ ଏହା ତାଙ୍କର କ୍ରମାଗତ ୧୧ତମ ବିଜୟ ହୋଇଥିବା ବେଳେ ଏହି ସର୍କିଟ୍‌ରେ ରେପ୍‌ସଲ୍ ହୋଣ୍ଡା ଟିମ୍‌ର ଚାଳକଙ୍କ ପାଇଁ ମଧ୍ୟ ୧୧ତମ ବିଜୟ । ଏହି ବର୍ଗରେ ୫୭ତମ ବିଜୟ ସହ ମାର୍କ ଆଗକୁ ବଢ଼ି ଦୁହାନ୍‌ଙ୍କୁ ପଛରେ ପକାଇ ମୋଟ ତାଲିକାର ଚତୁର୍ଥ ସ୍ଥାନରେ ପହଂଚିଛନ୍ତି । ପୋଲ୍ ଏସ୍ପାର୍ଗୋଙ୍କ ପାଇଁ ରେସ୍ ଏତେ ଭଲ ରହିନଥିଲା । ତଥାପି ସେ ନିଜର ଉଦ୍ୟମ ବଜାୟ ରଖିବା ସହ ଶ୍ରେଷ୍ଠ ୧୦ ଜଣଙ୍କ ଭିତରେ ରହି ରେସ୍ ଶେଷ କରିଥିଲେ । ୩୫ ବିଶ୍ୱ ଚାମ୍ପିଆନସିପ୍ ପଏଂଟ୍‌ ସହ ସେ ୧୨ତମ ସ୍ଥାନରେ ରହିଛନ୍ତି । ଏହି ଚାମ୍ପିଆନ୍‌ସିପ୍‌ର ପରବର୍ତୀ ରେସ୍‌ ଆସେନ୍‌ରେ ହେବ । ସେଠାରେ ବହୁତ ଭଲ ପ୍ରଦର୍ଶନ କରିବା ଲାଗି ଉଭୟ ମାର୍କ ଓ ଏସ୍ପାର୍ଗୋ ଆଶାବାଦୀ ରହିଛନ୍ତି । ୧୧ତମ ସାଚେଂରିଂ ବିଜୟ ବିଷୟରେ ମାର୍କ ମାକ୍ୱେର୍ଜ୍ କହିଛନ୍ତି ଯେ,

“ଏହା ହେଉଛି ମୋ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଓ କଠିନ ମୁହୂର୍ତ । କିଛି ଭଲ କରିବା ଲାଗି ଏକ ଶ୍ରେଷ୍ଠ ସୁଯୋଗ ବୋଲି ମୁଁ ଜାଣିଥିଲି । ମୁଁ ଯେତେବେଳେ ରେଖାକୁ ଅତିକ୍ରମ କଲି ତାହା ମୋତେ ବହୁତ ଭଲ ଲାଗି ଓ ସମ୍ପୂର୍ଣ୍ଣ ଟିମ୍‌କୁ ପାଖରେ ପାଇବା ଏଭଳି କଠିନ ସମୟରେ ସହାୟକ ହୋଇଥିଲା । ଏକାକୀ ପ୍ରତ୍ୟାବର୍ତନ କରିବା ସହଜ ନୁହେଁ । ଏଥିପାଇଁ ଲୋକ ଦରକାର ଓ ଏକ ଭଲ ଟିମ୍‌ ଦରକାର, ଡାକ୍ତର ଓ ଫିଜିଓଙ୍କ ଏକ ଭଲ ଟିମ୍ ଦରକାର । ଆଲବର୍ଟୋ ପଗ୍ ଓ ଏମିଲିଓ ଆଲ୍‌ଜାମୋରା ହେଉଛନ୍ତି ମୋ ପରିବାର ଓ ସେମାନେ ମୋତେ ବହୁତ ସାହାଯ୍ୟ କରିଛନ୍ତି । ଚତୁର୍ଥ ଓ ପଂଚମ ଲ୍ୟାପ୍‌ରେ ଯେତେବେଳେ ବର୍ଷା ଆରମ୍ଭ ହେଲା ମୋତେ ଲାଗିଲା ଏହା ହେଉଛି ମୋର ରେସ୍ । ଦ୍ୱିତୀୟ ରେସ୍‌ରେ ଓଲିଭିଏରାଙ୍କ ସହ ପ୍ରତିଦ୍ୱଦ୍ୱିତା ବେଳେ ଗତବର୍ଷ ମୋ ସହ ଘଟିଥିବା ସ୍ମୃତି ସବୁ ତାଜା ହେଉଥିଲା । ତଥାପି ଆମେ କରି ଦେଖାଇଲୁ, ଆଗକୁ ମଧ୍ୟ ସେଭଳି କରିବୁ ।’’ ପୋଲ୍ ଏସ୍ପାର୍ଗୋ କହିଛନ୍ତି ଯେ, “ସତ କହିବାକୁ ଗଲେ ଆଜି ଦିନଟି ଭଲ ନଥିଲା । ମୁଁ ଭଲ ଆରମ୍ଭ କରିପାରିନଥିଲି ଓ ସଂଘର୍ଷ କରିଥିଲି । ମୋତେ ଅନେକ ଥର ଓଭରଟେକ୍ କରାଗଲା । ମୁ ଶୀଘ୍ର ଅତିକ୍ରମ କରିପାରୁନଥିଲି । ମୁଁ ଯେଭଳି ଆଶା କରିଥିଲି ସେଭଳି ରେସ୍ ହୋଇନଥିଲା । ମାତ୍ର ମାର୍କ ଯାହା କରିଛନ୍ତି ତାହାକୁ ନେଇ ମୁଁ ଓ ସମ୍ପୂର୍ଣ୍ଣ ରେପ୍‌ସଲ୍ ହୋଣ୍ଡା ଟିମ୍ ବହୁତ ଖୁସି ।’’