ଏଲଜେପିରେ ବିଭାଜନ ଘଟିଛି – ପଶୁପତି କୁମାର ପାରସ ସଂସଦୀୟ ଦଳ ନେତା

ଓଡ଼ିଶା ତାଜା ନ୍ୟୁଜ୍ (୧୫ ଜୁନ ମଙ୍ଗଳବାରପାଟନା :- ଏଲଜେପିରେ ବିଭାଜନ ଘଟିଛି – ପଶୁପତି କୁମାର ପାରସ ସଂସଦୀୟ ଦଳ ନେତା , ପୁତୁରା ଚିରାଗ ପାଶୱାନଙ୍କୁ ଅଲଗା କରି ଦାଦା ପଶୁପତି କୁମାର ପାରସ ଲୋକସଭାରେ ଲୋକ ଜନଶକ୍ତି ପାର୍ଟିର ସଂସଦୀୟ ଦଳ ନେତା ହୋଇଛନ୍ତି । ଲୋକସଭା ବାଚସ୍ପତି ଓମ୍‍ ବିର୍ଲା ଶ୍ରୀ ପାରସଙ୍କୁ ଲୋକ ଜନଶକ୍ତି ପାର୍ଟିର ନେତାଭାବେ ସ୍ୱୀକୃତି ଦେଇଛନ୍ତି । ପୂର୍ବରୁ ଲୋକ ଜନଶକ୍ତି ପାର୍ଟିର ୬ଜଣ ସାଂସଦଙ୍କ ମଧ୍ୟରୁ ୫ଜଣ ସାଂସଦ ବାଚସ୍ପତି ଓମ୍‍ ବିର୍ଲାଙ୍କୁ ସାକ୍ଷାତ୍‍ କରି ଚିରାଗ ପାଶୱାନଙ୍କ ବଦଳରେ ପଶୁପତି କୁମାର ପାରସଙ୍କୁ ନେତାଭାବେ ନିଯୁକ୍ତ କରିବାକୁ ଅନୁରୋଧ କରିଥିଲେ ।

ହାଜିପୁର ସାଂସଦ ପଶୁପତି ପାରସଙ୍କ ନେତୃତ୍ୱରେ ୫ଜଣ ବିଦ୍ରୋହୀ ସାଂସଦ ଚନ୍ଦନ ସିଂ, ବୀଣା ଦେବୀ, ମେହବୁବ ଅଲ୍ଲୀ କାଇଜର ଓ ପ୍ରିନ୍ସ ରାଜ୍‍ ଏକ ପୃଥକ ଗୋଷ୍ଠୀ ଗଠନ କରିଥିବା ବାଚସ୍ପତିଙ୍କୁ ଜଣାଇଥିଲେ । ଲୋକ ଜନଶକ୍ତିର ପ୍ରତିଷ୍ଠାତା ରାମବିଳାସ ପାଶୱାନଙ୍କ ସାନ ଭାଇ ପଶୁପତି ପାରସଙ୍କୁ ଅନ୍ୟ ୪ଜଣ ସାଂସଦ ସମର୍ଥନ ଜଣାଇଥିଲେ। ଶ୍ରୀ ପାରସଙ୍କୁ ଲୋକସଭାରେ ଏଲଜେପି ସଂସଦୀୟ ଦଳ ନେତା ନିର୍ବାଚିତ କରାଯାଇଛି ।