ବାଙ୍କୀ ଉପଖଣ୍ଡରେ – ସୁବର୍ଣ୍ଣପୁର, ଡମପଡ଼ା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ୨୨ ଜଣ କରୋନା ପଜିଟିଭ୍ ଚିହ୍ନଟ

ଓଡ଼ିଶା ତାଜା ନ୍ୟୁଜ୍ (୧୫ ଜୁନ ମଙ୍ଗଳବାରବାଙ୍କୀ :- ବାଙ୍କୀ ଉପଖଣ୍ଡର ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର,ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓଉପଖଣ୍ଡ ଚିକିତ୍ସାଳୟରେ  ୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଉପଖଣ୍ଡ ଚିକିତ୍ସାଳୟରେ୪୮  ଜଣଙ୍କର ଆଣ୍ଟିଜେନ୍ ପରୀକ୍ଷା ହୋଇ ସେଥି ମଧ୍ୟରୁ କରୋନା ୬  ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୩  ଜଣଙ୍କର ଆର୍ଟିପିସିଆର ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ କଟକ ପଠାଯାଇଥିଲା  ।  ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଓ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଜି୧୯୦  ଜଣଙ୍କର ଆଣ୍ଟିଜେନ୍ ସ୍ୱାବପରୀକ୍ଷା ହୋଇ ୯ ଜଣ  କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଚିହ୍ନଟ ହୋଇଛି  ।  

୧୬  ଜଣଙ୍କ ଠାରୁ ଆର୍ଟିପିସିଆର ସ୍ୱାବ୍ ସଂଗ୍ରହ କରାଯାଇ  କଟକ ପରୀକ୍ଷା ପାଇଁ ପଠାଯାଇ ଥିଲା । ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓଉପସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆଜି୪୧  ଜଣଙ୍କ ଠାରୁ ଆଣ୍ଟିଜେନ୍ ସ୍ୱାବ ସଂଗ୍ରହ କରାଯାଇ ଥିଲା ସେଥି ମଧ୍ୟରୁ ୬  ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଗତ ୧୧ ତାରିଖରେ କଟକ ପରୀକ୍ଷା ପାଇଁ ଯାଇଥିବା ଆର୍ଟିପିସିଆର ସ୍ୱାବ୍ ରିପୋଟ ଆଜି ପ୍ରକାଶ ହୋଇଥିଲା ସେଥିରୁ ୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇ ଛନ୍ତି।୨୪  ଜଣଙ୍କର ଆର୍ଟିପିସିଆର ସ୍ୱାବ୍ ସଂଗ୍ରହ କରାଯାଇ କଟକ ପରୀକ୍ଷା ପାଇଁ ପଠାଯାଇ ଥିଲା । ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଗତ ୧୨  ତାରିଖରେ କଟକ ପରୀକ୍ଷା ପାଇଁ ଯାଇଥିବା ଆର୍ଟିପିସିଆର ସ୍ୱାବ୍ ରିପୋଟ ଆଜି ପ୍ରକାଶ ହୋଇଥିଲା ସେଥିରୁ ୬  ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ  ପ୍ରକାଶ ।   (ରିପୋର୍ଟ : ଗୌତମ ମିଶ୍ର )