ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ବୃଦ୍ଧି ପ୍ରତିବାଦ ରେ ସ୍ବେଚ୍ଛାସେବୀ ଙ୍କ ଭିନ୍ନ ଢଙ୍ଗରେ ପ୍ରତିବାଦ

ଓଡ଼ିଶା ତାଜା ନ୍ୟୁଜ୍ ( ୧୪ ଜୁନ , ସୋମବାର ) ପାଟଣାଗଡ଼ :- ଯେଉଁ ଭଳି ଭାବରେ କେନ୍ଦ୍ର ଓ ରାଜ୍ୟ ସରକାର ଦୈନନ୍ଦିନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ର ଅହେତୁକ ଦର ବୃଦ୍ଧି କରୁଛନ୍ତି ସାଧାରଣ ଜନତା ଉପରେ ପିଠି ଓ ପେଟରେ ମଧ୍ୟ ମାଡ଼ ପଡୁଛି । ସରକାର କେବଳ ଯୋଜନା ଉପରେ ଯୋଜନା ,ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି ,ମିଛ ଉପରେ ମିଛ କହିଚାଲିଛନ୍ତି । ଦେଖିଲା ବେଳକୁ ସବୁ ଧୂଆଁ ବାଣ । ଯେତେବେଳେ ନିର୍ବାଚନ ଆସେ ଭୋଟର କୁ ଆକୃଷ୍ଟ କରିବା ପାଇଁ କେତେ ମିଥ୍ୟା ପ୍ରତିଶୃତି ଦିଅନ୍ତି ତାହା ଜନସାଧାରଣ ଙ୍କୁ ଅଜଣା ନୁହେଁ  ।  ଲେଟ୍ରୋଲ ଦର କମିବ, ଡିଜେଲ ଦର କମିବ, ଖାଉଟି ଦ୍ରବ୍ୟ ଦର କମିବ କିନ୍ତୁ କେବେ କମିବ ।

କମିବାର ନା ନଥିବା ବେଳେ ବଢି ବଢି ଆଜି ପେଟ୍ରୋଲ ଦର ଲିଟର ପିଛା ଶତକ ଛୁଇଁଲାଣି ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଆକାଶ ଛୁଆଁ । ଅଛେ ଦିନ କେଉଁ ଯୁଗରେ ଆସିବ ଲୋକେ ଅପେକ୍ଷା ରେ ଅଛନ୍ତି । ଆଜି ପେଟ୍ରୋଲ, ଡିଜେଲ ତଥା ଖାଉଟି ଦ୍ରବ୍ୟ ର ଅହେତୁକ ବୃଦ୍ଧି ପ୍ରତିବାଦ ରେ ପାଟଣାଗଡ଼ ବର୍ଥଲା ଛକ ଠାରେ ତିନି ଜଣ ସ୍ବେଛାସେବୀ ଗିରିଧାରୀ ଭୋଇ , ଜୟ ମେହେର ,ଇଂ ଜଗଜୀବନ ଭୋଇ , ପ୍ରମୁଖ ଭିନ୍ନ ଢଙ୍ଗରେ ମାହାତ୍ମା ଗାନ୍ଧୀ ଙ୍କ ତିନି ମାଙ୍କଡ଼ ମୁଦ୍ରାରେ ପ୍ରତିବାଦ କରିଛନ୍ତି । (ପାଟଣାଗଡ଼ /ଗୋରେଖନାଥ ବରିହା )