ଟ୍ରକକୁ ପଛ ପଟୁ ବୋଲେରୋ ଧକ୍କା ଦେବାରୁ ୨ ଜଣ ପ୍ରାଣ ହରାଇଛନ୍ତି – କେନ୍ଦୁଝର ର ପାଟଣା

ଓଡ଼ିଶା ତାଜା ନ୍ୟୁଜ୍ ( ୧୪ ଜୁନ , ସୋମବାର ) ପାଟଣା :- ଟ୍ରକକୁ ଧକ୍କା ଦେଲା ବୋଲେରୋ ୨ ମୃତ । ରାସ୍ତା କଡରେ ଛିଡା ହୋଇଥିବା ଟ୍ରକକୁ ପଛ ପଟୁ ବୋଲେରୋ ଧକ୍କା ଦେବାରୁ ୨ ଜଣ ପ୍ରାଣ ହରାଇଛନ୍ତି । କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି ।

ସୂଚନାନୁସାରେ, ପାଟଣା ଦେଇ ଯାଇଥିବା ଜାତୀୟ ରାଜପଥ ୪୯ ତୁରୁମୁଙ୍ଗା ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା ଘଟିଛି । ରାସ୍ତା କଡରେ ଛିଡା ହୋଇଥିବା ଟ୍ରକକୁ ପଛ ପଟୁ ବୋଲେରୋ ଧକ୍କା ଦେବାରୁ ୨ ଜଣ ପ୍ରାଣ ହରାଇଛନ୍ତି । ମୃତକ ହେଲ ଖିରେଇଟାଙ୍ଗିରି ଗାଁର ଗୋପାଳ ଚନ୍ଦ୍ର ମହାନ୍ତ ଓ ଦିଲ୍ଲୀପ କୁମାର ମହାନ୍ତ । ୪୯ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଠିକା ସଂସ୍ଥାରେ ନିୟୋଜିତ ଥିବା ବୋଲେରୋ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।