ପ୍ରଶାସନ ପକ୍ଷରୁ କରୋନା ସଚେତନତା ରଥ ଦ୍ୱାରା ୧୪ପଞ୍ଚାୟତ କରାଗଲା ସଚେତନ

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜୁନ୍‌ ଶୁକ୍ରବାର ) ବାଙ୍କୀ :- କରୋନା ସଂକ୍ରମଣ କୁ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ସଂସ୍କୃତି ବିଭାଗ, ସୂଚନା ଲୋକସମ୍ପର୍କ ବିଭାଗ ଓ ଇଉନିସେଫ ର ମିଳିତ ଅନୁକୂଲ୍ୟ ରେ ରାଜ୍ୟ ବ୍ୟାପି କରୋନା ସଚେତନତା ପାଇଁ ରଥ କୁ ଉଦଘାଟନ କରିଥିଲେ।କଟକ ଜିଲ୍ଲା ରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଚଳିତ ମାସ ୫ ତାରିଖରେ ଏହି ରଥ କୁ ଉଦଘାଟନ କରି ଜିଲ୍ଲା ର ସମସ୍ତ ବ୍ଲକ ରେ ଏହି ରଥ ବୁଲି ଲୋକ ମାନଙ୍କୁ ସଚେତନ କରେଇବା ସହ କରୋନା ସମ୍ପର୍କରେ ବହୁ ତଥ୍ୟ ଲୋକଙ୍କୁ ରଥ ରେ ଥିବା ଏଲସିଡି ଟିଭି ଦ୍ୱାରା ଚଳଚ୍ଚିତ୍ର ମାଧ୍ୟମରେ ଦେଖେଇ ବ।ଲୋକ କଣ କଣ ସତର୍କତା ଅବଲମ୍ବନ କରିବେ କଣ ନକରିବେ ତାହା ବିଭିନ୍ନ ବିଶେଷଜ୍ଞ ଡାକ୍ତର ତଥ୍ୟ ଦେବା ସହ ବିଭିନ୍ନ କଳାକାରମାନେ ଅଭିନୟ ମାଧ୍ୟମରେ ସଚେତନତା କରେଇବେ।

ଏହି କରୋନା ସଚେତନତା ରଥ ବାଙ୍କୀ ରେ ପହଞ୍ଚି ଥିଲା ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଙ୍କ ତତ୍ୱାବଧାନ ଏହି ସଚେତନତା ରଥ ବାଙ୍କୀ ବ୍ଲକ ର ୧୪ ଗୋଟି ପଞ୍ଚାୟତ ବୁଲି ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରାଇଛି।ଏହି କାର୍ଯ୍ୟକ୍ରମ ରେ ବାଙ୍କୀବ୍ଲକ ସମ୍ପ୍ରସାରଣ ଅଧିକାରୀ ଚିତ ରଞ୍ଜନ ବେହେରା,ବ୍ଲକ ମୁଖ୍ୟ କିରାଣୀ ଚନ୍ଦ୍ର ଶେଖର ପ୍ରଧାନ,ବ୍ଲକ କର୍ମଚାରୀ ଦିଲ୍ଲୀପ କୁମାର ପାଲ, କହଁଇ ବେହେରା ଓ ସମାଜସେବୀ ଆନନ୍ଦ ବେହେରା ସହଯୋଗ କରିଥିଲେ। ଆସନ୍ତା କାଲି ଡମପଡା ବ୍ଲକ ରେ ଏହି ରଥ ବୁଲି ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରାଇବ ବୋଲି ବାଙ୍କୀ ଉପଖଣ୍ଡ ଭାରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାଳି ଚରଣ ତ୍ରିପାଠୀ ପ୍ରକାଶ କରିଛନ୍ତି। (ରିପୋର୍ଟ :ଗୌତମ ମିଶ୍ର)