ସେଲଫି ନେଉଥିଲେ , ଡ୍ୟାମକୁ ଖସି ପଡ଼ିଲେ

ଓଡ଼ିଶା ତାଜା ନ୍ୟୁଜ (୦୬ ଜୁନ୍‌ ରବିବାର ) ରାଉରକେଲା :- ସେଲଫି ନେଉଥିଲେ , ଡ୍ୟାମକୁ ଖସି ପଡ଼ିଲେ । ସାମାନ୍ୟ ମଜା ମସ୍ତି ଯେ କେତେ ଭୟଙ୍କର ହୋଇପାରେ । ବନ୍ଧୁ ମାନଙ୍କ ସଙ୍ଗେ ପ୍ରମୋଦନ କରୁଥିଲେ କିନ୍ତୁ ଅସାବଧାନତା ପ୍ରାଣ ନେଇଗଲା । ଏମିତି କିଛି ଅଘଟଣ ଘଟିଛି ରାଉରକେଲାରେ । ସେଲଫି ନେବାବେଳେ ଡ୍ୟାମରେ ବୁଡିଗଲେ ଦୁଇ ଯୁବକ । ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆଉଜଣେ ଏବେ ବି ନିଖୋଜ ଅଛନ୍ତି । କିନ୍ତୁ ଉଦ୍ଧାର ହୋଇଥିବା ଯୁବକ ଜଣଙ୍କ ପରବର୍ତ୍ତୀ ସମୟରେ ଆଖି ବୁଜିଥିଲେ ।

ସୂଚନା ମୁତାବକ କାଂସବାହାଲ ଡ୍ୟାମ ନିକଟରେ ସେଲଫି ନେଉଥିବାବେଳେ ବୁଡିଯାଇଥିଲେ ଯୁବକ । ସ୍ଥାନୀୟ ଲୋକଙ୍କ ସୂଚନା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଁଚିଥିଲା । ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲା । କିନ୍ତୁ ଅଗ୍ନିଶମ ବାହିନୀର ଟିମ ଜଣକୁ ଉଦ୍ଧାର କରିଥିବାବେଳେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲା । କିନ୍ତୁ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ତେବେ ଅନ୍ୟ ଜଣେ ଯୁବକ ଏବେବି ନିଖୋଜ ଅଛନ୍ତି । ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି ଅଗ୍ନିଶମ ବାହିନୀ ।

ସାମାନ୍ୟ ଅସବାଧନତା ପ୍ରାଣ ନେଉଥିବାବେଳେ ଆଜିର ଯୁବପୀଢୀ ସେଲଫି ମାନିଆ ହୋଇଛନ୍ତି । ଫଟୋ ଉଠାଇବାର ବ୍ୟାକୁଳତା ଜୀବନ ନେଇଯାଉଛି । ତଥାପି ସଜାଗ ଆଉ ସତେଚନାର ଅଭାବ ଏବେ ମଧ୍ୟ ପରିଲିଖିତ । କେଉଁଠି ଡ୍ୟାମରେ ତ ଆଉ କେଉଁଠି ଟ୍ରେନ ଲାଇନରେ ଯାଉଛି ଜୀବନ । ରାଉରକେଲା କାଂସବାହାଲ ଡ୍ୟାମରେ ଘଟିଥିବା ଏହି ଘଟଣା ସଭିଙ୍କୁ ଚକିତ କରିଛି । ଘରର ଭେଣ୍ଡା ପୁଅର ଆକସ୍ମିକ ବିୟୋଗକୁ ପରିବାର ଲୋକେ ବିଶ୍ୱାସ କରି ପାରୁନାହାଁନ୍ତି । ସେପଟେ ନିଖୋଜ ଥିବା ଯୁବକର ପରିବାର ଏବେ ଜୀବନ ମରଣର ଦୋଛକିରେ ।