ଚୋରା ଚାଲାଣ ବେଳେ ଉଦ୍ଧାର ହୋଇଛି କଇଁଛ : ଦେଢ଼ ଶହ କଇଁଛ ଉଦ୍ଧାର – ଗାଡ଼ି ଜବତ,୨ ବେପାରୀ ଫେରାର

ଓଡ଼ିଶା ତାଜା ନ୍ୟୁଜ (୦୪ ଜୁନ ଶୁକ୍ରବାର ) ମାଲକାନଗିରି :- ଚୋରା ଚାଲାଣ ବେଳେ ଉଦ୍ଧାର ହୋଇଛି କଇଁଛ : ଦେଢ଼ ଶହ କଇଁଛ ଉଦ୍ଧାର – ଗାଡ଼ି ଜବତ,୨ ବେପାରୀ ଫେରାର ମାଲକାନଗିରି ଜିଲ୍ଲା କାଲିମେଳା ବନ ବିଭାଗ ପକ୍ଷରୁ ଏହି ୧୫୦ କଇଁଛଙ୍କୁ ଉଦ୍ଧାର କରାଯାଇଛି । କଇଁଛ ଉଦ୍ଧାର କରାଯାଇଥିବା ବେଳେ ଦୁଇଟି ମୋଟର ସାଇକଲକୁ ଜବତ କରାଯାଇଛି । ଅଭିଯୁକ୍ତକୁ ଧରିବାରେ ବନ କର୍ମଚାରୀମାନେ ବିଫଳ ହୋଇଥିବା ବେଳେ ଘଟଣାସ୍ଥଳରୁ ୨ଟି ମୋଟର ସାଇକେଲ ନଂ ଓଆର୩୦-୦୨୦୭ ଏବଂ ନଂ ଓଏପି୧୫-୫୨୪୧କୁ ଜବତ କରିବା ସହ ୧୫୦ ଗୋଟି କଇଁଛକୁ ଉଦ୍ଧାର କରିଛି ।

ଏ ସଂପର୍କରେ କାଲିମେଳା ରେଞ୍ଜ କେଶ ନଂ ୩୮/୨୦୨୧ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି । କାଲିମେଳା ଅଞ୍ଚଳର କେତେକ କଇଁଛ ବ୍ୟବସାୟୀ ଆନ୍ଧ୍ର ପ୍ରଦେଶରୁ କଇଁଛ ଆଣି ମାଲକାନଗିରି ଜିଲ୍ଲାରେ ଚୋରାରେ ବିକ୍ରୟ କରିଥାନ୍ତି । ସେମାନଙ୍କୁ ଧରିବା ପାଇଁ କାଲିମେଳା ବନ କର୍ମଚାରୀମାନେ ଜାଲ ବିଛାଇ ଥିଲେ । ଗୁରୁବାର ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଟିଗଲ ପଞ୍ଚାୟତ ଏମପିଭି-୬୫ ଗ୍ରାମକୁ ଯାଇଥିବା ବେଳେ ଫରେଷ୍ଟ ଗାଡି ଦେଖି ୨ ଜଣ କଇଁଛ ବ୍ୟବସାୟୀ ୨ଟି ମୋଟର ସାଇକେଲ ଛାଡି ଜଙ୍ଗଲକୁ ପଳାଇଥିଲେ ।