ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ନ ଫେରିବା ଯାଏଁ ଆନ୍ଦୋଳନ ଚାଲୁ ରହିବ – ଛାତ୍ର କଂଗ୍ରେସ

ଭୁବନେଶ୍ୱର, କଂଗ୍ରେସର ରାଜ୍ (ଓଡିଶା ତାଜା ନ୍ୟୁଜ୍ ) କଂଗ୍ରେସର ତା-13.3.2020 :- ଭୁବନେଶ୍ୱର ତା ୧୩.୨ – ଆଜି ପ୍ରଦେଶ ଛାତ୍ର କଂଗ୍ରେସର ରାଜ୍ୟ ସଂଯୋଜକ ୟାସିର ନୱାଜଙ୍କ ନେତୃତ୍ୱରେ ୟେସ୍ ବ୍ୟାଙ୍କରେ ଜମା ହୋଇଥିବା ୫୪୫ କୋଟି ଟଙ୍କା ତୁରନ୍ତ ରାଜ୍ୟ ସରକାର ଫେରାଇ ଆଣିବା ଦାବିରେ ବିକ୍ଷୋଭ କରାଯାଇଥିଲା । ଶ୍ରୀ ନୱାଜଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ କର୍ମକର୍ତାମାନେ କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଂଟିନ୍ ଛକ ପର୍ଯ୍ୟନ୍ତ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ନୱାଜ କହିଛନ୍ତି ଯେ ଓଡିଶା ଜନସାଧାରଣଙ୍କର ନବୀନ ସରକାରଙ୍କ ଉପରେ ଭରସା ନାହିଁ । କାରଣ ନବୀନ ସରକାର ସାଧାରଣ ଲୋକଙ୍କୁ ଚିଟ୍‌ଫଣ୍ଡ ଟଙ୍କା ଫେରାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚିଟ୍‌ଫଣ୍ଡ ଟଙ୍କା ଫେରାଇବା ତ ଦୂରର କଥା ଗତ ୪ ତାରିଖ ଦିନ ଏଥିପାଇଁ ହୋଇଥିବା କମିଶନଙ୍କ କାର୍ଯ୍ୟକାଳକୁ ବନ୍ଦ କରି ଦେଇଛନ୍ତି ।

ତେଣୁ ଯେ ପର୍ଯ୍ୟନ୍ତ ଟଙ୍କା ଫେରି ନଆସିଛି ସେ ପର୍ଯ୍ୟନ୍ତ ଓଡିଶାବାସୀ ଆଶ୍ୱସ୍ତ ହେବେ ନାହିଁ । ଶ୍ରୀ ନୱାଜ ପ୍ରଶ୍ନ କରିଛନ୍ତି ଯେ ସରକାର ଜାଣିଶୁଣି ଏକ ଘରୋଇ ବ୍ୟାଙ୍କରେ କ’ଣ ପାଇଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ରଖିଥିଲେ । ତିରୁପତି ମନ୍ଦିର ଟ୍ରଷ୍ଟ ୟେସ୍‌ ବ୍ୟାଙ୍କ ଦେବାଳିଆ ହୋଇଯାଉଥିବା ଜାଣି ୧୩୦୦ କୋଟି ଟଙ୍କା ଉଠାଇ ନେଇଥିବା ବେଳେ ଓଡିଶା ସରକାର ଚୁପ୍ ରହିଲେ କାହିଁକି? ଏହି ବ୍ୟାଙ୍କରେ ଟଙ୍କା ରଖିବା ପାଇଁ ପିସି କାରବାର ହୋଇଛି ବୋଲି ଶ୍ରୀ ନୱାଜ କହିଛନ୍ତି । ଚାଟାର୍ଡ ଆକାଉଟାଂଟ ତଥା ଶ୍ରୀମନ୍ଦିର ଅର୍ଥ ସବ୍‌କମିଟିର ମୁଖ୍ୟ ବିଜୟ କୁମାର ସାହୁ ୟେସ୍ ବ୍ୟାଙ୍କରେ ରଖାଯାଇଥିବା ଟଙ୍କାର କମିଶନରେ ମଉଜ କରିଛନ୍ତି ବୋଲି ଶ୍ରୀ ନୱାଜ ଅଭିଯୋଗ କରିଛନ୍ତି । ଶ୍ରୀ ସାହୁ ଜଣେ ଶିକ୍ଷା ବ୍ୟବସାୟୀ । ସେ ସାଧାରଣତଃ ଆଉ ଚାଟାର୍ଡ ଆକାଉଟାଂଟ ଭାବେ କାର୍ଯ୍ୟ କରୁନାହାନ୍ତି । ଏଭଳି ଜଣେ ବ୍ୟକ୍ତିଙ୍କୁ ଅର୍ଥ ସବ୍‌କମିଟିର ମୁଖ୍ୟ ଭାବେ କାହିଁକି ନିଯୁକ୍ତି ଦିଆଯାଇଛି । ତାଙ୍କ ପରାମର୍ଶକ୍ରମେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅର୍ଥ ଆଜି ବୁଡି ଯିବା ପରିସ୍ଥିତିକୁ ଯାଇଥିବାରୁ ସେଥିପାଇଁ ଶ୍ରୀ ସାହୁ ଦାୟୀ । ଏଣୁ ଶ୍ରୀ ସାହୁଙ୍କୁ ତୁରନ୍ତ ଶ୍ରୀମନ୍ଦିର ଅର୍ଥ ସବ୍‌କମିଟିରୁ ବହିଷ୍କାର କରିବା ସହ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ନୱାଜ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଫାଉଣ୍ଡେସନ କମିଟିର ଅଧ୍ୟକ୍ଷ ହୋଇଥିବାରୁ ଆଜିର ପରିସ୍ଥିତି ପାଇଁ ସେ ଦାୟୀ । ତିରୁପତି ମନ୍ଦିର ସଂସ୍ଥା ବ୍ୟାଙ୍କ ଦେବାଳିଆ ହେଉଥିବା ସଂପର୍କରେ ଜାଣି ପାରିଥିବା ବେଳେ ଆମ ମୁଖ୍ୟମନ୍ତ୍ରୀ କିପରି ଏ କଥା ଜାଣି ପାରିଲେ ନାହିଁ । ସୁତରାଂ ଶ୍ରୀ ବିଜୟ ସାହୁ ଯିଏକି ଅର୍ଥ ସବ୍‌କମିଟିର ମୁଖ୍ୟ ଅଛନ୍ତି କେଉଁ ପରିସ୍ଥିତିରେ ସେ ଏକ ଘରୋଇ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ରଖିଲେ ତା’ର ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଉଛି । ବିଜେଡ଼ି ଓ ବିଜେପି କାଦୁଅ ଫିଙ୍ଗାରେ ବ୍ୟସ୍ତ । ନବୀନ ସରକାର ଜଗନ୍ନାଥଙ୍କ ପାଣ୍ଠିକୁ ଦେବାଳିଆ ବ୍ୟାଙ୍କରେ ରଖିଥିବା ସ୍ଥଳେ ମୋଦି ସରକାର ଏସ୍ ବ୍ୟାଙ୍କଙ୍କୁ ଦେବାଳିଆ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ଶୁଭେନ୍ଦୁ ମହାନ୍ତି, କାର୍ଯ୍ୟକାରୀ ସଭାପତି ରଶ୍ମି ମହାପାତ୍ର, ପ୍ରକାଶ ମିଶ୍ର, ରଜନୀ ମହାନ୍ତି, ସୁବ୍ରତ ମହାପାତ୍ର, ଦୀପକ ମହାପାତ୍ର, ଆଶିଷ ମଲ୍ଲିକ, ଜୟକୃଷ୍ଣ ସୁବୁଦ୍ଧି, ରଞ୍ଜିତ ପାତ୍ର, ମୋହନ ଜେନା, ଅଶୋକ ଦାସ, ରମାକାନ୍ତ ସାହୁ, କୈଳାସ ସାହୁ, ଦେବରାଜ ମିଶ୍ର, ସଂକୁନା କହଁର, ସରୋଜ ମହାନ୍ତି, ଶ୍ରୀୟା ମହାନ୍ତି, ସୁରଜ ରାଉତ, ବାଦଲ ମହାନ୍ତି, ମନୋଜ ସାହୁ, ଦେବବ୍ରତ ମହାନ୍ତି, ଲୁଲୁ ଏହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ ।