ବିଧାନସଭାରେ କରୋନା ସତର୍କତା କୁ ନେଇ ବିଜ୍ଞପ୍ତି ।

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ବିଧାନସଭା ତା-11.3.2020 :- ବିଧାନସଭା ରେ କରୋନା କୁ ନେଇ ସତର୍କତା । ପ୍ରତିଷେଧକ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । କାର୍ଯ୍ୟାଳୟ ପରିଷ୍କାର ରଖିବା ସହ ଟେବୁଲ , ଫୋନ ଅନ୍ୟାନ୍ୟ ଉପକରଣ ସହ କମ୍ପୁଟର କୁ ଦିନ କୁ ୬ଥର ସାନିଟାଇଜ କରିବାକୁ ନିର୍ଦେଶ ଦିଆ ଯାଇଛି ଏଥି ସହ କର୍ମଚାରୀ ମାନେ ନିୟମିତ ହାତ କୁ ସାବୁନ କିମ୍ବା ହ୍ୟାଣ୍ଡ ୱାସ ରେ ସଫା କରିବାକୁ କୁହାଯାଇଛି ।

କାଶ, ଛିଙ୍କ ଦ୍ୱାରା ହେଉଥିବା ସଂକ୍ରମଣ ପ୍ରତିରୋଧ ପାଇଁ କର୍ମଚାରୀ ଟିସୁ ପେପର୍ ବ୍ୟବହାର କରିବାକୁ କୁହାଯାଇଥିବା ବେଳେ କର୍ମଚାରୀମାନେ ଏକାଠି ହୋଇ ବୈଠକ ନ କରିବାକୁ ପରାମର୍ଶ ଦିଆଯାଇଛି। ବାୟୋମେଟ୍ରିକ ଉପସ୍ଥାନ ବଦଳ ରେ ରେଜିଷ୍ଟ୍ରେର ବ୍ୟବହାର ପାଇଁ କୁହାଯାଇଛି କୌଣସି ଅବ୍ୟବହୃତ ଜିନିଷ କୁ ଏଣେ ତେଣେ ନ ଫୋପାଡି ବାକୁ ନିର୍ଦ୍ଦେଶ ଦିଆଯାଇଛି ।