ବଲାଙ୍ଗିର ଅବକାରୀ ବିଭାଗ ଦୁର୍ନୀତିର ଗନ୍ତାଘର, ଆଦିବାସୀ ସଂଘ ର ଅଭିଯୋଗ

ଓଡ଼ିଶା ତାଜା ନ୍ୟୁଜ (୨୭ ମଇ ଗୁରୁବାର ) ପାଟଣାଗଡ଼ :- ବଲାଙ୍ଗିର ଅବକାରୀ ବିଭାଗ ଅଧିନସ୍ଥ ପାଟଣାଗଡ ଅବକାରୀ କର୍ମଚାରୀ ଏବଂ ବଲାଙ୍ଗିର ଅବକାରୀ ମୋବାଇଲ ଦଳ ଦୁର୍ନୀତିର ଗନ୍ତାଘର ବୋଲି ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଅଭିଯୋଗ କରିଛି. ରନ୍ଧା ମଦ ବ୍ୟବସାୟୀ, କପ ସିରଫ ବ୍ୟବସାୟୀ ଏବଂ ଗଂଜେଇ ମାଫିଆ ଙ୍କ ସହିତ ଅବକାରୀ ନିରୀକ୍ଷକ ମାନେ “ରାଧେ ରାଧେ ତୋର ଅଧେ କୁ ମୋର ଅଧେ” ନୀତିରେ କାମ କରୁଛନ୍ତି. ଅସାଧୁ ବ୍ୟବସାୟୀ ଙ୍କ ଠାରୁ ଏମାନେ ମାସିକିଆ,ସାତଦିନିଆ,ଦିନିକିଆ ବଟି,କୁଟା,ହପତl,ପିସି ସଂଗ୍ରହ କରୁଛନ୍ତି. ଏମାନେ ବ୍ୟବସାୟୀ ଙ୍କ ଠାରୁ ମାଲ ଖାଇ ମାତାଲ ହଉଛନ୍ତି. କେବଳ କିଛି ଗରିବ ଲୋକଙ୍କ ଘର କୁ ପଶି ଏବଂ କିଛି ଗରିବ ଲୋକଙ୍କୁ ଧରିଆଣି ଅବକାରୀ କେଶ ରେ ଫସାଇ ଦେଉଛନ୍ତି.

ଗତକାଲି ଅବକାରୀ ମୋବାଇଲ ଇନ୍ସପେକ୍ଟର ପଣ୍ଡା ବାବୁ,ବହୁ ଚର୍ଚ୍ଚିତ ପଣ୍ଡରିପାଣି ଗାଁ ର ଦିବାକର ଧରୁଆ ଙ୍କ ମିଥ୍ୟା ଅବକାରୀ କେଶ ବିଷୟରେ ତଦନ୍ତ ପାଇଁ ଆସିଥିଲେ,ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଅଭିଯୋଗ କୁ ଭିତ୍ତି କରି ଶ୍ରୀ ପଣ୍ଡା ତଦନ୍ତକାରୀ ଅଧିକାରୀ ହିସାବରେ ଆସିଥିଲେ,କିନ୍ତୁ ଆଦିବାସୀ ସଂଘ ର କୌଣସି କର୍ମକର୍ତ୍ତା ଙ୍କୁ କିଛି ପଚାରିଲେ ନାହିଁ.ଅର୍ଥାତ ଯିଏ ଚୋର ସିଏ କେମିତି ତଦନ୍ତକାରୀ ଅଧିକାରୀ ହେଲା? ଏଠୁ ସ୍ପଷ୍ଟ ଅନୁମେୟ ଜ଼ିଲ୍ଲା ଅବକାରୀ ଅଧିକ୍ଷକ ଏଭଳିଆ ଦୁର୍ନୀତିଗ୍ରସ୍ତ ନିରୀକ୍ଷକ ମାନଙ୍କୁ ରଖି ଦୁର୍ନୀତି ର ସମ୍ରାଟ ପାଲଟିଛି ବଲାଙ୍ଗିର ଜ଼ିଲ୍ଲା ଅବକାରୀ ଅଧିକ୍ଷକ.,ତେଣୁ ଅବକାରୀ ସୁପରିନଟେଣ୍ଡେଣ୍ଟ କୁ ତୁରନ୍ତ ବଦଳି କରିବା ଉଚିତ ବୋଲି ସଂଘ ଅଭିଯୋଗ କରିଛି.। ଅଭିଯୋଗ ଅନୁଯାୟୀ ଦିବାକରଧରୁଆ ଗଣ୍ଡ ଆଦିବାସୀ ।

ଅବକାରୀ ବିଭାଗ ନିରିକ୍ଷକ (ମୋବାଇଲ) ପଣ୍ଡା ବାବୁ ଙ୍କୁ ଯିଏକି ଜିଲ୍ଲା ସାରା ଦାୟିତ୍ଵ ରେ ଅଛନ୍ତି , ଯେ ଶାଗ , ପନିପରିବା ବିକି ,ତେତେଲ ଆମ୍ବୂଲ କିଣି ସେ ରେଙ୍ଗାଲି ଗାଁ ର ପଚାଶ ଟଙ୍କା ର ମଦ ଆଣିଥିଲେ , ଘରେ ପିଇବା ପାଇଁ କିନ୍ତୁ ପଣ୍ଡା ବାବୁ ଶ୍ରୀ ଧରୁଆ ଙ୍କୁ ସାଙ୍ଗରେ ନେଇ ରେଙ୍ଗାଲି ଗାଁ ର ଯେଉଁ ବ୍ୟକ୍ତି ଠାରୁ ମଦ ଆଣି ଥିଲେ , ସେହି ଲୋକ , ସ୍ଥାନ, ଘର କୁ ଯାଇ ଯେଉଁ ଲୋକ ମଦ ଦେଇଥିଲେ ତାକୁ ଗିରଫ କରିବାକଥା ,ଯଦି ବେଆଇନ ମଦ ବିକୁଥିଲେ କିନ୍ତୁ ପଣ୍ଡା ବାବୁ ଏକ୍ସାଇଜ ସୁପରିଣ୍ଟେଣ୍ଡଣ୍ଟ ଜବାବ ଦିଅନ୍ତୁ ବୋଲି ସଂଘ ଅଭିଯୋଗ କରିଛି ।

ଆଜି ଅବକାରୀ ବିଭାଗ ଉପ ନିରିକ୍ଷକ ଙ୍କ କାର୍ଯ୍ୟାଳୟ କୁ ସଂଘ ର ଏକ ପ୍ରତିନିଧି ଦଳ ଯାଇ ଶ୍ରୀ ପରିଡ଼ା ଏସ.ଆଇ ଙ୍କ ସହିତ ଏ ବିଷୟରେ ଆଲୋଚନା କରିଥିଲେ, ପାଟଣାଗଡ଼ ଅବକାରୀ ଏସ୍.ଆଇ ପୁଟିସବାହାଲ ଗ୍ରାମ ର ସୁଶିଲ ବରିହା ଙ୍କ ଘର କୁ ଯାଇ ସେମାନେ ଏକ ସାମାଜିକ ଏବଂ ସାଂସ୍କୃତିକ ଉତ୍ସବ ରେ ଆଦିବାସୀ ଙ୍କ ଦେବାଦେବୀ ଙ୍କ ପୂଜାର୍ଚ୍ଚନା ତର୍ପିବା ପାଇଁ ରଖିଥିବା ମଦ କୁ ନେଇ ଶ୍ରୀ ବରିହା ଙ୍କ ନାଁ ରେ ମାମଲା ରୁଜୁ କରିଛନ୍ତି ଏହା କୁ ସଂଘ ନିନ୍ଦା କରିଛି ।

ଗୋଟିଏ ପଟେ ମଦ ପିଇବା ପାଇଁ ସରକାର ପ୍ରୋତ୍ସାହନ କରୁଛନ୍ତି ଅନ୍ୟ ପଟେ ବିହାର ଓଡ଼ିଶା ଅବକାରୀ ଆଇନ ୧୮୬୦ ଅନୁସାରେ ଆଦିବାସୀ ମାନେ ଦଶ କେଜି ମହୁଲ ଘରେ ରଖି ପାରିବେ ଏବଂ ତାଙ୍କ ସାମାଜିକ ସାଂସ୍କୃତିକ କାର୍ଯ୍ୟରେ ପାଞ୍ଚ ଲିଟର ମଦ ବ୍ୟବହାର କରିପାରିବେ ବୋଲି ନିୟମ ଥିଲାବେଳେ ରନ୍ଧା ମଦ ବ୍ୟବସାୟୀମାନଙ୍କ ସହିତ ଅବକାରୀ ବିଭାଗ କରି ଆଦିବାସୀ ମାନଙ୍କୁ କାହିଁକି ହଇରାଣ କରୁଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଅବକାରୀ ଏସ୍ ଆଇ ବିଶ୍ଵନାଥ ପରିଡ଼ା ଙ୍କ ସହିତ ଆଲୋଚନା ବେଳେ ସଂଘ ର ଯୁଗ୍ମ ସଂପାଦକ ଗିରିଧାରୀ ଭୋଇ ଯୁବ ସଂଗଠକ ମନୋବଧ ବରିହା, ଘନ ଭୋଇ,ଧୁବଲେଶ୍ଵର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । (ପାଟଣାଗଡ଼/ଗୋରେଖନାଥ ବରିହା )