ବାଲେଶ୍ୱର ଜିଲ୍ଲାର ରାଜଘାଟ “ଜୀବନ ସାଥି ସ୍ୱେଚ୍ଛାସେବୀ ” ସଂଗଠନର ବାତ୍ୟା ” ୟାସ ” ପାଇଁ ମହାନତା

ଓଡ଼ିଶା ତାଜା ନ୍ୟୁଜ (୨୬ ମଇ ବୁଧବାର ) ବାଲେଶ୍ୱର :- ବାତ୍ୟା ” ୟାସ ” ସହିତ ମହାମାରୀ କରୋନାର ପ୍ରlଦୂରଭାବ ଚରମ ସୀମାରେ ଥିବା ବେଳେ ମହାବାତ୍ୟା ” ୟାସ ” ତାଣ୍ଡବ ରଚିସାରିଛି l ଏଇ ବିପତ୍ତି ସମୟରେ ରାଜଘାଟ ଜୀବନ ସାଥି ସ୍ୱେଚ୍ଛାସେବୀ ସଂଗଠନ “ମାନବ ସମାଜକୁ ରକ୍ଷା କରିବା ପାଇଁ ଭଗବତ କୃପା ସହ ମାନବିକ ସହାୟତା ମଧ୍ୟ ଅତି ଜରୁରୀ ବୋଲି ମନେ କରିଥିଲା ” l ଏହାକୁ ଦୃଷ୍ଟିରେ ରଖି ” ବାଲେଶ୍ୱର ଜିଲ୍ଲା ର ରାଜଘାଟ ଜୀବନ ସାଥି ସ୍ୱେଚ୍ଛାସେବୀ ସଂଗଠନ ” ମାଧ୍ୟମରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକରେ ମାନବୀୟ ସହାୟତା ର ହାତ ବଢାଇବାକୁ ଆହ୍ୱାନ ଦେଇଥିଲା l

ଏହି କ୍ରମରେ ସେବା କାର୍ଯ୍ୟ ସହ ଯୋଗାଯୋଗ କାର୍ଯ୍ୟକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି l ଜୀବନ ସାଥି ସ୍ୱେଚ୍ଛାସେବୀ ସଂଗଠନର ସଭାପତି ତଥା ଯୁବ ସମାଜ ସେବୀ ଦୀପ୍ତିମାନ ପତିଙ୍କ ନେତୃତ୍ୱରେ “ୟାସ ” ବାତ୍ୟା ରେ ଲୋକଙ୍କ ପାଖକୁ ଯାଇ ଲୋକଙ୍କୁ ବୁଝାଇ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସଚେତନତା କରିବା ସଙ୍ଗେ ସଙ୍ଗେ ୮୦ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିଥିଲେ l ଗତ କାଲି ସନ୍ଧ୍ୟା ଠାରୁ ମୁଢି, ଆଳୁଦମ ଓ ଆଜି ସକାଳ ଟିଫିନ ପାଇଁ ମୁଢି,

ମିକ୍ସଚର, ମଧ୍ୟାହ୍ନ ରେ ରନ୍ଧା ଖାଦ୍ୟ ଭାତ, ଡାଲମା, ଆମ୍ବ ଖଟା ଲୋକଙ୍କ ପାଇଁ ପ୍ରସ୍ତୁତି କରିବା ସହ ବାତ୍ୟା ପୀଡିତ ୮୦ ଟି ପରିବାର ଙ୍କୁ ବଣ୍ଟନ କରିଥିଲେ l ବାତ୍ୟା ସମ୍ପର୍କିତ ଖବର ପ୍ରସାରଣ ପାଇଁ, ପ୍ରଭାବିତ ଅଂଚଳର, ମାନବ ସମ୍ବଳ ର କ୍ଷୟ କ୍ଷତିର ଫଟୋ, ଭିଡ଼ିଓ, ଖବର ମୋବାଇଲ ମାଧ୍ୟମରେ ଯଥା ସମ୍ଭବ ପଠାନ୍ତୁ ବୋଲି ଜଣାଇଥିଲେ l ଜୀବନ ସାଥି ସ୍ୱେଚ୍ଛାସେବୀ ସଂଗଠନ ମାଧ୍ୟମରେ ଖବର ପ୍ରସାରଣ କରି ସରକାର ତଥା ବିଭିନ୍ନ ଚାରିଟେବଲ ସଂସ୍ଥାଙ୍କ ଦୃଷ୍ଟି ଆକର୍ଷଣ କରି ସାହାଯ୍ୟ ସହଯୋଗ କରିବାକୁ ପ୍ରୟାସ କରିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି l  (ରିପୋର୍ଟ  – ଦୀପ୍ତିମାନ ପତି )