ଅନୁଗୋଳ ବିଧାୟକ ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ; ନିଜ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଅନୁଗୋଳ ଜିଲ୍ଲା ପାଇଁ ଏକ ନୂତନ “ଆଡ଼ଭାନ୍ସ ଲାଇଫ ସପୋର୍ଟ ଆମ୍ବୁଲାନ୍ସ”(ICU AMBULANCE) ଅନୁମୋଦନ କରୁଛନ୍ତି

ଓଡ଼ିଶା ତାଜା ନ୍ୟୁଜ (୨୫ ମଇ ମଙ୍ଗଳବାର ) ଭୁବନେଶ୍ୱର :-  ଓଡିଶା ବିଧାନସଭା ର ଉପ-ବାଚସ୍ପତି ତଥା ବିଧାୟକ,ଅନୁଗୋଳ ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ନିଜ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଅନୁଗୋଳ ଜିଲ୍ଲା ପାଇଁ ଏକ ନୂତନ “ଆଡ଼ଭାନ୍ସ ଲାଇଫ ସପୋର୍ଟ ଆମ୍ବୁଲାନ୍ସ”(ICU AMBULANCE) ଅନୁମୋଦନ କରୁଛନ୍ତି । ଏହି ଆମ୍ବୁଲାନ୍ସ ରେ ICU ର ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି ଯାହାକି ଅତି ଗମ୍ଭୀର ସ୍ଥିତି ରେ ଥିବା ରୋଗୀ ଙ୍କୁ ଉଚ୍ଚ ଚିକିତ୍ସା ପାଇଁ କଟକ କିମ୍ବା ଭୁବନେଶ୍ୱର ସ୍ଥାନାନ୍ତର କରାଯାଇପାରିବ ।

ବର୍ତ୍ତମାନର କୋରନା ମହାମାରୀ ସମୟରେ ବହୁ କୋରନା ସଂକ୍ରମିତ କ୍ରୀଟିକାଲ ରୋଗୀ କଟକ କିମ୍ବା ଭୁବନେଶ୍ୱର କୁ ସ୍ଥାନାନ୍ତର ହଉଛନ୍ତି । ଜିଲ୍ଲା ରେ ICU ଆମ୍ବୁଲାନ୍ସ ର ବ୍ୟବସ୍ଥା ପର୍ଯ୍ୟାପ୍ତ ଭାବେ ନଥିବାରୁ ଏହି ପ୍ରକ୍ରିୟା ରେ ବିଶେଷ ବିଳମ୍ବ ହଉଛି । ପ୍ରାଇଭେଟ ICU ଆମ୍ବୁଲାନ୍ସ ପାଇଁ ମଧ୍ୟ ସାଧାରଣ ଲୋକ ବହୁତ ପଇସା ଖର୍ଚ୍ଚ କରିବାକୁ ପଡୁଛି । ଏହି ନିମନ୍ତେ ପ୍ରାୟ ୪୦ ଲକ୍ଷ୍ୟ ଟଙ୍କା ବିଧାୟକ ପାଣ୍ଠି ରୁ ଅନୁମୋଦନ କରିବା ପାଇଁ ଶ୍ରୀ ସିଂହ ଜିଲ୍ଲାପାଳ ଙ୍କୁ ଚିଠି ମାଧ୍ୟମରେ ଦର୍ଶାଇଛନ୍ତି । ଏହି ଆମ୍ବୁଲାନ୍ସ କାର୍ଯ୍ୟକାରୀ ହେଲେ ଅନୁଗୋଳ ର ଜନସାଧାରଣ ବେଶ ଉପକୃତ ହେବେ ଏବଂ ମାଗଣାରେ ଏହି ସୁବିଧା ଉପଲବ୍ଧ କରି ପାରିବେ ବୋଲି ଶ୍ରୀ ସିଂହ କହିଛନ୍ତି ।