ଗାଁରୁ ବାହାରିଲେ ୨୨ କୋଭିଡ୍ ପଜିଟିଭ୍, କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ ସରପଞ୍ଚ

ଓଡ଼ିଶା ତାଜା ନ୍ୟୁଜ (୨୪ ମଇ ସୋମବାର ) ଚାନ୍ଦବାଲି :- ରାଜ୍ୟରେ ଲଗାତର ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି ।  ଭଦ୍ରକ ଜିଲ୍ଲାରେ ମଧ୍ୟ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉନାହିଁ ।  ଜିଲ୍ଲାର ତିହିଡ଼ି ବ୍ଳକ ହଳଧରବିଂଧା ଗାଁରେ ୨୨ଜଣ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ସପ୍ତାହେ ପାଇଁ ଏହି ଅଞ୍ଚଳକୁ ସିଲ୍‌ କରାଯାଇଛି ।

ହଳବିଧରବଂଧା ଗ୍ରାମରେ ୨୨ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏତେ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣର ଭୟ ରହିଛି ।  ତେଣୁ ସଂକ୍ରମଣ ଚେନ୍ ଭାଙ୍ଗିବା ସହ ଗତିରେ ରୋକ୍ ଲଗାଇବା ପାଇଁ ସରପଞ୍ଚ ମିନତି ଦାସ ଏହି ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଏହାସହ ସାହି ପ୍ରବେଶ ପଥରେ ବାଡ଼ ବସାଇ ସିଲ୍‌ କରିଛନ୍ତି ।  ଗ୍ରାମ ଭିତରକୁ କେହି ପ୍ରବେଶ କରିପାରିବେ ନାହିଁ କିମ୍ବା ଗ୍ରାମରୁ କେହି ବାହାରକୁ ଯାଇପାରାବେ ନାହିଁ ବୋଲି ସରପଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । (ଦୀପ୍ତିମାନ ପତି, ଭଦ୍ରକ )