କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଦୋକାନୀ ମାନଙ୍କୁ ତାଗିଦ୍ ଓ ସଚେତନତା କରାଇଲେ ତହସିଲଦାର ଲକ୍ଷ୍ମୀ ପ୍ରାସାଦ ସାହୁ

ଓଡ଼ିଶା ତାଜା ନ୍ୟୁଜ (୨୧ ମଇ ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା କାଶୀନଗର ସହରରେ ଥିବା ସମସ୍ତ ଦୋକାନୀଙ୍କୁ ତାଗିଦ୍ କଲେ କାଶୀନଗର ତହସିଲଦାର ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ l ସାରା ରାଜ୍ୟରେ କୋରନା ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଗଜପତି ଜିଲ୍ଲାରେ କୋରନା ତାର କାୟା ବିସ୍ତାର କରି ଚାଲିଛି ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସାରା ରାଜ୍ୟରେ ଲୋକ ଡାଉନ୍ ଓ ସଟ୍ ଡାଉନ୍ ବଳବତ୍ତର ରହିଛି l ନୂଆଁ ଗାଇଡ ଲାଇନ ଅନୁସାରେ ସକାଳ ୭ଘଣ୍ଟାରୁ ଦିନ ୧୧ଘଣ୍ଟା ପର୍ୟ୍ୟନ୍ତ ସମସ୍ତ

ଦୋକାନ ବଜାର ଖୋଲାରହିବା ଲାଗି ନିର୍ଦ୍ଧେଶ ରହିଥିବା ବେଳେ କିଛି ଅମାନିଆ ମାନେ ଏହି ନିୟମକୁ ବେଖାତିର କରୁଥିବା ଦେଖିବାକୁମିଳିଛି l ଯାହାକୁ କେନ୍ଦ୍ର କରି ଆଜିକାଶୀନଗରତହସିଲଦାର ଶ୍ରୀ ଲକ୍ଷ୍ମୀ ପ୍ରାସାଦ ସାହୁ ଙ୍କ ନେତୃତ୍ଵରେ କାଶୀନଗର ପୋଲିସର ସହାୟତା ରେ କାଶୀନଗର ସ୍ଥିତ ଫରେଷ୍ଟ ଛକ ଠାରେ ଜୋରଦାର ଯାଞ୍ଚ୍ ଚାଲିଛି। ମାସ୍କ ପରିଧାନ ଓ ସାମାଜିକ ଦୂରତା ସହ ବହୁ ଦୋକାନୀ ଏସବୁ ନିୟମ ମାନୁ ନଥିବାରୁ ସେ ତାଗିଦ୍ କରିଥିଲେ। ଆଗାମୀ ଦିନରେ କୋଭିଡନିୟମକୁ ଉଲ୍ଲଂଘନ କରିବାର ଦେଖା ଗଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ l (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )