ସ୍ୱାମୀ ସ୍ତ୍ରୀ କଳହର କରୁଣ ପରିଣତି । ଟ୍ରକ୍ ଆଗକୁ ଛୁଆକୁ ଫିଙ୍ଗିଦେଲା ମା

ଓଡ଼ିଶା ତାଜା ନ୍ୟୁଜ (୨୦ ମଇ ଗୁରୁବାର ) ଭଦ୍ରକ :- ସ୍ୱାମୀ ସ୍ତ୍ରୀ କଳହର କରୁଣ ପରିଣତି । ଟ୍ରକ୍ ଆଗକୁ ଛୁଆକୁ ଫିଙ୍ଗିଦେଲା ମା । ଅଳ୍ପକେ ବଞ୍ଚିଲା ଛୁଆ । ଟ୍ରକ ଡ୍ରାଇଭର ଗାଡ଼ି ଅଟକାଇ ଛୁଆକୁ ଉଦ୍ଧାର କରିଛି । ବାପା ମାକୁ ପୁଲିସ୍ ଥାନାକୁ ଆଣିଥିଲା । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାରିଘଟିଆ ଅଞ୍ଚଳରେ । ସୂଚନାନୁସାରେ, ଭଦ୍ରକ ଚାରଘଟିଆ ମୁଣ୍ଡାସାହିର ବିଜୟ ମୁର୍ମୁ ପ୍ରଥମେ ଜଣେ ମହିଳାକୁ ବିବାହ କରିଥିବା ବେଳେ କାହାରିକୁ ନଜଣାଇ ପୁଣି ଆଉ ଜଣେ ମହିଳାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ପ୍ରଥମ ସ୍ତ୍ରୀର ପିଲା ଛୁଆ ଥିବା ବେଳେ ଦ୍ୱତୀୟ ସ୍ତ୍ରୀର ଛୁଆ ଜନ୍ମ ହେବା ପରେ ଦ୍ୱିତୀୟ ସ୍ତ୍ରୀକୁ ମୁହଁ ଦେଖାଇ ନଥିଲା ସ୍ୱାମୀ ବିଜୟ ।

ଏନେଇ ଉଭୟ ସ୍ୱାମୀ ସ୍ତ୍ରୀ ଭିତରେ ଦିନକୁ ଦିନ କଳହ ବଢିଥିଲା । ଯାହାକୁ ସହ୍ୟ କରି ନପାରି ଦ୍ୱିତୀୟ ସ୍ତ୍ରୀ ୯ମାସର ଶିଶୁ ପୁତ୍ରକୁ ଏକ ଚଳନ୍ତା ଟ୍ରକ୍ ସମ୍ମୁଖକୁ ଫିଙ୍ଗି ଦେଇଥିଲା । ଯାହାଫଳରେ ଟ୍ରକ୍ ଡ୍ରାଇଭର ଜଣକ ବ୍ରେକ୍ ମାରି ଗାଡ଼ି ଅଟକାଇ ଛୁଆଟିକୁ ଉଦ୍ଧାର କରି ସ୍ଥାନୀୟ ଲୋକଙ୍କୁ ଡାକି ଶିଶୁ ପୁତ୍ର ଓ ମାକୁ ହସ୍ତାନ୍ତର କରିଥିଲା । ପରେ ପୁଲିସ ଖବର ପାଇ ଶିଶୁଟିକୁ ମେଡିକାଲରେ ଚିକିତ୍ସା କରାଇବା ସହ ବାପା ମା କୁ ଥାନାକୁ ଆଣିଥିଲା । ଉଭୟ ସ୍ୱାମୀସ୍ତ୍ରୀଙ୍କୁ ଆପୋଷ ବୁଝାମଣା କରି ଘରକୁ ଫେରିଥିବା ସୂଚନା ମିଳିଛି ।(ରିପୋର୍ଟ/ଦୀପ୍ତିମାନ ପତି )