ନୂଆଗାଁ ପୁଲିସ୍ ଦ୍ଵାରା ବ୍ରାଉନ ସୁଗାର ଜବତ ସହ ଦୁଇ ଜଣ କୋର୍ଟ ଚାଲାଣ

ଓଡ଼ିଶା ତାଜା ନ୍ୟୁଜ (୨୦ ମଇ ଗୁରୁବାର ) ନୂଆଗାଁ :- ନୟାଗଡ ଜିଲ୍ଲାରୁ ବ୍ରାଉନ ସୁଗାର୍ ମୁକ୍ତ କରିବା ପାଇଁ ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ତତ୍ପରତା ପ୍ରକାଶ କରିବା ସହ ସମସ୍ତ ଥାନା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ନୟାଗଡ ଜିଲ୍ଲାରୁ ବ୍ରାଉନ ସୁଗାର ମୁକ୍ତ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ଙ୍କ ସହିତ ସମସ୍ତ ଥାନା ଅଧିକାରୀ ଆକ୍ସନ ମୁଡ୍ ରେ ଥିବା ଦେଖିବାକୁ ମିଳୁଛି।ଯାହାର ଜ୍ୱଳନ୍ତ ଉଦାହରଣ ନୂଆଗାଁ ଥାନା ଅଧିକାରୀ ରମେଶ କୁମାର ଦେବତା ଙ୍କ କ୍ଷେତ୍ର ରେ ଦେଖିବାକୁ ମିଳିଛି।ନୂଆଗାଁ ପୁଲିସ୍ ଦ୍ଵାରା ବ୍ରାଉନ ସୁଗାର ଜବତ କରାଯାଇ ଦୁଇ ଜଣ ଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସୂଚନା ଅନୁଯାୟୀ ନୂଆଗାଁ ଥାନା ଅର୍ନ୍ତଗତ ୫୭ ନଂ ଜାତୀୟ ରାଜପଥ ତୃପ୍ତି ହୋଟେଲ୍ ନିକଟରେ ଦୁଇ ଜଣ ବ୍ରାଉନ ସୁଗାର କାରବାର କରୁଥିବା ନେଇ ନୂଆଗାଁ ଥାନା ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରି ଦୁଇ ଜଣକୁ କାବୁ କରିଥିଲେ।ଉଭୟ ଅଭିଯୁକ୍ତ ଙ୍କ ଠାରୁ ଦୁଇ ଗ୍ରାମ ବ୍ରାଉନ ସୁଗାର ,ଦୁଇଟି ପଲସର୍ ବାଇକ୍ ନଂ ( ଓଡ଼ି ୨୫ ଜେ ୫୦୯୧ ଏବଂ ଓଡ଼ି ୦୨ ବିଏ ୭୬୯୮) ତତ୍ ସହିତ ଦୁଇଟି ମୋବାଇଲ୍ ଜବତ କରିବା ସହ ଥାନା ରେ କେସ ନଂ ୬୪ /୨୧ ରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଗିରଫ ହୋଇଥିବା ବ୍ରାଉନ ସୁଗାର୍ ବ୍ୟବସାୟୀ ମାନଙ୍କ ମଧ୍ୟରୁ ଜଣେ ନୟାଗଡ ଟାଉନ୍ ର ରାମଚନ୍ଦ୍ର ପଟ୍ଟନାୟକ ହୋଇଥିବା ବେଳେ ଅନ୍ୟ ଜଣେ ଖୋର୍ଦ୍ଧା ଜିଲ୍ଲା ବାସେଳି ହତା ଅଞ୍ଚଳର ମନୋଜ କୁମାର ଦଳେଇ ବୋଲି ଥାନା ଅଧିକାରୀ ସୂଚନା ଦେବା ସହ ଆଗାମୀ ଦିନରେ ବ୍ରାଉନ ସୁଗାର ବ୍ୟବସାୟ କୁ ମୂଳ ଉତ୍ପାଟନ କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ ରମେଶ କୁମାର ଦେବତା କହିଛନ୍ତି । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ )